ମେଷ – ଆଜି ବନ୍ଧୁଙ୍କ ସହ ମଉଜ ମଜଲିଶରେ ସମୟ କାଟିପାରନ୍ତି; ନିଜ ବାକ-ଚାତୁରୀ ଦ୍ୱାରା ନୂତନ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ କାର୍ଯ୍ୟଶୈଳୀ ଯୋଗୁଁ ପ୍ରସଂଶିତ ହୋଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଲାଭବାନ ହୋଇପାରନ୍ତି; ପରିବାରରେ ସନ୍ତାନ ବିଦ୍ୟା ପ୍ରଗତି ସମ୍ବଦ୍ଧିୟ ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିପାରେ
ବୃଷ – ଆଜି ମିତ୍ର କଥା ଦେଇ ଠିକ ସମୟରେ ବିଶ୍ୱାସଘାତକତା କରିପାରନ୍ତି; ଗୃହକୁ ନୂତନ ସାଜସଜା ସାମଗ୍ରୀ କ୍ରୟ କରିବାରୁ ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ଅପବାଦ ମିଳିପାରେ; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟକଳାପ ପାଇଁ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ କଳହର ବାତାବରଣ ସୃଷ୍ଟି ହୋଇପାରେ
ମିଥୁନ – ଆଜି ବନ୍ଧୁ ସହାୟତାରେ ନୂତନ କାର୍ଯ୍ୟ ପୂର୍ଣ୍ଣ କରିପାରନ୍ତି; ଦୀର୍ଘଦିନର ଶାରୀରିକ ଅସୁସ୍ଥତାରୁ ସାମାନ୍ୟ ଆସ୍ୱସ୍ଥି ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରୋତ୍ସାହନ ସହ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ଗ୍ରାହକଙ୍କୁ ନିଜ ବାକ ଚାତୁରୀ ଦ୍ୱାରା ଆକୃଷ୍ଟ କରେଇପାରନ୍ତି; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ
କର୍କଟ – ଆଜି ଖର୍ଚ୍ଚଭାର ବୃଦ୍ଧି ଯୋଗୁଁ ମାନସିକ ଚିନ୍ତା ରହିପାରେ; ଅନୈତିକ କାର୍ଯ୍ୟରେ ଲିପ୍ତ ରହିଲେ ଫସିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ବ୍ୟବସାୟରେ ସହଯୋଗୀଙ୍କ ସହ ଭୁଲବୁଝାମଣା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ମନୋମାଳିନ୍ୟ ହୋଇପାରେ
ସିଂହ – ଆଜି ସାମାଜିକ ଯଶ, ମାନ-ସମ୍ମାନରେ ବୃଦ୍ଧି ହୋଇପାରେ; କୋର୍ଟ-କଚେରୀ କାର୍ଯ୍ୟରେ ବିଜୟୀ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ଦୀର୍ଘଦିନର ଆକାଂକ୍ଷା ପୂର୍ଣ୍ଣ ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବାରୁ ମନ ଆନନ୍ଦିତ ହୋଇପାରେ
କନ୍ୟା – ଆଜି ଦୂରସ୍ଥାନ ସମ୍ପର୍କୀୟ ଠାରୁ ଦୁଃସମ୍ବାଦ ପାଇ ମନ ବିଚଳିତ ହୋଇପାରେ; ଗୁପ୍ତଶତ୍ରୁ ଦ୍ୱାରା ସାମାଜିକ ଯଶ, ମାନ-ସମ୍ମାନରେ ଆଞ୍ଚ ଆସିପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ସମାଲୋଚନାର ଶିକାର ହୋଇପାରନ୍ତି; ବ୍ୟାପାରରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ; ପରିବାରରେ କୌଣସି ଆନୁଷ୍ଠାନିକ କିମ୍ବା ସାମାଜିକ କାର୍ଯ୍ୟ ଆୟୋଜନ କରେଇ ଖର୍ଚ୍ଚାନ୍ତ ହୋଇପାରନ୍ତି
ତୁଳା – ଆଜି ଗୁପ୍ତସୂତ୍ରରୁ ଅର୍ଥଲାଭ ହୋଇପାରେ; ପାଖକୁ ଆସିଥିବା କୌଣସି ସୁଯୋଗର ଭରପୁର ଫାଇଦା ଉଠେଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଜରୁରୀ କାର୍ଯ୍ୟ ପାଇଁ ବିଦେଶ ଯାତ୍ରାର ସୁଯୋଗ ମିଳିପାରେ; ବ୍ୟାପାରରେ ବୁଡିଯାଇଥିବା ଅର୍ଥ ପୁନଶ୍ଚ ମିଳିପାରେ; ପରିବାରବର୍ଗ ସହ କୌଣସି ଦର୍ଶନୀୟ ସ୍ଥାନ ବୁଲିବା ସହ ପିକନିକରେ ସମୟ ଅତିବାହିତ କରିପାରନ୍ତି
ବିଛା – ଆଜି ଅଯଥା ଚିନ୍ତାଗ୍ରସ୍ତ ରହିପାରନ୍ତି; ଅକସ୍ମାତ ଧନହାନି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଜରୁରୀ ଦସ୍ତାବିଜରେ ଭୁଲ ହୋଇଯାଇପାରେ; ବ୍ୟାପାରରେ ଦିନଟି ମଧ୍ୟମ ରହିପାରେ; ପରିବାରରେ ମନୋମାଳିନ୍ୟ ହୋଇପାରେ
ଧନୁ – ଆଜି ବନ୍ଧୁ ସହାୟତାରେ ଦୀର୍ଘଦିନର ଆଶା ଅଭିଳାଷ ଓ ନୂତନ କାର୍ଯ୍ୟ ପୂର୍ଣ୍ଣ ହୋଇପାରେ; ଆଧ୍ୟାତ୍ମ୍ୟ ଦିଗରେ ରୁଚି ବଢିପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ
ମକର – ଆଜି ଶାରୀରିକ କଷ୍ଟ ଅନୁଭୂତ ହୋଇପାରେ; ବାଣୀରେ ନିୟନ୍ତ୍ରଣ କରିନପାରିବାରୁ ଅପଦସ୍ତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ଅର୍ଥ ବୁଡ଼ିଯାଇପାରେ; ପରିବାରରେ କୌଣସି ସାମାନ୍ୟ କଥାକୁ ନେଇ କଳହ ହୋଇପାରେ
କୁମ୍ଭ – ଆଜି ପୁରାତନ ମିତ୍ର ସହ ସହସା ସାକ୍ଷାତ ସହ ବୁଲାବୁଲି, ମନୋରଞ୍ଜନରେ ମାତିଯାଇପାରନ୍ତି; ପଡୋଶୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିପାରେ; ବ୍ୟାପାରରେ ଲାଭ ମିଳିପାରେଲ ପରିବାରବର୍ଗ ସହ ରମଣୀୟ ସ୍ଥାନକୁ ପରିଭ୍ରମଣରେ ଯିବା ସହ ସୁସ୍ୱାଦୁ ଭୋଜନର ଆନନ୍ଦ ଉଠେଇପାରନ୍ତି
ମୀନ – ଆଜି ନିର୍ଦ୍ଧାରିତ କାର୍ଯ୍ୟଟି ଅପୂର୍ଣ୍ଣ ରହିବାରୁ ମାନସିକ ଦୁଶ୍ଚିନ୍ତା ଦେଖାଦେଇପାରେ; କୌଣସି ଧାର୍ମିକ କାର୍ଯ୍ୟ ଆୟୋଜନରେ ଅର୍ଥ ଖର୍ଚ୍ଚ ହୋଇପାରେ;କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେବାରୁ ଅସୁସ୍ଥ ହୋଇପାରନ୍ତି; ବ୍ୟାପାରରେ ବାଧା-ବିଘ୍ନ ଦେଇ ଗତି କରିପାରନ୍ତି; ପରିବାର ସଦସ୍ୟ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇପାରେ

LEAVE A REPLY

Please enter your comment!
Please enter your name here