୩୦.୧୨.୨୦୧୯, ସୋମବାର ଆଜିର ରାଶିଫଳରେ ଦେଖନ୍ତୁ କିପରି ରହିବ ଆପଣଙ୍କ ଭାଗ୍ୟ

0
298

ମେଷ – ଆଜି ବନ୍ଧୁମିଳନ ହୋଇପାରେ; ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ଉଠେଇପାରନ୍ତି; କିନ୍ତୁ ଆତ୍ମୀୟସ୍ୱଜନ ମାନଙ୍କ ସହ ବୁଲାବୁଲି, ପିକନିକର ଆନନ୍ଦ ଉଠେଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ଲାଭବାନ ହୋଇପାରନ୍ତି; ପାରିବାରିକ ଜୀବନ ହର୍ଷୋଲ୍ଲାସରେ ଗତି କରିପାରେ

ବୃଷ – ଆଜି ଶାରୀରିକ ଅସୁସ୍ଥତା ହେତୁ ଅଣନିଶ୍ୱାସୀ ଅନୁଭୂତ କରିପାରନ୍ତି; ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତି ଆଜି ମାନସିକ ବିଚଳିତ କରିପାରେ; ଦୂରସ୍ଥାନରୁ ଦୁଃସମ୍ବାଦ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚଧିକାରୀଙ୍କ ଠାରୁ ସମାଲୋଚନା ମିଳିପାରେ; ବ୍ୟାପାର କ୍ଷେତ୍ରରେ କ୍ଷତି ସହିବାକୁ ପଡିପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ

ମିଥୁନ – ଆଜି ଦୀର୍ଘଦିନର ସମସ୍ୟା ସରଳ ସମାଧାନ କରିପାରନ୍ତି; ବନ୍ଧୁଙ୍କ ସହ ମଉଜ ମଜଲିଶ, ଭ୍ରମଣର ଆନନ୍ଦ ଉଠେଇପାରନ୍ତି; କିନ୍ତୁ ଆର୍ଥିକ ସ୍ଥିତି ବିଗିଡ଼ିବାରୁ ଋଣ କରିପାରନ୍ତି; କର୍ମକ୍ଷେତ୍ରରେ ନିଜର ଦକ୍ଷତା ହେତୁ ଉଚ୍ଚାଧିକାରୀଙ୍କ ଦ୍ୱାରା ପ୍ରସଂଶିତ ହୋଇପାରନ୍ତି; ବ୍ୟାପାର କ୍ଷେତ୍ରରେ ଲାଭ ମିଳିପାରେ; ପାରିବାରିକ ଜୀବନରେ ସୁଖ-ଶାନ୍ତି ଦେଖାଦେଇପାରେ
କର୍କଟ – ଆଜି ଅନଧିକାର ଚର୍ଚ୍ଚା ହେତୁ ବିବାଦ ମୁଣ୍ଡ ଟେକିପାରେ; ଦୀର୍ଘଦିନର ରହିଥିବା ବନ୍ଧୁତା ଭୁଲବୁଝାମଣା ହେତୁ ନଷ୍ଟ ହୋଇପାରେ; କର୍ମସ୍ଥଳୀରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାର କ୍ଷେତ୍ରରୁ ବାଧା-ବିଘ୍ନ ଦୂରେଇଯାଇପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ
ସିଂହ – ଆଜି ବନ୍ଧୁଙ୍କ ସହ ବୁଲାବୁଲି, ମଉଜ-ମଜଲିସରେ ମାତି ଯାଇପାରନ୍ତି; ଗୃହକୁ ସାଜସଜ୍ଜା ସାମଗ୍ରୀ କ୍ରୟ କରି ଆଣିପାରନ୍ତି; କଳା, ସାହିତ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥ ଅଧିକାରୀଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାର କ୍ଷେତ୍ରରେ ଲାଭବାନ ହୋଇପାରନ୍ତି; ପାରିବାରିକ ଜୀବନରେ ସୁଖର ବାତାବରଣ ଦେଖାଦେଇପାରେ
କନ୍ୟା – ଆଜି ବନ୍ଧୁଙ୍କ ସହ ମିଶି ବୁଲାବୁଲି ସହ ନୂତନ ସ୍ଥାନ ଭ୍ରମଣ କରିପାରନ୍ତି; କୌଣସି ଗୁପ୍ତଧନ ପ୍ରାପ୍ତ ହୋଇପାରେ; ଗୁପ୍ତ ଶତ୍ରୁ ପରାସ୍ତ ହୋଇପାରନ୍ତି; କାର୍ଯ୍ୟ କ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାର କ୍ଷେତ୍ରରେ ଋଣ ସୂତ୍ରରେ ଅର୍ଥଲାଭ କରିପାରନ୍ତି; ଗୃହକୁ କୌଣସି ଅତିଥି ଗମନର ସୂଚନା ମିଳୁଛି
ତୁଳା – ଆଜି ଦୀର୍ଘଦିନର ଆଶା ଆକାଂକ୍ଷା ଅପୂର୍ଣ୍ଣ ହେବାରୁ ମାନସିକ ଅଶାନ୍ତ ହୋଇପାରନ୍ତି; ଜରୁରୀ ଜିନିଷପତ୍ର ହଜିଯିବାର ସମ୍ଭାବନା ରହିଛି; ଦୂରସ୍ଥାନରୁ ଦୁଃସମ୍ବାଦ ପାଇ ବିଚଳିତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀମାନେ ଈର୍ଷାପରାୟଣ ହୋଇ ଆପଣଙ୍କୁ ହଇରାଣରେ ପକେଇପାରନ୍ତି; ବ୍ୟାପାର କ୍ଷେତ୍ରରେ କ୍ଷତି ସହିପାରନ୍ତି; ପାରିବାରିକ ଜୀବନରେ ମନୋମାଳିନ୍ୟ ଦେଖାଦେଇପାରେ
ବିଛା – ଆଜି ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତ ହେତୁ କୌଣସି ବିବାଦରେ ଫସି ଯାଇପାରନ୍ତି; ପ୍ରିୟଜନଙ୍କ ସହ ମତାନ୍ତର ହେବାରୁ ମନ ଦୁଃଖ ହୋଇପାରେ; ଚୋରି ହେବାର ସମ୍ଭାବନା ରହିଛି; କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ହୋଇପାରେ; ବ୍ୟବସାୟରେ ଅନ୍ୟ ଵ୍ୟାପାରୀଙ୍କ ସହ ଚୁକ୍ତି କରିବାରୁ ଠକାମିରେ ପଡିଯାଇପାରନ୍ତି; ପରିବାରରେ ସାମାନ୍ୟ କଥାକୁ ନେଇ ସମ୍ପର୍କହାନି ହୋଇପାରେ
ଧନୁ – ଆଜି ନିର୍ଦ୍ଧାରିତ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିବାରୁ ମନ ଅଶାନ୍ତ ରହିପାରେ; ପଡୋଶୀଙ୍କ ଅପବାଦ ପାଇଁ କିଛି ଅସୁବିଧାର ସମ୍ମୁଖୀନ ହେଇପାରନ୍ତି; ଦୀର୍ଘଦିନର ବନ୍ଧୁଙ୍କ ସହ ସମ୍ପର୍କହାନି ହୋଇପାରେ; କାର୍ଯ୍ୟସ୍ଥଳୀରେ ସହକର୍ମୀ ମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି; ବ୍ୟାପାର କ୍ଷେତ୍ରରେ ହାନି ହୋଇପାରେ; ପରିବାରରେ କଳହ ଦେଖାଦେଇପାରେ
ମକର – ଆଜି ନିଜ ବାକ-ଚାତୁରୀ ହେତୁ ନୂତନ ମିତ୍ରତା ସୃଷ୍ଟି ହୋଇପାରେ; ମହିଳାମାନେ ମାତୃଳୟରୁ ସୁସମ୍ବାଦ ପାଇପାରନ୍ତି; ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ପରିବାରରେ ସନ୍ତାନ ସମ୍ବଧୀୟ ଶୁଭ ସମାଚାର ପାଇ ମନ ଆନନ୍ଦିତ ହୋଇପାରେ
କୁମ୍ଭ – ଆଜି ଦୀର୍ଘଦିନର ସମସ୍ୟାରୁ ଆସ୍ୱସ୍ଥି ନ ମିଳିବାରୁ ଅଣନିଶ୍ୱାସୀ ଅନୁଭବ କରିପାରନ୍ତି; ଗୁପ୍ତଶତ୍ରୁଙ୍କ ଗୁପ୍ତଚକ୍ରାନ୍ତ ହେତୁ ସାର୍ବଜନିକ ସ୍ଥାନରେ ଅପମାନିତ ହୋଇପାରନ୍ତି; ହଠାତ ପୁରାତନ ବନ୍ଧୁ ସହ ମନାନ୍ତର ହୋଇପାରେ; କାର୍ଯ୍ୟସ୍ଥଳୀରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାର ହାନି ହୋଇପାରେ; ପାରିବାରିକ ଜୀବନରେ ଅଶାନ୍ତିରେ କଟିପାରେ
ମୀନ – ଆଜି ଦୀର୍ଘଦିନର ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ; ବନ୍ଧୁ ପରିଜନଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ଅନୁଭବ କରିପାରନ୍ତି; ବନ୍ଧୁ ଗହଣରେ ପିକନିକ, ଭ୍ରମଣରେ ମାତି ଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଜରୁରୀ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ କଲେ ଲାଭବାନ ହୋଇପାରନ୍ତି; ପରିବାରବର୍ଗ ସହ କୌଣସି ଦର୍ଶନୀୟ ସ୍ଥାନ ବୁଲିବାକୁ ଯାଇପାରନ୍ତି

LEAVE A REPLY

Please enter your comment!
Please enter your name here