ମେଷ – ଆଜି ବନ୍ଧୁଙ୍କ ସହ ବିବାଦ ହୋଇପାରେ; ନିଜ ବାକ ନିୟନ୍ତ୍ରଣ ହରାଇବାରୁ ଅସୁବିଧାରେ ପଡିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ସହ ବିବାଦରେ ପଡିଯାଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଅର୍ଥ ବୁଡ଼ିଯାଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ଅଧୋଗତି ହେତୁ ମନ ଦୁଃଖ ହୋଇପାରେ
ବୃଷ – ଆଜି ମିତ୍ରଙ୍କ ସାହାଯ୍ୟ ଯୋଗୁଁ କୌଣସି ବିବାଦୀୟ ପରିସ୍ଥିତିକୁ ଏଡାଇଯାଇପାରନ୍ତି; ଗୃହକୁ ନୂତନ ସାଜସଜା ସାମଗ୍ରୀ କିଣି ଆଣିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନା ଆପଣେଇ ପାରନ୍ତି; ପରିବାରରେ ସୁଖ-ଶାନ୍ତିରେ ସମୟ ବିତିପାରେ
ମିଥୁନ – ଆଜି ନୂତନ କାର୍ଯ୍ୟ କିମ୍ବା ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ; ଘରୁ ବାହାରକୁ ଗଲେ ହଠାତ ଶାରୀରିକ ଅସୁସ୍ଥ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଅନ୍ୟମନସ୍କତା ହେତୁ ଉଚ୍ଚାଧିକାରୀଙ୍କ ସମାଲୋଚନାର ଶିକାର ହୋଇପାରନ୍ତି; ବ୍ୟାପାରରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟା ହେତୁ ଖର୍ଚ୍ଚାନ୍ତ ହୋଇପାରନ୍ତି
କର୍କଟ – ଆଜି ଘରେ ରହିଲେ ସୁସ୍ଥ ରହିବେ; ମାତା ପିତାଙ୍କୁ ସମୟ ଦେଇ ଆନନ୍ଦ ଅନୁଭବ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟବସାୟରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ପରିବାରରେ ମନୋମାଳିନ୍ୟ ଦୂର ହୋଇପାରେ
ସିଂହ – ଆଜି ନିରର୍ଥକ ଚର୍ଚ୍ଚାରେ ଭାଗ ନେବାରୁ ବିବାଦୀୟ ପରିସ୍ଥିତି ହୋଇପାରେ; ଘରୁ ବାହାରିଲେ ଯାନବାହନ ସମସ୍ୟା ସୃଷ୍ଟି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀ କିଛି କାରଣ ନଥାଇ ସନ୍ଦେହ କରିବାରୁ ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ ପତ୍ନୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି
କନ୍ୟା – ଆଜି ଦୂରସ୍ଥାନ ସମ୍ପର୍କୀୟ ଠାରୁ ସୁସମ୍ବାଦ ପାଇ ମନ ଆନନ୍ଦିତ ରହିପାରେ; ଘରେ ରହିଲେ ଶାନ୍ତିରେ ରହିବେ; କାର୍ଯ୍ୟକ୍ଷେତ୍ରରେ ନୂତନ ଯୋଜନା ପାଇଁ ଉଚ୍ଚାଧିକାରୀଙ୍କ ସହ ଆଳାପ-ଆଲୋଚନା କରିପାରନ୍ତି; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ମିଳିପାରେ; ପରିବାରରେ ସୁମିଷ୍ଟ ଭୋଜନ ସହ ଆଳାପ ଆଲୋଚନାରେ ବ୍ୟସ୍ତ ରହିପାରନ୍ତି
ତୁଳା – ଆଜି ଖର୍ଚ୍ଚଭାର ବୃଦ୍ଧି ହେବାରୁ ଋଣଗ୍ରସ୍ତ ହୋଇପାରନ୍ତି; ଅଯଥା ଆଲୋଚନାରେ ଭାଗ ନେବାରୁ ନିନ୍ଦା ଶୁଣିବାକୁ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ହେତୁ ହାନି ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି
ବିଛା – ଆଜି ଅକସ୍ମାତ ଧନପ୍ରାପ୍ତି ହୋଇପାରେ; ପଡୋଶୀ ସହ ବିବାଦର ଅନ୍ତ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ଦିନଟି ମଧ୍ୟମ ରହିପାରେ; ପରିବାରରେ ଆପୋଷ ବୁଝାମଣା ଦ୍ୱାରା ମନୋମାଳିନ୍ୟ ଦୂର ହୋଇପାରେ
ଧନୁ – ଆଜି ଆଧ୍ୟାତ୍ମ୍ୟ ଦିଗରେ ରୁଚି ବଢିବାରୁ ମାନସିକ ଶାନ୍ତି ଅନୁଭବ କରିପାରନ୍ତି; ନିର୍ଧାରିତ କାର୍ଯ୍ୟଟି ଅପୂର୍ଣ୍ଣ ରହିପାରେ; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ବଢିପାରେ; ବ୍ୟାପାରରେ ସହଯୋଗୀଙ୍କ ଅତ୍ୟଧିକ ହସ୍ତକ୍ଷେପ ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ; ପରିବାରରେ ନିଜ କଟୁବାଣୀ ହେତୁ କଳହର ସମୟ ବିତିପାରେ
ମକର – ଆଜି ଘରୁ ବାହାରକୁ ଗଲେ ଶାରୀରିକ କଷ୍ଟ ଅନୁଭୂତ ହୋଇପାରେ; ବାଣୀ ଦ୍ୱାରା କାର୍ଯ୍ୟହାସଲ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ବୋନସ ମିଳିପାରେ; ବ୍ୟାପାରରେ ଲାଭହାନି ସମାନ ହୋଇପାରେ; ପରିବାରରେ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ ହୋଇପାରେ
କୁମ୍ଭ – ଆଜି ପଡୋଶୀଙ୍କ ସହ ବିବାଦ ହୋଇପାରେ; ଘରୁ ବାହାରକୁ ଗଲେ ଯାନବାହାନ ତ୍ରୁଟି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ବିବାଦ ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଠକାମୀର ଶିକାର ହୋଇପାରନ୍ତି; ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ
ମୀନ – ଆଜି ଘରେ ରୁହନ୍ତୁ, ନଚେତ ମାନସିକ ଦୁଶ୍ଚିନ୍ତା ଦେଖାଦେଇପାରେ; ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟାରୁ ଆସ୍ୱସ୍ଥି ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ବ୍ୟାପାରରେ ବିସ୍ତାର ହୋଇପାରେ; ପରିବାର ସଦସ୍ୟ ମଧ୍ୟରେ ମନୋମାଳିନ୍ୟ ଦୂର ହୋଇପାରେ

LEAVE A REPLY

Please enter your comment!
Please enter your name here