୨.୧୨.୨୦୧୯, ସୋମବାର, ରାଶିଫଳରେ ଦେଖନ୍ତୁ କିପରି ରହିବ ଆଜି ଆପଣଙ୍କ ଭାଗ୍ୟ

0
315

ମେଷ – ଆଜି ବନ୍ଧୁମିଳନ ସହ ଅର୍ଥନୈତିକ ଉନ୍ନତି ଖୁସି ଆଣିପାରେ; ଦୂରଯାତ୍ରା ପାଇଁ ପ୍ଲାନ କରିବା ସହ ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ଉଠେଇପାରନ୍ତି; କିନ୍ତୁ ଆତ୍ମୀୟସ୍ୱଜନ ମାନେ ଇର୍ଷା ପରାୟଣ ହୋଇ ଶତ୍ରୁତା କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀନ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ଲାଭବାନ ହୋଇପାରନ୍ତି; ପାରିବାରିକ ଜୀବନରେ ଲାଗିରହିଥିବା ସମସ୍ୟାର ସମାଧାନ କରିପାରନ୍ତି

ବୃଷ – ଆଜି ଅନେକ ପ୍ରକାର ସମସ୍ୟାରେ ଛନ୍ଦି ହେଇ ଅଣନିଶ୍ୱାସୀ ଅନୁଭୂତ କରିପାରନ୍ତି; ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତି ଆଜି ମାନସିକ ବିଚଳିତ କରିପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚଧିକାରୀଙ୍କ ଠାରୁ ସମାଲୋଚନା ମିଳିପାରେ; ବ୍ୟାପାର କ୍ଷେତ୍ରରେ କ୍ଷତି ସହିବାକୁ ପଡିପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ

ମିଥୁନ – ଆଜି ମାନସିକ ସ୍ଥିତି ବିଗିଡ଼ିଯିବାର ସମ୍ଭାବନା ରହିଛି; ନିକଟ ସମ୍ପର୍କୀୟଙ୍କ ସହାୟତାରେ ଦୀର୍ଘଦିନର ସମସ୍ୟାର ସରଳ ସମାଧାନ କରିପାରନ୍ତି; ବନ୍ଧୁଙ୍କ ସହ ମଉଜ ମଜଲିଶ, ଭ୍ରମଣର ଆନନ୍ଦ ଉଠେଇପାରନ୍ତି; କର୍ମକ୍ଷେତ୍ରରେ ନିଜର ଦକ୍ଷତା ଓ ଦୃଢ଼ତା ଦ୍ୱାରା ଆପଣ ଉଚ୍ଚାଧିକାରୀଙ୍କ ଦ୍ୱାରା ପ୍ରସଂଶିତ ହୋଇପାରନ୍ତି; ବ୍ୟାପାର କ୍ଷେତ୍ରରେ ପୁଞ୍ଜିନିବେଶ ଦ୍ୱାରା ସୁଫଳ ମିଳିପାରେ; ପାରିବାରିକ ଜୀବନରେ ଅଶାନ୍ତି ସହ କଳହ ଲାଗିରହିପାରେ

କର୍କଟ – ଆଜି ଅଯଥା ଆଲୋଚନାରୁ ନିବୃତ ରୁହନ୍ତୁ, ନଚେତ ବିବାଦ ମୁଣ୍ଡ ଟେକିପାରେ; ଦୀର୍ଘଦିନର ରହିଥିବା ବନ୍ଧୁତା ଆଜି ନଷ୍ଟ ହୋଇପାରେ; କର୍ମସ୍ଥଳୀରେ ସହକର୍ମୀଙ୍କ ସାହାଯ୍ୟ ଓ ବଦାନ୍ୟତା ଆପଣଙ୍କୁ ଅର୍ଥଲାଭ କରାଇପାରେ; ବ୍ୟାପାର କ୍ଷେତ୍ରରୁ ସମସ୍ୟା ଦୂରେଇଯାଇପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ

ସିଂହ – ଆଜି କୌଣସି ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇପାରନ୍ତି; ଗୃହକୁ ସାଜସଜ୍ଜା ସାମଗ୍ରୀ କ୍ରୟ କରି ଆଣିପାରନ୍ତି; କଳା, ସାହିତ୍ୟ ପେସାଦାର ଲାକଙ୍କ ପାଇଁ ଦିନଟି ଶୁଭମୟ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥ ଅଧିକାରୀନ୍କ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାର କ୍ଷେତ୍ରରେ ଦିନଟି ଉତ୍ତମ ରହିପାରେ; ପାରିବାରିକ ଜୀବନରେ ସୁଖର ବାତାବରଣ ଦେଖାଦେଇପାରେ

କନ୍ୟା – ଆଜି ନୂତନ ବସ୍ତ୍ରଭୂଷଣ ସହ ଉପଢୌକନ ପ୍ରାପ୍ତି ହୋଇପାରେ; ବନ୍ଧୁଙ୍କ ସହ ମିଶି ବୁଲାବୁଲି ସହ ନୂତନ ସ୍ଥାନ ଭ୍ରମଣ କରିପାରନ୍ତି; ଗୁରୁଜନଙ୍କ ଆଶୀର୍ବାଦ ମିଳିବାରୁ ସମସ୍ତ କାର୍ଯ୍ୟ ସରଳତାରେ ସମ୍ପାଦନ କରିପାରନ୍ତି; କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିପାରନ୍ତି; ବ୍ୟାପାର କ୍ଷେତ୍ରରେ ଋଣ ସୂତ୍ରରେ ଅର୍ଥଲାଭ କରିପାରନ୍ତି; ଗୃହକୁ କୌଣସି ଅତିଥି ଗମନର ସୂଚନା ମିଳୁଛି

ତୁଳା – ଆଜି ପୂର୍ବର ସୁପରିକଳ୍ପିତ ଯୋଜନାକୁ କାର୍ଯ୍ୟକାରୀ କରାଇବାରେ ସଫଳ ହୋଇପାରନ୍ତି; ଜରୁରୀ ଜିନିଷପତ୍ର ହଜିଯିବାର ସମ୍ଭାବନା ରହିଛି; ଦୂରସ୍ଥାନରୁ ଦୁଃସମ୍ବାଦ ପାଇ ବିଚଳିତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀମାନେ ଈର୍ଷାପରାୟଣ ହୋଇ ଆପଣଙ୍କୁ ଅସୁବିଧାରେ ପକେଇପାରନ୍ତି; ବ୍ୟାପାର କ୍ଷେତ୍ରରେ କ୍ଷତି ସହିପାରନ୍ତି; କିନ୍ତୁ ପାରିବାରିକ ଜୀବନରେ ମନୋମାଳିନ୍ୟ ଦେଖାଦେଇପାରେ

ବିଛା – ଆଜି କୌଣସି ବିବାଦରେ ଫସି ଯାଇପାରନ୍ତି; ପ୍ରିୟଜନଙ୍କ ସହ ମତାନ୍ତର ହେବାରୁ ମନ ଆନ୍ଦୋଳିତ ହୋଇପାରେ; ଜରୁରୀ ଜିନିଷ ହଜିଯିବାର ସମ୍ଭାବନା ରହିଛି; କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିଥି ହୋଇପାରେ; ବ୍ୟବସାୟରେ ପ୍ରସାର ପାଇଁ ନୂତନ ପଦକ୍ଷେପ ନେଇପାରନ୍ତି; ପରିବାରରେ ସାମାନ୍ୟ କଥାକୁ ନେଇ ସମ୍ପର୍କହାନି ହୋଇପାରେ

ଧନୁ – ଆଜି କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନପାରିବାରୁ ମନ ଅଶାନ୍ତ ରହିପାରେ ; ଘର ଲୋକଙ୍କ ପାଇଁ କିଛି ଅସୁବିଧାର ସମ୍ମୁଖୀନ ହେଇପାରନ୍ତି; ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତର ଶିକାର ହୋଇପାରନ୍ତି; କାର୍ଯ୍ୟସ୍ଥଳୀରେ ସହକର୍ମୀ ମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି; ବ୍ୟାପାର କ୍ଷେତ୍ରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରେଇ ସଫଳତା ପାଇପାରନ୍ତି; ପରିବାରରେ କଳହ ଦେଖାଦେଇପାରେ

ମକର – ଆଜି ଆର୍ଥିକ ଉନ୍ନତି ହେବା ସହ ନୂତନ ମିତ୍ରତା ସୃଷ୍ଟି ହୋଇପାରେ; କିନ୍ତୁ କୌଣସି ନୂତନ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ; କୌଣସି ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ପ୍ରତିଷ୍ଠା ମିଳିପାରେ ; କାର୍ଯ୍ୟକ୍ଷେତ୍ରରେ ପ୍ରମୋଶନ ମିଳିପାରେ; ବ୍ୟାପାରରେ ଲାଗିରହିଥିବା ସମସ୍ୟା ଦୂରୀଭୂତ ହୋଇପାରେ; ପରିବାରରେ ସନ୍ତାନ ସମ୍ବଧୀୟ ଶୁଭ ସମାଚାର ପାଇ ମନ ଆନନ୍ଦିତ ହୋଇପାରେ

କୁମ୍ଭ – ଆଜି କୌଣସି ଭୁଲ ନିଷ୍ପତି ନେବାରୁ ଭୁଲ ଭଟକା ହୋଇଯିବାରୁ ସେହି ବିଷୟରେ ଚିନ୍ତା କରି ମନସ୍ତାପ କରିବାକୁ ପଡିପାରେ; ହଠାତ ପୁରାତନ ବନ୍ଧୁ ସହ ମନାନ୍ତର ହୋଇପାରେ; ସାହିତ୍ୟ, କଳା, କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି; କାର୍ଯ୍ୟସ୍ଥଳୀରେ ଆଗାମୀ ସମୟର କାର୍ଯ୍ୟ ସକାଶେ ତତ୍ପରତା ବଢିପାରେ; ବ୍ୟାପାର ପାଇଁ ନୂତନ ଯୋଜନା ପ୍ରସ୍ତୁତ କରି ସଫଳତା ପାଇପାରନ୍ତି; ପାରିବାରିକ ଜୀବନ ହର୍ଷୋଲାଷରେ କଟିପାରେ

ମୀନ – ଆଜି ପୂର୍ବ ଅପେକ୍ଷା ଆର୍ଥିକ ସ୍ୱଚ୍ଛଳତା ବଢ଼ିପାରେ; ବନ୍ଧୁ ପରିଜନଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ଅନୁଭବ କରିପାରନ୍ତି; ଆଜି ଯାତ୍ରାର ଯୋଗ ରହିଛି; କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ କଥାକୁ ନେଇ ସହକର୍ମୀ ସଂଗେ ବଚସା ହେଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ କଲେ ନଚେତ ଠକାମିରେ ପଡିଯାଇପାରନ୍ତି, ସାବଧାନ ରୁହନ୍ତୁ; ପରିବାରବର୍ଗ ସହ କୌଣସି ଦର୍ଶନୀୟ ସ୍ଥାନ ବୁଲିବାକୁ ଯାଇପାରନ୍ତି

LEAVE A REPLY

Please enter your comment!
Please enter your name here