ମେଷ – ଆଜି ନିର୍ଧାରିତ କାର୍ଯ୍ୟ ଅପୂର୍ଣ୍ଣ ରହିବାରୁ ମାନସିକ ଅସନ୍ତୋଷ ରହିପାରନ୍ତି; ହଠାତ ଶାରୀରିକ ଅସୁସ୍ଥ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟକଳାପ ପାଇଁ ହାନି ହୋଇପାରେ; ପାରିବାରିକ ସମସ୍ୟାରେ ଦେଇ ଦିନଟି ଗତି କରିପାରେ
ବୃଷ – ଆଜି ପ୍ରତ୍ୟେକ କାର୍ଯ୍ୟ ଦୃଢ ମନୋବଳ ଓ ପୂର୍ଣ୍ଣ ବିଶ୍ୱାସର ସହ କରିପାରନ୍ତି; କଳାକାର, ପତ୍ରକାର ଓ କ୍ରୀଡ଼ାବିତ ମାନଙ୍କ ପାଇଁ ଦିନଟି ଉତ୍ତମ ରହିପାରେ; କର୍ମକ୍ଷେତ୍ରରେ ନିଜ ଉଚ୍ଚାଧିକାରୀଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ଲାଭ ମିଳିପାରେ; ପରିବାରରେ କୌଣସି ଅତିଥି ଆଗମନର ସୂଚନା ମିଳୁଛି
ମିଥୁନ – ଆଜି ଶାରୀରିକ ଥକ୍କାପଣ ଦେଖାଦେଇପାରେ; ନିର୍ଦ୍ଧାରିତ କାର୍ଯ୍ୟଟି ବିଳମ୍ବରେ ସରିବାରୁ ମାନସିକ ଅଶାନ୍ତ ରହିପାରନ୍ତି; କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହୋଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି
କର୍କଟ – ଆଜି ଅର୍ଥପ୍ରାପ୍ତି ହୋଇପାରେ; ମିତ୍ର, ପଡୋଶୀଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହଯୋଗୀ, ଅଧସ୍ତନ କର୍ମଚାରୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଲାଭ ହୋଇପାରେ; ପରିବାରରେ ସୁଖ-ଶାନ୍ତିରେ ସମୟ ଅତିବାହିତ କରିପାରନ୍ତି
ସିଂହ – ଆଜି ଶାରୀରିକ କଷ୍ଟ ହୋଇପାରେ; କୌଣସି ପୁରାତନ ବନ୍ଧୁଙ୍କ ସହ ଯୁକ୍ତି-ତର୍କ ହୋଇପାରେ; କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ଆପଣଙ୍କୁ ହଇରାଣରେ ପକେଇପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଠକାମିରେ ପଡିଯାଇପାରନ୍ତି; ପରିବାରରେ କୌଣସି ଧାର୍ମିକ କାର୍ଯ୍ୟ ଆୟୋଜନ କରି ଖର୍ଚ୍ଚାନ୍ତ ହୋଇପାରନ୍ତି
କନ୍ୟା – ଆଜି ବନ୍ଧୁଙ୍କ ସହ ମଉଜ ମଜଲିଶ, ସୁସ୍ୱାଦୁ ଭୋଜନ, ଭ୍ରମଣରେ ମଜ୍ଜି ଯାଇପାରନ୍ତି; ଗୁପ୍ତଶତ୍ରୁଙ୍କ ପରାଜୟ ହୋଇପାରେ; ଚାକିରୀରେ ଆୟବୃଦ୍ଧିର ସୂଚନା ମିଳୁଛି; ବ୍ୟାପାରରେ ବିକାଶ ତଥା ବିସ୍ତାର ହୋଇପାରେ; ପରିବାରବର୍ଗଙ୍କ ସହ କୌଣସି ରମଣୀୟ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି
ତୁଳା – ଆଜି ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ, ପ୍ରତିଷ୍ଠାରେ ହାନି ହୋଇପାରେ; ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ; ନଚେତ ପେଟଜନିତ ସମସ୍ୟା ଦେଖାଦେଇପାରେ; କର୍ମକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନୂତନ ଯୋଜନା ଦ୍ୱାରା ହାନି ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ଅଧୋଗତି ନେଇ ଚିନ୍ତିତ ରହିପାରନ୍ତି
ବିଛା – ଆଜି କୌଣସି ସାମାଜିକ ଅନୁଷ୍ଠାନ ତରଫରୁ ମାନ-ସମ୍ମାନ ପ୍ରାପ୍ତ ହୋଇପାରେ; ଗୁରଜନଙ୍କ ଆଶୀର୍ବାଦ ପ୍ରାପ୍ତି ହେବାରୁ ପ୍ରତ୍ୟେକ କାର୍ଯ୍ୟ ପୂର୍ଣ୍ଣ କରି ମାନସିକ ସନ୍ତୋଷ ଲାଭ କରିପାରନ୍ତି; କର୍ମକ୍ଷେତ୍ରରେ ଜରୁରୀ କାର୍ଯ୍ୟ ପାଇଁ ବିଦେଶ ଯାତ୍ରାର ମଉକା ମିଳିପାରେ; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ମିଳିପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ପ୍ରଗତି ଆତ୍ମସନ୍ତୋଷ ପ୍ରଦାନ କରିପାରେ
ଧନୁ – ଆଜି ମାନସିକ ଉତ୍ସାହ କମିଯିବାରୁ ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ହୋଇପାରେ; ନିଜ କଥାବାର୍ତ୍ତାରେ ସଂଯମତା ଆଣନ୍ତୁ; ନଚେତ ବିବାଦରେ ପଡିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଏକାଗ୍ରତା ଅଭାବରୁ ଉଚ୍ଚାଧିକାରୀଙ୍କ ସମାଲୋଚନାର ଶିକାର ହୋଇପାରନ୍ତି; ବ୍ୟାପାରରେ ନିଜ ଦୁରଦୃଷ୍ଟି ଅଭାବରୁ ବାଧା ଉପୁଜିପାରେ; ପରିବାରରେ ସାମାନ୍ୟ କଥାରୁ କଳହର ବାତାବରଣ ହୋଇପାରେ
ମକର – ଆଜି ମାନସିକ ପ୍ରଫୁଲ୍ଲ ରହିପାରନ୍ତି; ପଡୋଶୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟାପାରରେ ନିଜ ମିଠା କଥା ଦ୍ୱାରା ଗ୍ରାହକଙ୍କୁ ଆକୃଷ୍ଟ କରେଇପାରନ୍ତି; ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ
କୁମ୍ଭ – ଆଜି ଯାନବାହାନ ଜନିତ ତ୍ରୁଟି ଦେଖାଦେଇପାରେ; ଦୂରସ୍ଥାନରୁ ଦୁସମ୍ବାଦ ପ୍ରାପ୍ତି ହେବାରୁ ମନ ଅଶାନ୍ତ ହୋଇପରେ; କାର୍ଯ୍ୟକ୍ଷେତ୍ରରେ ନିଜ ଅନ୍ୟମନସ୍କତା କାରଣରୁ ଜରୁରୀ କାଗଜପତ୍ରରେ ଭୁଲଭଟକା ହୋଇଯାଇପାରେ; ବ୍ୟାପାରରେ ଅର୍ଥ ବୁଡ଼ିଯାଇପାରେ; ପରିବାରରେ ପିତା କିମ୍ବା ଗୁରୁଜନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି
ମୀନ – ଆଜି ମାନସିକ ପ୍ରଫୁଲ୍ଲ ରହିବାରୁ ଦୃଢତା ସହ ପ୍ରତ୍ୟେକ କାର୍ଯ୍ୟ ସମ୍ପାଦନ କରିପାରନ୍ତି; ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟାରୁ କିଛି ମାତ୍ରାରେ ମୁକ୍ତି ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଲାଭବାନ ହୋଇପାରନ୍ତି; ପରିବାରରେ ସୁଖ-ଶାନ୍ତି ଅନୁଭୂତ ହୋଇପାରେ

LEAVE A REPLY

Please enter your comment!
Please enter your name here