ମେଷ – ଆଜି ସକାରାତ୍ମକ ବିଚାର ହେତୁ ପ୍ରତ୍ୟେକ କାର୍ଯ୍ୟ ସରଳତାରେ ସମ୍ପନ ହୋଇପାରେ; ପ୍ରତିଦ୍ୱନ୍ଦୀ ବିଜୟୀ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ଶୁଣିବାକୁ ମିଳିପାରେ; ବ୍ୟାପାର ସମ୍ବଧୀୟ କାର୍ଯ୍ୟ ପାଇଁ ବିଦେଶକୁ ଯାତ୍ରା କରିବାକୁ ପଡିପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟାପ୍ରଗତିକୁ ନେଇ ଆତ୍ମସନ୍ତୋଷ ଲାଭ କରିପାରନ୍ତି
ବୃଷ – ଆଜି ମାନସିକ ଦୁଶ୍ଚିନ୍ତା ଅନୁଭବ କରିପାରନ୍ତି; ବାଣୀରେ ନିୟନ୍ତ୍ରଣ ନ କରିବାରୁ ବିବାଦ ମୁଣ୍ଡଟେକିପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସନ୍ଦେହର ଶିକାର ହୋଇପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ କାର୍ଯ୍ୟକୁ ନେଇ ଆପତ୍ତି ରହିବାରୁ ମତଭେଦ ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ
ମିଥୁନ – ଆଜି ଶାରୀରିକ ସୁସ୍ଥତା ଦେଖାଦେଇପାରେ; ବନ୍ଧୁପରିଜନ ଗହଣରେ ବୁଲାବୁଲି, ମନୋରଞ୍ଜନରେ ସମୟ କାଟିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ନୂତନ ଯୋଜନା ଦ୍ୱାରା ଲାଭବାନ ହୋଇପାରନ୍ତି; ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ
କର୍କଟ – ଆଜି ଅକସ୍ମାତ ଧନହାନି ହୋଇପାରେ; ମିତ୍ରଙ୍କ ସହ କଳହ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବେପାରରେ ଅର୍ଥ ବୁଡ଼ିଯାଇପାରେ; ପରିବାରରେ ଅଶାନ୍ତିର ବାତାବରଣ ଦେଖାଦେଇପାରେ
ସିଂହ – ଆଜି ମାନସିକ ପ୍ରଫୁଲ୍ଲ ରହିପାରନ୍ତି; ସାହିତ୍ୟ, ତର୍କ, କଳା ପେସାଦାର ଲୋକଙ୍କ ପାଇଁ ଦିନଟି ଶୁଭମୟ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ଲାଭପ୍ରାପ୍ତି ହୋଇପାରେ; ପରିବାରରେ ହର୍ଷୋଲ୍ଲାସ ବାତାବରଣ ଦେଖାଦେଇପାରେ
କନ୍ୟା – ଆଜି ଶାରୀରିକ ଅସୁସ୍ଥତା ହେତୁ ମାନସିକ ଉଦବେଗ ରହିପାରନ୍ତି; ଆତ୍ମୀୟସ୍ୱଜନଙ୍କ ଇର୍ଷାର ଶିକାର ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଏକାଗ୍ରତା ଅଭାବରୁ ଜରୁରୀ ଦସ୍ତାବିଜରେ ଭୁଲ ହୋଇଯାଇପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ହାନି ହୋଇପାରେ; ପରିବାରରେ ମାତା ବା ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମର୍ମାହତ ରହିପାରନ୍ତି
ତୁଳା – ଆଜି ଦିନରେ ମାନସିକ ପ୍ରସନ୍ନତା ରହିବାରୁ ନୂତନ କାର୍ଯ୍ୟ ପ୍ରାରମ୍ଭ କରିପାରନ୍ତି; ଆଧ୍ୟାତ୍ମିକ ଦିଗରେ ରୁଚି ବଢିପାରେ; କାର୍ଯ୍ୟକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବେପାରରେ ବିସ୍ତାର ହୋଇପାରେ; ପରିବାରରେ ଭାଇ-ଭଉଣୀ, ଆତ୍ମୀୟସ୍ୱଜନକ ସହ ସୁସମ୍ପର୍କ ସ୍ଥାପନ ହୋଇପାରେ
ବିଛା – ଆଜି ନିଜ ବାକ-ଅସଂଯତା ହେତୁ ସମାଲୋଚିତ ହୋଇପାରନ୍ତି; ପ୍ରତିଦ୍ୱନ୍ଦୀଙ୍କ ଗୁପ୍ତ ଚକ୍ରାନ୍ତର ଶିକାର ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହେବାରୁ ଅସୁସ୍ଥ ହୋଇପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରଥକାମିର ଶିକାର ହୋଇପାରନ୍ତି; ପରିବାରରେ ଅଯଥା ଭ୍ରାନ୍ତଧାରଣା ଉପୁଜିବାରୁ ବିବାଦ ହୋଇପାରେ
ଧନୁ – ଆଜି ଜରୁରୀ ନିର୍ଣ୍ଣୟ ନେବାରୁ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ; କୌଣସି ସ୍ଥାବର ସମ୍ପତି ବା ଗୁପ୍ତଧନ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ପୁନଶ୍ଚ ମିଳିପାରେ; ପରିବାରବର୍ଗ ସହ କୌଣସି ସ୍ଵଜନଙ୍କ ନିମନ୍ତ୍ରଣ ପାଇ ତାଙ୍କ ଗୃହରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନରେ ସାମିଲ ହୋଇପାରନ୍ତି
ମକର – ଆଜି କୌଣସି ଅତୀତ କଥାକୁ ବାରମ୍ବାର ମାନେ ପକାଇ ଅଯଥା ମାନସିକ ଦୁଶ୍ଚିନ୍ତା ଗ୍ରସ୍ତ ହୋଇପାରନ୍ତି; ଦେଖିଚାହିଁ ଯାନବାହାନ ଚଲାନ୍ତୁ, ନଚେତ ଅକସ୍ମାତ ଦୁର୍ଘଟଣାର ଶିକାର ହୋଇଆରନ୍ତି; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ହଇରାଣରେ ପକେଇପାରନ୍ତି; ବେପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ହାନି ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠ ସଦସ୍ୟଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଖର୍ଚ୍ଚାନ୍ତ ହୋଇପାରନ୍ତି
କୁମ୍ଭ – ଆଜି ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ପ୍ରଗତି କରିପାରନ୍ତି; ନିଜ ବାକ-ଚାତୁରୀ ଦ୍ୱାରା ନୂତନ ମିତ୍ରତା ସ୍ଥାପନ କରି କାର୍ଯ୍ୟହାସଲ କରେଇ ନେବାରେ ସଫଳ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ଶୁଣିବାକୁ ମିଳିପାରେ; ବ୍ୟାପାରରେ ନୂତନ ସୂତ୍ରରୁ ଅର୍ଥପ୍ରାପ୍ତି ହୋଇପାରେ; ପରିବାରରେ କୌଣସି ସୁସମ୍ବାଦ ପାଇବା ଦ୍ୱାରା ଆତ୍ମହରା ହୋଇପାରନ୍ତି
ମୀନ – ଆଜି ଗୁପ୍ତଶତ୍ରୁ ଦ୍ୱାରା ସାମାଜିକ ମାନ-ସମ୍ମାନ, ଯଶ, ପ୍ରତିଷ୍ଠାରେ ଆଞ୍ଚ ଆସିପାରେ; କୌଣସି ପୁରାତନ ବନ୍ଧୁ ବିଶ୍ୱାସଘାତକ ସାବ୍ୟସ୍ଥ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀମାନେ ଇର୍ଷାପରାୟଣ ହୋଇ ଚକ୍ରାନ୍ତ କରିବାରୁ ଉଚ୍ଚାଧିକାରୀଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି; ବ୍ୟାପାରରେ ନୂତନ ଆୟୋଜନ ଦ୍ୱାରା ହାନି ହୋଇପାରେ; ପରିବାରରେ କଳହର ବାତାବରଣ ସୃଷ୍ଟି ହୋଇପାରେ

LEAVE A REPLY

Please enter your comment!
Please enter your name here