ଗଣତନ୍ତ୍ର ଦିବସ ଭାରତର ଏକ ରାଷ୍ଟ୍ରୀୟ ପର୍ବ ଅଟେ ଯାହା ୨୬ ଜାନୁଆରୀରେ ପାଳନ କରାଯାଏ | ୧୯୫୦ ମସିହାରେ ଆଜି ଦିନରେ ଭାରତ ସମ୍ବିଧାନ ଲାଗୁ କରଯାଇଥିଲା | ୧୯୩୦ ୨୬ ଜାନୁଆରୀରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ (ଆଇ.ଏନ.ସି) ପ୍ରତିଷ୍ଠା ହେବା ସହ ପୂର୍ଣ୍ଣ ସ୍ୱରାଜ ରାଷ୍ଟ୍ର ଘୋଷିତ ହୋଇଥିଲା | ତେଣୁ ଏହି ଦିନଟି ଭାରତବର୍ଷ ପାଇଁ ଶୁଭ ପରିଗଣିତ ହୋଇଥିବାରୁ ଗଣତନ୍ତ୍ର ଦିବସ ହିସାବରେ ପାଳନ ପାଇଁ ମାନ୍ୟତା ମିଳିଥିଲା | ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନତା ପରେ ୯ ଡିସେମ୍ବରରେ ସମ୍ବିଧାନ ସଭାର ଘୋଷଣା କରାଯାଇଥିଲା |
ଏହି ସଭାର ସଦସ୍ୟ ଭାରତର ରାଜ୍ୟର ସଭା ସଦସ୍ୟଙ୍କ ଦ୍ୱାରା ନିର୍ବାଚିତ ହୋଇଥିଲେ | ଏଥିରେ ଡ଼ଃ ଭୀମରାଓ ଆମ୍ବେଦକର, ଜବାହରଲାଲ ନେହେରୁ, ଡ଼ଃ ରାଜେନ୍ଦ୍ର ପ୍ରସାଦ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମୌଲାନା ଅବୁଲ କାଲାମ ଆଜାଦ ପ୍ରମୁଖ ମୁଖ୍ୟ ସଦସ୍ୟ ଥିଲେ |
ସମ୍ବିଧାନ ନିର୍ମାଣରେ ୨୨ ସମିତି ଥିଲେ ଯେଉଁମାନେ ସମ୍ବିଧାନ ଲିଖନ କାର୍ଯ୍ୟ ପ୍ରାରମ୍ଭ କରିଥିଲେ | ତା ମଧ୍ୟରୁ ଡ଼ଃ ଆମ୍ବେଦକର ଓ ଡ଼ଃ ପ୍ରସାଦ ସମ୍ବିଧାନ ଲିଖନ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ୩୦୮ ସଦସ୍ୟ ମିଶି ୧୧୪ ଦିନର ବୈଠକ ପରେ ଏବଂ ୨ ବର୍ଷରୁ ଅଧିକ ପରିଶ୍ରମ ପରେ ଜନତା ଓ ଗଣମାଧ୍ୟମର ମତ ନେଇ ସମ୍ବିଧାନ ଲେଖା କାର୍ଯ୍ୟ ଶେଷ କରାଯାଇଥିଲା | ଅନେକ ତ୍ରୁଟି ମାର୍ଜନା କରାଯାଇ ଶେଷକୁ ୧୯୫୦ ମସିହା ୨୬ ଜାନୁଆରୀରେ ସମ୍ବିଧାନର କପି ହସ୍ତାନ୍ତର କରାଯାଇଥିଲା | ଏହି ଦିନଠାରୁ ନୂତନ ସମ୍ବିଧାନ ଦେଶସାରା ଲାଗୁ କରାଯାଇଥିଲା |
ତେବେ ଏହିଦିନ ରାଷ୍ଟ୍ରପତିଙ୍କ ଦ୍ୱାରା ଦିଲ୍ଲୀରେ ଭାରତର ଜାତୀୟ ପତାକା ଉତ୍ତୋଳନ କରିବା ସହ ସାମୁହିକ ରୂପେ ଭାରତର ରାଷ୍ଟ୍ରୀୟ ସଂଗୀତ ଗାନ କରାଯାଏ | ଏହି ପର୍ବକୁ ସମ୍ମାନ ଦେଇ ଦିଲ୍ଲୀର ରାଜପଥରେ ଭାରତୀୟ ସ୍ଥଳସେନା, ଜଳସେନା ଓ ବାୟୁସେନା ଦ୍ୱାରା ଶକ୍ତି ପ୍ରଦର୍ଶନ ସହ ପରେଡ ହୋଇଥାଏ | ପ୍ରତିବର୍ଷ ବିଭିନ୍ନ ଦେଶରୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ହୋଇ ଆସିଥାନ୍ତି | ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ଦ୍ୱାରା ମଧ୍ୟ ନାଚଗୀତରେ ଆୟୋଜନ କରାଯାଏ | ବିଭିନ୍ନ ରାଜ୍ୟରୁ ପ୍ରଜ୍ଞାପନ ମେଢ଼ର ଶୋଭାଯାତ୍ରା ମଧ୍ୟ ଆୟୋଜନ କରାଯାଏ |

LEAVE A REPLY

Please enter your comment!
Please enter your name here