ମେଷ – ଆଜି ଅର୍ଥନୈତିକ ଅବନତି ହେତୁ ଅଶାନ୍ତି ସୃଷ୍ଟି ହୋଇପାରେ; ପଡୋଶୀଙ୍କ ସହ ଶତ୍ରୁତା କରିପାରନ୍ତି ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ମତଭେଦ ହୋଇପାରନ୍ତି; ବ୍ୟାପାରରେ ହାନି ହୋଇପାରେ; ପାରିବାରିକ ଜୀବନରେ ସମସ୍ୟା ଲାଗି ରହିପାରେ
ବୃଷ – ଆଜି ବନ୍ଧୁ ସହାୟତା ହେତୁ ସମସ୍ୟାର ସମାଧାନ କରିପାରନ୍ତି; ହଠାତ କୌଣସି ବକେୟା ଅର୍ଥ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ନିଜ କାର୍ଯ୍ୟଦକ୍ଷତା ପାଇଁ ଉଚାପଦାଧିକାରୀ ଠାରୁ ପ୍ରସଂଶିତ ହୋଇପାରନ୍ତି; ବ୍ୟାପାର କ୍ଷେତ୍ରରେ ଆଶା ପୂର୍ଣ୍ଣ ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ପ୍ରଗତି ଖୁସି ଆଣିପାରେ
ମିଥୁନ – ଆଜି ଦୂରଯାତ୍ରା କଲେ ଶାରୀରିକ ଅସୁସ୍ଥ ଯେପରି ଥଣ୍ଡା, କାଶରେ ଆକ୍ରାନ୍ତ ହୋଇପାରନ୍ତି; ଦୂରସ୍ଥାନରୁ ଦୁସମ୍ବାଦ ମିଳିପାରେ; କର୍ମକ୍ଷେତ୍ରରେ ନିଜର ଅଳସୁଆମୀ ହେତୁ ଅପମାନ ମିଳିପାରେ; ବ୍ୟାପାର କ୍ଷେତ୍ରରେ ସହଯୋଗୀଙ୍କ ସହ ବିବାଦ ହୋଇପାରେ; ପରିବାରରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ
କର୍କଟ – ଆଜି ନିଜ ମଧୁର ବାଣୀ ପାଇଁ ନୂତନ ବନ୍ଧୁତା ସ୍ଥାପନ କରିପାରନ୍ତି; ପୁରାତନ ବନ୍ଧୁଙ୍କ ସହ ସହସା ଫୋନ ଯୋଗେ ବାର୍ତାଳାପ ହୋଇପାରେ; କର୍ମସ୍ଥଳୀରେ ଉଚ୍ଚାଧିକାରୀଙ୍କ ସହ ଆଗାମୀ କାର୍ଯ୍ୟ ପାଇଁ ଆଲୋଚନା କରିପାରନ୍ତି; ବ୍ୟାପାର କ୍ଷେତ୍ରରେ ନୂତନ ଵ୍ୟାପାରୀଙ୍କ ସହ ବାର୍ତାଳାପ ହୋଇପାରେ; ପରିବାରରେ ଆନନ୍ଦ-ଉଲ୍ଲାସରେ ସମୟ କାଟିପାରନ୍ତି
ସିଂହ – ଆଜି ନିଜ ବାଣୀରେ ନିୟନ୍ତ୍ରଣ ହରାଇବାରୁ ଅସୁବିଧାର ସମୁଖୀନ ହୋଇପାରନ୍ତି; ଘରୁ ବାହାରକୁ ଯାଆନ୍ତୁ ନାହିଁ, ନଚେତ ଅସୁବିଧାରେ ପଡିପାରନ୍ତି; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହୋଇପାରେ; ବ୍ୟାପାର କ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ; ପରିବାରରେ ନିଜ କଡା କଥା ପାଇଁ ସମ୍ପର୍କରେ ତିକ୍ତତା ଆସିପାରେ
କନ୍ୟା – ଆଜି କୌଣସି ହଜିଯାଇଥିବା ମୂଲ୍ୟବାନ ଦ୍ରଵ୍ୟ ପୁନଶ୍ଚ ମିଳିପାରେ; ହଠାତ ଦୂରସ୍ଥାନରୁ ସୁ-ସମ୍ବାଦ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ବୋନସ ମିଳିପାରେ; ବ୍ୟାପାର କ୍ଷେତ୍ରରେ ବୁଡିଯାଇଥିବା ଅର୍ଥ ମିଳିପାରେ; ପରିବାରରେ ଆପୋଷ ବୁଝାମଣା ହେତୁ ବିବାଦର ଅନ୍ତ ହୋଇପାରେ
ତୁଳା – ଆଜି ନିର୍ଦ୍ଧାରିତ କାର୍ଯ୍ୟଟି ଅପୂର୍ଣ୍ଣ ରହିବାରୁ ମାନସିକ ଭାରାକ୍ରାନ୍ତ ହୋଇପାରନ୍ତି; ଦୀର୍ଘଦିନର ବନ୍ଧୁଙ୍କ ସହ ହୋଇଥିବା ମନୋମାଳିନ୍ୟ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାର କ୍ଷେତ୍ରରେ ନୂତନ ପୁଞ୍ଜିନିବେଶ ପାଇଁ ଅର୍ଥ ଯୋଗାଡ଼ କରି ନ ପାରିବାରୁ ନିରାଶ ହୋଇପାରନ୍ତି; ପାରିବାରିକ ଜୀବନରେ ଜୀବନସାଥୀ ସହ ମନୋମାଳିନ୍ୟ ହୋଇପାରେ
ବିଛା – ଆଜି ନିଜ ଉପସ୍ଥିତ ବୁଦ୍ଧି ହେତୁ ଆସୁଥିବା ସମସ୍ୟାର ବୁଦ୍ଧିମତା ସହ ସମାଧାନ କରିପାରନ୍ତି; ମହିଳାମାନେ ନିଜ କାର୍ଯ୍ୟଦକ୍ଷ୍ୟତା ପାଇଁ ଶଶୁରାଳୟରେ ପ୍ରସଂଶିତ ହୋଇପାରନ୍ତି; କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ପ୍ରସଂଶିତ ହୋଇପାରନ୍ତି; ବ୍ୟବସାୟକୁ ଆଗକୁ ବଢେଇବାକୁ ନୂତନ ପଦକ୍ଷେପ ନେଇପାରନ୍ତି; ପରିବାରରେ ମତାନ୍ତର ମନାନ୍ତର ଦୂର ହୋଇପାରେ
ଧନୁ – ଆଜି କୌଣସି ବନ୍ଧୁଙ୍କ ଯୁକ୍ତି-ତର୍କ ହୋଇପାରେ; ଗୁପ୍ତଶତ୍ରୁ ହଇରାଣରେ ପକେଇପାରନ୍ତି; କାର୍ଯ୍ୟସ୍ଥଳୀରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ନିନ୍ଦା ଶୁଣିବାକୁ ମିଳିପାରେ; ବ୍ୟାପାର କ୍ଷେତ୍ରରେ ନୂତନ ଅର୍ଥ ନିବେଶ ଦ୍ୱାରା ଅର୍ଥ ବୁଡିଯାଇପାରେ; ପରିବାରରେ ଭାଇ-ଭଉଣୀଙ୍କ ସହ ବିବାଦ ହୋଇପାରେ
ମକର – ଆଜି ନିଜ ପରୋପକାର କାର୍ଯ୍ୟ ପାଇଁ ସମ୍ମାନିତ ହୋଇପାରନ୍ତି; ଦୂରସ୍ଥାନରୁ ସୁସମ୍ବାଦ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ବାଧା-ବିଘ୍ନ ଦୂର ହୋଇପାରେ; ପରିବାରରେ ଆପୋଷ ବୁଝାମଣା ହେତୁ ଅଶାନ୍ତିର ବାତାବରଣର ଅନ୍ତ ହୋଇପାରେ
କୁମ୍ଭ – ଆଜି ଅର୍ଥାଭାବ ହେତୁ ଋଣ କରିପାରନ୍ତି; ଘରୁ ବାହାରକୁ ଗଲେ ଯାନବାହାନ ସମସ୍ୟାରେ ପଡିପାରନ୍ତି; କାର୍ଯ୍ୟସ୍ଥଳୀରେ ଅଧସ୍ତନ କର୍ମଚାରୀ ଆପଣଙ୍କୁ ହଇରାଣରେ ପକେଇପାରନ୍ତି; ବ୍ୟାପାର ରେ ନୂତନ ଚୁକ୍ତି ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; ପରିବାରରେ ମାତା ବା ପତ୍ନୀଙ୍କ ସ୍ୱାସ୍ଥ୍ୟ ହଠାତ ଖରାପ ହୋଇଯାଇପାରେ
ମୀନ – ଆଜି ପ୍ରିୟଜନଙ୍କ ସହ ସମ୍ପର୍କରେ ମଧୁରତା ଆସିପାରେ; ଦୂରଯାତ୍ରା ସ୍ଥଗିତ ରଖିଲେ ଆପଣଙ୍କ ପାଇଁ ଶୁଭ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ କାର୍ଯ୍ୟଶୈଳୀ ପାଇଁ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାର କ୍ଷେତ୍ରରେ ହାନିଲାଭ ସମାନ ହୋଇପାରେ; ପରିବାରର ସଦସ୍ୟ ସମସ୍ତେ ଏକାଠି ମିଶି ଖିଆପିୟା ମଉଜ-ମଜଲିଶରେ ମଜ୍ଜି ଯାଇପାରନ୍ତି

LEAVE A REPLY

Please enter your comment!
Please enter your name here