ସୂର୍ଯ୍ୟୋଦୟ – ପ୍ରାଘ ୬I୨୩I୧ ଗତେ
ସୂର୍ଯ୍ୟାସ୍ଥ – ସଂଘ ୫I୩୭I୩୪ ଗତେ
ମେଷ – ଆଜି ଶାରୀରିକ ଫୁର୍ତ୍ତିରେ ଅଭାବ ଓ ମାନସିକ ବ୍ୟଗ୍ର ରହିବାରୁ ମନ କୌଣସି କାର୍ଯ୍ୟ କରିବାକୁ ପ୍ରେରିତ କରିବ ନାହିଁ | ନିଜ କ୍ରୋଧ ଯୋଗୁଁ ନିଜ ଗୋଡରେ ନିଜେ କୁରାଢ଼ୀ ମାରିବା ସଦୃଶ ହୋଇପାରେ ଯାହା ଫଳରେ ନିର୍ଦ୍ଧାରିତ କାର୍ଯ୍ୟ ବିଗିଯାଇପାରେ | ଧାର୍ମିକ, ପୂଜାପାଠର ମନକୁ ନିୟୋଜିତ କରିବା ଦ୍ୱାରା ମାନସିକ ଶାନ୍ତି ଅନୁଭୂତ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ମତଭେଦ ହୋଇପାରେ | ବ୍ୟାପାରରେ ସହଯୋଗୀଙ୍କ ସହ କଳହ ହୋଇପାରେ | ପରିବାରବର୍ଗ ସହ କୌଣସି ମାଙ୍ଗଳିକ କାର୍ଯ୍ୟରେ ଉପସ୍ଥିତ ରହିବାର ନିମନ୍ତ୍ରଣ ମିଳିପାରେ |
ବୃଷ – ଆଜି କାର୍ଯ୍ୟ ସଫଳତାରେ ବିଳମ୍ବ ଓ ମାନସିକ ଦୁଶ୍ଚିନ୍ତା ହେତୁ ହତାଶ ରହିପାରନ୍ତି | ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ; ନଚେତ ସ୍ୱାସ୍ଥ୍ୟ ବିଗିଡିଯାଇପାରେ | କୌଣସି ଜରୁରୀ ନିର୍ଣ୍ଣୟ ବା ନୂତନ କାର୍ଯ୍ୟ ପ୍ରାରମ୍ଭ କରନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଭାର ହେତୁ ଥକ୍କା ଅନୁଭବ କରିପାରନ୍ତି | ବ୍ୟାପାରରେ ବିଘ୍ନ ଆସିପାରେ | ପରିବାରରେ ସାମାନ୍ୟ କଥାରୁ ସଦସ୍ୟଙ୍କ ସହ ମତଭେଦ ହୋଇପାରେ |
ମିଥୁନ – ଆଜି ଶାରୀରିକ ସୁସ୍ଥତା ଓ ମାନସିକ ପ୍ରଫୁଲ୍ଲତା ରହିପାରେ | ବନ୍ଧୁ ପରିଜନଙ୍କ ସହ ବୁଲାବୁଲି, ନୂତନ ବସ୍ତ୍ର ଆଭୂଷଣ କିଣାକିଣି ତଥା ଯାନବାହାନ ସୁଖର ଆନନ୍ଦ ଉଠେଇପାରନ୍ତି | ଦୂରସ୍ଥାନରୁ ସୁସମାଚାର ପ୍ରାପ୍ତି ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ | ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଲାଭବାନ ହୋଇପାରନ୍ତି | ପରିବାରବର୍ଗଙ୍କ ସହ କୌଣସି ବଣଭୋଜିର ଆୟୋଜନ ସହ ଆନନ୍ଦ-ଉଲ୍ଲାସରେ ସମୟ ବିତେଇବାର ସୁଯୋଗ ମିଳିପାରେ |
କର୍କଟ – ଆଜି ପ୍ରତ୍ୟେକ ସ୍ତରରେ ଯଶ, ମାନ-ସମ୍ମାନ ମିଳିପାରେ | ପ୍ରତିଦ୍ୱନ୍ଦୀ ପରାସ୍ତ ହୋଇପାରନ୍ତି | ଗୃହକୁ ନୂତନ ଆସବାବ କିଣାକିଣିରେ ଖର୍ଚ୍ଚାନ୍ତ ହୋଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀ, ସହକର୍ମୀଙ୍କ ସାହାଯ୍ୟ ଦ୍ୱାରା ଜରୁରୀ କାର୍ଯ୍ୟକୁ ପୂର୍ଣ୍ଣ କରିପାରନ୍ତି | ବ୍ୟାପାରରେ ସହଯୋଗୀଙ୍କ ସହ ସୁସମ୍ପର୍କ ସ୍ଥାପନ ହୋଇପାରେ | ପରିବାରରେ ସୁଖ-ଶାନ୍ତିରେ ସମୟ ବିତିପାରେ |
ସିଂହ – ଆଜି ମାନସିକ ପ୍ରଫୁଲ୍ଲ ଓ ଶାରୀରିକ ସୁସ୍ଥ ରହିପାରନ୍ତି | କୌଣସି ପ୍ରିୟପରିଜନଙ୍କ ସହ ଦେଖାସାକ୍ଷାତ ସହ ଆମୋଦ-ପ୍ରମୋଦ ହୋଇପାରେ | ଲିଖନ, ସାହିତ୍ୟ, ସୃଜନ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ ସହ କୌଣସି ପ୍ରେମପ୍ରଣୟରେ ସୁଫଳ ମିଳିପାରେ | କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହକର୍ମୀଙ୍କ ସାହାଯ୍ୟ ମିଳିପାରେ | ବ୍ୟାପାରରେ ଲାଭବାନ ହୋଇପାରନ୍ତି | ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ |
କନ୍ୟା – ଆଜି ଶାରୀରିକ କଷ୍ଟ ସହ ମାନସିକ ଚିନ୍ତାଗ୍ରସ୍ତ ରହିପାରନ୍ତି | ସାର୍ବଜନିକ ସ୍ଥାନରେ ଗୁପ୍ତଶତ୍ରୁଙ୍କ ଦ୍ୱାରା ମାନହାନି ହୋଇପାରେ | ହଠାତ ଶାରୀରିକ ଆଘାତ ଲାଗିପାରେ | କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ଯୁକ୍ତି-ତର୍କ ହୋଇପାରେ | ବ୍ୟାପାରରେ ପ୍ରତିକୂଳ ପରିସ୍ଥିତି ରହିପାରେ | ପରିବାରରେ ଆତ୍ମୀୟସ୍ୱଜନଙ୍କ ସହ ମନୋମାଳିନ୍ୟ ହୋଇପାରେ |
ତୁଳା – ଆଜି ଶାରୀରିକ ଫୁର୍ତ୍ତି ଓ ମାନସିକ ଶାନ୍ତି ମିଳିପାରେ | କୌଣସି ଧାର୍ମିକ ଯାତ୍ରାର  ସୁଯୋଗ ମିଳିପାରେ | ଆର୍ଥିକ ଲାଭ ସହ ନୂତନ କାର୍ଯ୍ୟ ପ୍ରାରମ୍ଭ ପାଇଁ ଦିନଟି ଶୁଭ ରହିପାରେ | କାର୍ଯ୍ୟକ୍ଷେତ୍ରରେ ହଠାତ ଜରୁରୀ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି | ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଲାଭବାନ ହୋଇପାରନ୍ତି | ପରିବାରରେ ଭାଇ-ଭଉଣୀ-ବନ୍ଧୁଙ୍କ ସହ ସୌହାର୍ଦ୍ୟପୂର୍ଣ୍ଣ  ବାତାବରଣ ଅନୁଭୂତ ହୋଇପାରେ |
ବିଛା – ଆଜି ନକାରାତ୍ମକ ଚିନ୍ତା ଘାରିବାରୁ ମାନସିକ ଭାରାକ୍ରାନ୍ତ ରହିପାରନ୍ତି | ଅଯଥା ଧନବ୍ୟୟ ଯୋଗୁଁ ଆର୍ଥିକ ସମସ୍ୟା ଦେଖାଦେଇପାରେ | ନିଜ ବାଣୀ ଅନିୟନ୍ତ୍ରଣ ଯୋଗୁଁ ସମାଲୋଚିତ ହୋଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ | ବ୍ୟାପାରରେ ହାନି ହୋଇପାରେ | ପରିବାରରେ ଭୁଲ ବୁଝାମଣା ଯୋଗୁଁ କଳହ-ଦ୍ୱେଷର ବାତାବରଣ ହୋଇପାରେ |
ଧନୁ – ଆଜି ଶାରୀରିକ ଓ ମାନସିକ ସୁସ୍ଥ ରହିପାରନ୍ତି | ମାନ-ସମ୍ମାନ, ପ୍ରତିଷ୍ଠାରେ ବୃଦ୍ଧି ହୋଇପାରେ | କୌଣସି ପୁରାତନ ବନ୍ଧୁଙ୍କ ସହ ସାକ୍ଷାତ ସହ ସୁସ୍ୱାଦୁ ଭୋଜନର ଆନନ୍ଦ ଉଠେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ | ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଲାଭ ମିଳିପାରେ | ପରିବାରରେ ଆତ୍ମୀୟସ୍ୱଜନଙ୍କ ଆଗମନ ସହ ମନୋରଞ୍ଜନରେ ସମୟ ବିତିପାରେ |
ମକର – ଆଜି ଅଧିକ ପରିଶ୍ରମ କରିବା ସତ୍ତ୍ୱେ କମ ସଫଳତା ମିଳିବାରୁ ମନ ନିରାଶ ରହିପାରେ | ହଠାତ ଶଲ୍ୟଚିକିତ୍ସI ଆବଶ୍ୟକ ପଡିପାରେ | କୋର୍ଟ-କଚେରୀ କାର୍ଯ୍ୟ ସାବଧାନ ସହ କରନ୍ତୁ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଯୁକ୍ତି-ତର୍କ ହୋଇପାରେ | ବ୍ୟାପାରରେ ସହଯୋଗୀଙ୍କ ହସ୍ତକ୍ଷେପ ବୃଦ୍ଧି ହୋଇପାରେ | ପାରିବାରିକ ଜୀବନ ଝଡଝଂଝା ଦେଇ ଗତି କରିପାରେ |
କୁମ୍ଭ – ଆଜି ଆର୍ଥିକ ଲାଭ ସହ ସାମାଜିକ ଖ୍ୟାତି ମିଳିପାରେ | ନୂତନ କାର୍ଯ୍ୟ ପ୍ରାରମ୍ଭର ଆୟୋଜନ କରିପାରନ୍ତି | ଅବିବାହିତ ମାନଙ୍କୁ ଯୋଗ୍ୟ ପାତ୍ର ବା ପାତ୍ରୀ ମିଳିପାରନ୍ତି | କାର୍ଯ୍ୟକ୍ଷେତ୍ରରେ ପ୍ରୋତ୍ସାହନ ସହ ଆୟବୃଦ୍ଧି ହୋଇପାରେ | ବ୍ୟାପାରରେ ଲାଭ ମିଳିପାରେ | ପରିବାରରେ ସନ୍ତାନଙ୍କ ପ୍ରଗତି ସହ ପତ୍ନୀ କିମ୍ବା ପୁତ୍ର ତରଫରୁ ଶୁଭ ସମାଚାର ମିଳିପାରେ |
ମୀନ – ଆଜି ଆୟବୃଦ୍ଧି ସହ ପିତା, ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ତରଫରୁ ଲାଭ ମିଳିପାରେ | ମାନ-ସମ୍ମାନ, ପ୍ରତିଷ୍ଠା ମିଳିପାରେ | ଦୂରସ୍ଥାନରୁ ସୁସମ୍ବାଦ ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ସୁସମ୍ପର୍କ ସ୍ଥାପନ ହୋଇପାରେ | ବ୍ୟାପାରରେ ବୃଦ୍ଧି ସହ ବକେୟା ଅର୍ଥ ମିଳିପାରେ | ପାରିବାରିକ ଜୀବନ ଆନନ୍ଦମୟ ହୋଇପାରେ |
କାଳବେଳା – ଦିଘ ୭I୪୭ ମଧ୍ୟେ ଦିଘ ୪I୧୪ ଗତେ ସଂଘ ୫I୩୯ ମଧ୍ୟେ | ବାରବେଳା – ଦିଘ ୧I୨୫ ଗତେ ଦିଘ ୨I୫୦ ମଧ୍ୟେ | କାଳରାତ୍ରି – ସଂଘ ୫I୩୯ ଗତେ ରାଘ ୭I୧୪ ମଧ୍ୟେ ରାଘ ୪I୪୬ ଗତେ ନିଘ ୬I୨୧ ମଧ୍ୟେ | ଅମୃତବେଳା – ଦିଘ ୯I୨୩ ଗତେ ଦିଘ ୧୨I୨୩ ମଧ୍ୟେ ଦିଘ ୩I୨୪ ଗତେ ଦିଘ ୪I୫୪ ମଧ୍ୟେ ରାଘ ୮I୧୨ ଗତେ ରାଘ ୧୦I୪୪ ମଧ୍ୟେ ରାଘ ୨I୮ ଗତେ ରାଘ ୩I୪୯ ମଧ୍ୟେ ରାଘ ୪I୪୦ ଗତେ ନିଘ ୬I୨୧ ମଧ୍ୟେ  |

LEAVE A REPLY

Please enter your comment!
Please enter your name here