ମେଷ – ଆଜି ବନ୍ଧୁମାନଙ୍କ ପାଇଁ ଅସୁବିଧାରେ ପଡିପାରନ୍ତି; ହଠାତ ଶାରୀରିକ ଅସୁସ୍ଥ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ମାନେ ଇର୍ଷାପରାୟଣ ହୋଇପଡିବାରୁ ଅପମାନିତ ହୋଇପାରନ୍ତି; ବ୍ୟାପାରରେ ସହଯୋଗୀ ଶତ୍ରୁତା ଆଚରଣ କରିପାରନ୍ତି; ପରିବାରରେ କଳହର ବାତାବରଣ ସୃଷ୍ଟି ହୋଇପାରେ

ବୃଷ – ଆଜି ସମସ୍ତ କାର୍ଯ୍ୟରେ ସଫଳତା ମିଳିପାରେ; ଭୂମି, ବାହାନ, ଗୃହ ଇତ୍ୟାଦି ଲାଭ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଲାଭବାନ ହୋଇପାରନ୍ତି; ପରିବାରରେ ସୁଖ-ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ

ମିଥୁନ – ଆଜି ଗୁପ୍ତଶତ୍ରୁ ସକ୍ରିୟ ହୋଇପାରନ୍ତି; ହଠାତ ଅର୍ଥହାନି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଅନ୍ୟମନସ୍କତା ହେତୁ ନିନ୍ଦା ମିଳିପାରେ; ବ୍ୟାପାରରେ ପ୍ରତିବନ୍ଧକ ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ଅଧୋଗତିକୁ ନେଇ ମାନସିକ ଅଶାନ୍ତି ଅନୁଭବ କରିପାରନ୍ତି

କର୍କଟ – ଆଜି ସାମାଜିକ ସମ୍ମାନ, ଯଶ ମିଳିପାରେ; ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ମିଳିପାରେ; ପରିବାରବର୍ଗ ସହ ଆମୋଦ-ପ୍ରମୋଦରେ ସମୟ ବିତେଇପାରନ୍ତି

ସିଂହ – ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ; କୌଣସି ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟକଳାପ ପାଇଁ ସହଯୋଗୀଙ୍କ ସହ ବଚସା ହୋଇପାରେ; ପରିବାରରେ ବୟୋଜେଷ୍ଠଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଅର୍ଥ ଖର୍ଚ୍ଚ କରିପାରନ୍ତି

କନ୍ୟା – ଆଜି ବନ୍ଧୁଙ୍କ ସହ ବୁଲାବୁଲି, ମନୋରଞ୍ଜନର ସୁଅବସର ମିଳିପାରେ; କୋର୍ଟ-କଚେରୀ କାର୍ଯ୍ୟରେ ସୁଫଳ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ; ବ୍ୟାପାରରେ ମିଠା କଥା କହି ଗ୍ରାହକକୁ ଆକୃଷ୍ଟ କରିପାରନ୍ତି; ପରିବାରରେ ସୁଖ-ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ

ତୁଳା – ଆଜି ନିଜ ଉପସ୍ଥିତ ବୁଦ୍ଧି ଅଭାବରୁ ହାତପାହାନ୍ତାରୁ ସୁଯୋଗ ଖସି ଯାଇପାରେ; ଅକସ୍ମାତ ଦୁର୍ଘଟଣା ହୋଇପାରେ; କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ହେତୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ସହ ବିବାଦ ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ତର୍କ-ବିତର୍କ ହୋଇପାରେ

ବିଛା – ଆଜି ବନ୍ଧୁ ସହଯୋଗରେ ଦୀର୍ଘଦିନର ସମସ୍ୟା ସମାଧାନ ହୋଇପାରେ; ମହିଳାମାନେ ଧର୍ମପରାୟଣ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ଲାଭକ୍ଷତି ସମାନ ହୋଇପାରେ; ଗୃହକୁ କୌଣସି ଅତିଥି ଆସିବାର ସୂଚନା ମିଳୁଛି

ଧନୁ – ଆଜି ପଡୋଶୀଙ୍କ ଦ୍ୱାରା ଅପବାଦ ମନଙ୍କୁ ଆଘାତ ଦେଇପାରେ; ଦୀର୍ଘଦିନର ବନ୍ଧୁ ସମ୍ପର୍କରେ ପୂର୍ଣ୍ଣଛେଦ ପଡିପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଏକାଗ୍ରତା ଅଭାବରୁ ଜରୁରୀ ଦସ୍ତାବିଜରେ ଭୁଲ ହୋଇଯାଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଅର୍ଥ ବୁଡ଼ିଯାଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ

ମକର – ଆଜି ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତ ହେତୁ ସାର୍ବଜନିକ ସ୍ଥାନରେ ଅପମାନିତ ହୋଇପାରନ୍ତି; ଅକସ୍ମାତ ଦୁର୍ଘଟଣାର ଶିକାର ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ଠାରୁ ଗାଳି ଶୁଣିପାରନ୍ତି; ବ୍ୟାପାରରେ ବାଧା-ବିଘ୍ନ ଦେଇ ଗତି କରିପାରନ୍ତି; ପରିବାରରେ ଅଶାନ୍ତର ବାତାବରଣ ଦେଖାଦେଇପାରେ

କୁମ୍ଭ – ଆଜି ଆୟବ୍ୟୟ ସମାନ ହୋଇପାରେ; କୌଣସି ଜମି ବା ଗୃହ କ୍ରୟର ସୁଯୋଗ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସମ୍ମାନ ବୃଦ୍ଧି ସହ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ବିସ୍ତାର ତଥା ପ୍ରସାର ହୋଇପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ

ମୀନ – ଆଜି ଅକସ୍ମାତ ଧନହାନି ହେତୁ ଋଣଗ୍ରସ୍ତ ହୋଇପାରନ୍ତି; ମହିଳାମାନେ ଦୂରସ୍ଥାନରୁ ଦୁଃସମ୍ବାଦ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେବାରୁ ଶାରୀରିକ ଅସୁସ୍ଥ ହୋଇପାରନ୍ତି; ବ୍ୟାପାରରେ ନୂତନ ଵ୍ୟାପାରୀ ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; ପାରିବାରିକ ଜୀବନ ଝଡଝଂଝା ଦେଇ ଗତି କରିପାରେ

LEAVE A REPLY

Please enter your comment!
Please enter your name here