ମେଷ – ଆଜି ଅଯଥା ଆଲୋଚନା ଦ୍ୱାରା ବାଦବିବାଦରେ ପଡିଯାଇପାରନ୍ତି; ଭଲ ସମ୍ପର୍କ ରହିଥିବା ବନ୍ଧୁ ଦୂରେଇ ଯାଇପାରନ୍ତି; କର୍ମସ୍ଥଳୀରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ନିନ୍ଦିତ ହୋଇପାରନ୍ତି; ବ୍ୟାପାର କ୍ଷେତ୍ରରେ ସମସ୍ୟା ଘନେଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟା ହେତୁ ଚିନ୍ତା ବଢ଼ିଯାଇପାରେ

ବୃଷ – ଆଜି ନିଜର ପ୍ରିୟ ବ୍ୟକ୍ତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇପାରନ୍ତି; ସାମାଜିକ ସ୍ତରରେ ସାମୁହିକ ଆଲୋଚନା ପରିବେଶକୁ ସୁନ୍ଦର କରିବାକୁ ସମର୍ଥ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜର ଉତ୍ତମ କାର୍ଯ୍ୟଶୈଳୀ ଦ୍ୱାରା ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାର କ୍ଷେତ୍ରରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ପରିବାରରେ ସୁଖର ବାତାବରଣ ଦେଖାଦେଇପାରେ

ମିଥୁନ – ଆଜି ଅନେକ ପ୍ରକାର ସମସ୍ୟାରେ ଛନ୍ଦି ହେଇ ଅଣନିଶ୍ୱାସୀ ଅନୁଭୂତ କରିପାରନ୍ତି; ଅର୍ଥାଭାବର ପରିସ୍ଥିତି ଆଜି ବିଚଳିତ କରିପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଅନ୍ୟମନସ୍କତା ପାଇଁ ଉଚାପଦାଧିକାରୀ ଠାରୁ ସମାଲୋଚନାର ଶିକାର ହୋଇପାରନ୍ତି; ବ୍ୟାପାର କ୍ଷେତ୍ରରେ ନିଜ ଦୁରଦୃଷ୍ଟି ଅଭାବରୁ କ୍ଷତି ସହିବାକୁ ପଡିପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ

କର୍କଟ – ଆଜି ଦିନରେ ପୂର୍ବର ସୁପରିକଳ୍ପିତ ଯୋଜନାକୁ ବାସ୍ତବ ରୂପରେ ଦେବାରେ ସଫଳ ହୋଇପାରନ୍ତି; ଦୀର୍ଘଦିନର ବନ୍ଧୁଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ବୋନସ ମିଳିପାରେ; ବ୍ୟାପାର କ୍ଷେତ୍ରରେ ଲାଭ ମିଳିପାରେ; ପାରିବାରିକ ଜୀବନରେ ଜୀବନସାଥୀ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ

ସିଂହ – ଆଜି କୌଣସି ବିବାଦରେ ଛନ୍ଦି ହେଇପାରନ୍ତି; ନିଜ କଡା କଥା ପାଇଁ ପ୍ରିୟଜନଙ୍କ ସହ ମତାନ୍ତର ହୋଇପାରେ; କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ପ୍ରସଂଶିତ ହୋଇପାରନ୍ତି; ବ୍ୟବସାୟକୁ ଆଗକୁ ବଢେଇବାକୁ ନୂତନ ପଦକ୍ଷେପ ନେଇପାରନ୍ତି; ପରିବାରରେ ମତାନ୍ତର ମନାନ୍ତର ଦୂର ହୋଇପାରେ

କନ୍ୟା – ଆଜି ନୂତନ ବନ୍ଧୁତା ସ୍ଥାପନ କରି କାର୍ଯ୍ୟହାସଲ କରିପାରନ୍ତି; ସାହିତ୍ୟ, କଳା, କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି; କାର୍ଯ୍ୟସ୍ଥଳୀରେ ଆଗାମୀ ସମୟର କାର୍ଯ୍ୟ ସକାଶେ ତତ୍ପରତା ବଢିପାରେ; ବ୍ୟାପାର ପାଇଁ ନୂତନ ଯୋଜନ ପ୍ରସ୍ତୁତ କରି ସଫଳତା ପାଇପାରନ୍ତି; ପାରିବାରିକ ଜୀବନ ହର୍ଷୋଳାଷରେ କଟିପାରେ

ତୁଳା – ଆଜି ବକେୟା ଅର୍ଥପ୍ରାପ୍ତିରେ ବାଧା ଆସିପାରେ; କୌଣସି ମୂଲ୍ୟବାନ ଦ୍ରଵ୍ୟ ନଷ୍ଟ ହୋଇଯାଇପାରେ; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହୋଇପାରେ; ବ୍ୟାପାର କ୍ଷେତ୍ରରେ ଚିନ୍ତା ବଢିପାରେ; ପରିବାରରେ ସାମାନ୍ୟ କଥାକୁ ନେଇ କଳହର ପରିବେଶ ସୃଷ୍ଟି ହୋଇପାରେ

ବିଛା – ଆଜି ନିକଟ ସମ୍ପର୍କୀୟଙ୍କ ସହାୟତାରେ ସମସ୍ୟାର ସରଳ ସମାଧାନ କରିପାରନ୍ତି; ଦୂରସ୍ଥାନରୁ ସୁସମ୍ବାଦ ମିଳିପାରେ; କର୍ମକ୍ଷେତ୍ରରେ ନିଜର ଦକ୍ଷତା ଓ ଦୃଢ଼ତା ଦ୍ୱାରା ପଦୋନ୍ନତି ମିଳିପାରେ; ବ୍ୟାପାର କ୍ଷେତ୍ରରେ ସହଯୋଗୀଙ୍କ ସହ ବିଚାର କରି ନୂତନ ଯୋଜନାକୁ ଆପଣେଇ ପାରନ୍ତି; ପରିବାରର ସଦସ୍ୟ ସବୁ ମିଳିତ ଭାବେ ଆଳାପ ଆଲୋଚନାରେ ମଜ୍ଜି ଯାଇପାରନ୍ତି

ଧନୁ – ଆଜି ଆର୍ଥିକ ଚିନ୍ତା ଘାରିପାରେ; ପ୍ରିୟଜନଙ୍କ ସହ ମତାନ୍ତର ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ଆପଣଙ୍କୁ ହଇରାଣରେ ପକେଇପାରନ୍ତି; ବ୍ୟାପାର କ୍ଷେତ୍ରରେ ହାନି ହୋଇପାରେ; ପରିବାରରେ ଅଶାନ୍ତିର ବାତାବରଣ ଦେଖାଦେଇପାରେ

ମକର – ଆଜି କୌଣସି ବନ୍ଧୁ ସହାୟତାରେ ଦୀର୍ଘଦିନର ଆଶା ପୂର୍ଣ୍ଣ ହୋଇପାରେ; ମହିଳାମାନେ ଶଶୁରାଳୟରେ ନିଜ କାର୍ଯ୍ୟ ପାଇଁ ପ୍ରସଂଶିତ ହୋଇପାରନ୍ତି; କାର୍ଯ୍ୟସ୍ଥଳୀରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାର କ୍ଷେତ୍ରରେ ବୁଡିଯାଇଥିବା ଅର୍ଥ ମିଳିପାରେ; ପରିବାରରେ ହର୍ଷୋଲ୍ଲାସର ବାତାବରଣ ସୃଷ୍ଟି ହୋଇପାରେ

କୁମ୍ଭ – ଆଜି ସାମାଜିକ କ୍ଷେତ୍ରରେ ଅପମାନିତ ହୋଇପାରନ୍ତି; ଦୂରସ୍ଥାନରୁ ଦୁଃସମ୍ବାଦ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଦାୟିତ୍ବହୀନତା ପାଇଁ ଜରୁରୀ କାଗଜପତ୍ର ହଜେଇଦେଇପାରନ୍ତି; ବ୍ୟାପାରରେ ବାଧା-ବିଘ୍ନ ଦେଖାଦେଇପାରେ; ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ

ମୀନ – ଆଜି ଅର୍ଥନୈତିକ ଉତ୍କର୍ଷତା ଖୁସି ଆଣିପାରେ; ଆତ୍ମୀୟସ୍ୱଜନ ମାନଙ୍କ ସଦ୍ଭାବ ମନକୁ ଆନନ୍ଦିତ କରିପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ କୌଣସି ଆଲୋଚନା ଫୋନ ଯୋଗେ କରିପାରନ୍ତି; ବ୍ୟାପାରରେ ଲାଭ ହୋଇପାରେ; ପାରିବାରିକ ଜୀବନରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇପାରେ

LEAVE A REPLY

Please enter your comment!
Please enter your name here