ମେଷ – ଆଜି ପ୍ରିୟବନ୍ଧୁ ସହ ମଉଜ ମଜଲିଶ, ମନୋରଞ୍ଜନରେ ସମୟ ବିତିପାରେ; ସାମାଜିକ ଯଶ, ମାନ-ସମ୍ମାନରେ ବୃଦ୍ଧି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଦ୍ୱାରା ପ୍ରସଂଶିତ ହୋଇପାରନ୍ତି; ବ୍ୟବସାୟରେ କୌଣସି ନୂଆ ଫାଇଦା ପାଇଁ ଚୁକ୍ତିନାମା କରିପାରନ୍ତି; ପାରିବାରିକ ସୁଖ-ଶାନ୍ତି ମିଳିପାରେ
ବୃଷ – ଆଜି ଆର୍ଥିକ ସ୍ଥିତି ବିଗିଡ଼ିଯିବାରୁ ମାନସିକ ଅଶାନ୍ତ ରହିପାରନ୍ତି; ଗୁପ୍ତଶତ୍ରୁଙ୍କ ଦ୍ୱାରା କୌଣସି ମିଥ୍ୟା ଗୁଜବ ଆପଣଙ୍କ ମନକୁ ଆନ୍ଦୋଳିତ କରିପାରେ; କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କଲେ ମଧ୍ୟ ଉଚ୍ଚାଧିକାରୀ ଙ୍କଠାରୁ ଅପବାଦ ଶୁଣିବାକୁ ମିଳିପାରେ; ବ୍ୟବସାୟରେ ହାନିଲାଭ ହୋଇପାରନ୍ତି; ପରିବାରରେ କୌଣସି ଧାର୍ମିକ କାର୍ଯ୍ୟ ଆୟୋଜନ କରି ଖର୍ଚ୍ଚାନ୍ତ ହୋଇପାରନ୍ତି
ମିଥୁନ – ଆଜି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସାକ୍ଷାତ ସହ ସମ୍ମାନ ଲାଭ ହେବାର ସୁଯୋଗ ମିଳିପାରେ; ନିଜ ଉପସ୍ଥିତ ବୁଦ୍ଧି ଦ୍ୱାରା ବିବାଦୀୟ ଘଟଣାରେ ବିଜୟୀ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭବାନ ହୋଇପାରନ୍ତି; ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିପାରେ
କର୍କଟ- ଆଜି କୌଣସି ଦ୍ରବ୍ୟ ହଜିଯାଇପାରେ; ଜରୁରୀ କାର୍ଯ୍ୟରେ ମିତ୍ର ସାହାଯ୍ୟ କରିବାର କଥା ଦେଇ ଶେଷକୁ ଓହରିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟକଳାପ ପାଇଁ ସହଯୋଗୀଙ୍କ ସହ ବଚସା ହୋଇପାରେ; ପାରିବାରିକ ମନୋମାଳିନ୍ୟ ଦେଖାଦେଇପାରେ
ସିଂହ – ଆଜି ଆୟବୃଦ୍ଧି ହୋଇପାରେ; ସାମାଜିକ କ୍ଷେତ୍ରରେ ଆପଣଙ୍କ ଭୂମିକା ମହତ୍ୱପୂର୍ଣ୍ଣ ରହିପାରେ; ଚାକିରୀ କ୍ଷେତ୍ରରେ ପ୍ରମୋସନ ମିଳିପାରେ; ବ୍ୟାପାରରେ କିଛି ବଡ ସଫଳତା ମିଳିପାରେ; ପାରିବାରିକ ଜୀବନ ସୁଖପ୍ରଦ ହୋଇପାରେ
କନ୍ୟା – ଆଜି ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି; ହଠାତ ପ୍ରତିକ୍ରିୟାଶୀଳ ହେଲେ ସମ୍ପର୍କରେ ତିକ୍ତତା ଆସିପାରେ; ଚାକିରୀ କ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଠକାମିରେ ପଡିଯାଇପାରନ୍ତି; ପାରିବାରିକ ସଦସ୍ୟ ଭିତରେ ମନୋମାଳିନ୍ୟ ହୋଇପାରେ
ତୁଳା – ଆଜି ବିଷମ ପରିସ୍ଥିତିର ମୁକାବିଲା କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି; ଆସୁଥିବା ସୁବର୍ନ ସୁଯୋଗର ବଡ ଫାଇଦା ଉଠେଇପାରନ୍ତି; କର୍ମକ୍ଷେତ୍ରରେ କୌଣସି ନୂଆ କାର୍ଯ୍ୟ ପାଇଁ ବିଦେଶ ଭ୍ରମଣର ସୁଯୋଗ ମିଳିପାରେ; ବ୍ୟାପାରରେ ଅର୍ଥର ସନ୍ଧାନ ମିଳିପାରେ; ପରିବାରରେ ଉତ୍ତମ ବୁଝାମଣା ବଜାୟ ରହିପାରେ
ବିଛା – ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା-ବିଘ୍ନ ଦେଖାଦେଇପାରେ; କଳା, ସାହିତ୍ୟ ଦିଗରେ ରୁଚି ବଢିପାରେ; କାର୍ଯ୍ୟକ୍ଷେତ୍ରରେ ଆଜି ଅଧିକ ପରିଶ୍ରମ କରି ଥକ୍କା ଅନୁଭୂତ କରିପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି କରି ହଇରାଣରେ ପଡିଯାଇପାରନ୍ତି; ପାରିବାରିକ ମାମଲାକୁ ନେଇ ବ୍ୟସ୍ତତା ବଢିପାରେ
ଧନୁ – ଆଜିକୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି; ଧର୍ମକାର୍ଯ୍ୟରେ ସମୟ ଅତିବାହିତ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚଧିକାରୀଙ୍କ ଦ୍ୱାରା ପ୍ରସଂଶିତ ହୋଇପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ପାରିବାରିକ ଆପୋଷ ବୁଝାମଣା ଦ୍ୱାରା କିଛି ଲାଗିରହିଥିବା ବିବାଦର ସମାଧାନ ହୋଇପାରେ
ମକର – ଆଜି ସ୍ଵାସ୍ଥ୍ୟହାନି ହୋଇପାରେ; ଯାନବାହାନ ଚଲେଇବା ବେଳେ ସତର୍କ ରୁହନ୍ତୁ; କର୍ମକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତର ଶିକାର ହେବାରୁ ଅପବାଦ ମିଳିପାରେ; ବ୍ୟବସାୟ ଲାଭଜନକ ହୋଇପାରେ; ପରିବାରରେ ଅଶାନ୍ତି ଦେଖାଦେଇପାରେ
କୁମ୍ଭ – ଆଜି ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ; ଆମୋଦପ୍ରମୋଦରେ ଦିନଟି କଟିପାରେ; ଚାକିରୀରେ ନିଜର ତତ୍ପରତା ଦ୍ୱାରା ଉଚ୍ଚାଧିକାରଙ୍କ ଦ୍ୱାରା ପ୍ରସଂଶିତ ହୋଇପାରନ୍ତି; ବ୍ୟାପାରରେ ମିଠା କଥା କହି ଗ୍ରାହକଙ୍କୁ ଆକୃଷ୍ଟ କରେଇପାରନ୍ତି; ପରିବାରର ସଦସ୍ୟ ସହ କୌଣସି ଦର୍ଶନୀୟ ସ୍ଥାନ ବୁଲିବାର ମଉକା ମିଳିପାରେ
ମୀନ – ଆଜି ସ୍ୱାସ୍ଥ୍ୟ ଭଲ ନ ରହିବାରୁ ମାନସିକ ଅବସାଦ ଦେଖାଦେଇପାରେ; ମହତ୍ୱପୂର୍ଣ୍ଣ ଲୋକଙ୍କ ସହ କଥାବାର୍ତ୍ତା ବେଳେ କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଠାରୁ ନିନ୍ଦା ଅପବାଦ ମିଳିପାରେ; ବ୍ୟାପାରରେ ଅର୍ଥ ବୁଡ଼ିଯାଇପାରେ; ପାରିବାରିକ ସୁଖଶାନ୍ତି ନଷ୍ଟ ହୋଇପାରେ

LEAVE A REPLY

Please enter your comment!
Please enter your name here