ମେଷ – ଆଜି ମାନସିକ ଚିନ୍ତାଗ୍ରସ୍ତ ରହିପାରନ୍ତି; ଦୀର୍ଘଦିନର ମନସ୍ଥ କରିଥିବା କାର୍ଯ୍ୟଟି ଅଟକି ଯାଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀ ସମାଲୋଚନା କରିପାରନ୍ତି; ବ୍ୟାପାରରେ ନିଜ ଦୁରଦୃଷ୍ଟି ଅଭାବରୁ ବାଧା ଉପୁଜିପାରେ; ପରିବାରରେ ପତ୍ନୀ ବା ପୁତ୍ରଙ୍କ ସହ ମନୋମାଳିନ୍ୟ ହୋଇପାରେ

ବୃଷ – ଆଜି ଯଶ-କୀର୍ତ୍ତି, ପ୍ରତିଷ୍ଠାରେ ବୃଦ୍ଧି ହୋଇପାରେ; ବିବାହଇଚ୍ଛୁକଙ୍କୁ ମନପସନ୍ଦର ଜୀବନସାଥୀ ମିଳିପାରନ୍ତି; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରୋତ୍ସାହନ ମିଳିପାରେ; ବ୍ୟାପାରରେ ଲାଭବାନ ହୋଇପାରନ୍ତି; ପରିବାରବର୍ଗ ସହ ଆମୋଦ-ପ୍ରମୋଦର ସମୟ କାଟିପାରନ୍ତି

ମିଥୁନ – ଆଜି ନିଜ କ୍ରୋଧରେ ନିୟନ୍ତ୍ରଣ ଆଣିବା ସହ ଅନୈତିକ କାର୍ଯ୍ୟ, ନକାରାତ୍ମକ ବିଚାରରୁ ଦୂରେଇ ରୁହନ୍ତୁ; ଅନ୍ୟ ଲୋକ କଥାରେ ମୁଣ୍ଡ ପୁରାନ୍ତୁ ନାହିଁ; ନଚେତ ବିବାଦରେ ଫସିଯାଇପାରନ୍ତି; ଚାକିରୀରେ ସହକର୍ମୀଙ୍କ ସହ ଯୁକ୍ତି-ତର୍କ ହୋଇପାରେ; ବେପାରରେ ନୂତନ ପୁଞ୍ଜିନିବେଶ ହାନି କରେଇପାରେ; ପରିବାରରେ ଦୂରସ୍ଥାନ ସମ୍ପର୍କୀୟଙ୍କ ଠାରୁ ଦୁଃସମାଚାର ମିଳିବା ଦ୍ୱାରା ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇପାରେ

କର୍କଟ – ଆଜି ମିତ୍ରସ୍ଵଜନଙ୍କ ସହ ବାର୍ତାଳାପର ମଉକା ଉଠେଇପାରନ୍ତି; ଦୂରସ୍ଥାନରୁ ସୁସମ୍ବାଦ ପ୍ରାପ୍ତ ହୋଇପାରେ; କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ; ବ୍ୟାପାରରେ ଲାଭବାନ ହୋଇପାରନ୍ତି; ପରିବାରରେ ଆପୋଷ ବୁଝାମଣା ହେତୁ ସମସ୍ୟାର ସମାଧାନ ହୋଇପାରେ

ସିଂହ – ଆଜି କୌଣସି ଅତୀତ କଥା ମନେ ପକାଇବାରୁ ମାନସିକ ଅଶାନ୍ତି ରହିପାରେ; ପୁରାତନ ମିତ୍ରଙ୍କ ସହ କଥା କଟାକଟି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ନିନ୍ଦା ମିଳିବାରୁ ମାନସିକ ଅଶାନ୍ତି ରହିପାରନ୍ତି; ବେପାର ପାଇଁ ଦିନଟି ପ୍ରତିକୂଳ ରହିପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି

କନ୍ୟା – ଆଜି ଦୀର୍ଘଦିନର ମନୋବାଞ୍ଛା ପୂର୍ଣ୍ଣ ହେବା ସହ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହୋଇପାରେ; କୌଣସି ବନ୍ଧୁଙ୍କ ସହ ବାର୍ତାଳାପ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟବସାୟିକ ସ୍ଥଳୀରେ ବାତାବରଣ ଅନୁକୂଳ ସହ ବିସ୍ତାର ହୋଇପାରେ; ପରିବାରରେ ସୁଖ-ଶାନ୍ତିର ବାତାବରଣ ରହିପାରେ

ତୁଳା – ଆଜି ନିଜ ବାକ-ସଞ୍ଜତା ରଖନ୍ତୁ, ନଚେତ ବିବାଦ ମୁଣ୍ଡ ଟେକିପାରେ; ଅଯଥା ଅପବ୍ୟୟ ଯୋଗୁଁ ଅର୍ଥାଭାବ ରହିପାରେ; କର୍ମକ୍ଷେତ୍ରରେ ନିଜ ଦାୟିତ୍ବହୀନତା ହେତୁ ଜରୁରୀ ଦସ୍ତାବିଜରେ ଭୁଲ ହୋଇପାରେ; ବେପାରରେ ପୁଞ୍ଜିନିବେଶ ହେତୁ ଅର୍ଥ ଯୋଗାଡ଼ କରି ନ ପରି ନିରାଶ ହୋଇପାରନ୍ତି; ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି

ବିଛା – ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳବାରୁ ମାନସିକ ପ୍ରଫୁଲ୍ଲ ରହିପାରନ୍ତି; ଯଶ, କୀର୍ତ୍ତି, ମାନ-ସମ୍ମାନ ମିଳିପାରେ; କର୍ମକ୍ଷେତ୍ରରେ ଉଚ୍ଛାଧୀକାରିଙ୍କ ପ୍ରୋତ୍ସାହନ ସହ ଆୟବୃଦ୍ଧି ହୋଇପାରେ; ବେପାରରେ ସହଯୋଗୀଙ୍କ ସହ ମିଶି କାର୍ଯ୍ୟ ସମ୍ପାଦନ କରିପାରନ୍ତି; ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ

ଧନୁ – ଆଜି ଅତ୍ୟଧିକ ଭାବପ୍ରବଣ ହୋଇପଡ଼ିବାରୁ ମାନସିକ ବ୍ୟଗ୍ର ରହିପାରନ୍ତି; ଶାରୀରିକ ଅସୁସ୍ଥତା ପେଟ ସମ୍ବଧୀୟ ସମସ୍ୟା ଦେଖାଦେଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ବଚସା ହୋଇପାରେ; ବେପାରରେ ହାନି ହୋଇପାରେ; ପରିବାରରେ ମାତା ବା ପତ୍ନୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି

ମକର – ଆଜି ଧାର୍ମିକ ଦିଗରେ ମନୋନିବେଶ କରିପାରନ୍ତି; ଶତ୍ରୁମାନେ ଆଜି ନିଷ୍କ୍ରିୟ ରହିପାରନ୍ତି; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ଆଲୋଚନା ହୋଇପାରେ; ବେପାରରେ ନୂତନ ଚୁକ୍ତି ହେତୁ ଲାଭ ମିଳିପାରେ; ପରିବାରରେ ଆପୋଷ ବୁଝାମଣାରୁ ବିବାଦର ସମାଧାନ ହୋଇପାରେ

କୁମ୍ଭ – ଆଜି ଘରୁ ବାହାରକୁ ଗଲେ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ; ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ ବେଳେ ବାଣୀରେ ନିୟଂତ୍ରଣ ନ ଆଣିଲେ ଅସୁବିଧାର ସମୁଖୀନ ହୋଇପାରନ୍ତି; କର୍ମକ୍ଷେତ୍ରର ହଠାତ ସ୍ଥାନାନ୍ତରଣ ହୋଇପାରେ; ବେପାରରେ ନେଣ-ଦେନ କଲେ ଅର୍ଥ ବୁଡ଼ିଯାଇପାରେ; ପରିବାରରେ ନିଜ କଟୁବାଣୀ ହେତୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ

ମୀନ – ଆଜି ଘରେ ରହିଲେ ସୁସ୍ଥ ରହିବେ; ପଡୋଶୀଙ୍କ ସହ ବିବାଦର ଅବସାନ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଦୀର୍ଘଦିନର ଆଶା ପୂର୍ଣ୍ଣ ହୋଇପାରେ; ବେପାରରେ ବୁଡ଼ିଯାଉଥିବା ଅର୍ଥ ମିଳିପାରେ; ପରିବାରରେ ଆଗାମୀ ଦିନରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ପାଇଁ କଥାବାର୍ତା ହୋଇପାରେ

LEAVE A REPLY

Please enter your comment!
Please enter your name here