ମେଷ – ଆଜି ଶାରୀରିକ ଶୀଥିଳତା ଓ ମାନସିକ ବ୍ୟଗ୍ର ରହିବାରୁ କାର୍ଯ୍ୟ ପାଇଁ ଉତ୍ସାହ କମିଯାଇପାରେ; କ୍ରୋଧରେ ସଂଯମତା ନ ଆଣିଲେ ସମାଲୋଚିତ ହୋଇପାରନ୍ତି; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ନକାରାତ୍ମକ ବ୍ୟବହାର ଓ କଟୁ କଥା ମନକୁ ଆନ୍ଦୋଳିତ କରିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ବଚସା ହୋଇପାରେ; ପରିବାରରେ ସନ୍ତାନ ବା ପତ୍ନୀଙ୍କ ସହ ମତଭେଦ ହୋଇପାରେ

ବୃଷ – ଆଜି ଗୁରୁଜନଙ୍କ ଆଶୀର୍ବାଦ ଓ ସାହାଯ୍ୟ ନେଇ ଅଟକିଥିବା କାର୍ଯ୍ୟକୁ ପୂର୍ଣ୍ଣ କରିପାରନ୍ତି; ନୂତନ ମିତ୍ର ସହ ବନ୍ଧୁତା ସ୍ଥାପନ କରିପାରନ୍ତି ଯଦ୍ୱାରା ଭବିଷ୍ୟତରେ ତାଙ୍କ ଠାରୁ ଲାଭ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପ୍ରାପ୍ତି ହୋଇପାରେ; ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରେଇପାରନ୍ତି; ପରିବାରରେ ସନ୍ତାନ ସମ୍ୱନ୍ଧିୟ ଶୁଭ ସମାଚାର ମିଳିପାରେ

ମିଥୁନ – ଆଜି ଘରୁ ବାହାରକୁ ଗଲେ ଶାରୀରିକ ଆଘାତ କିମ୍ବା ଅକସ୍ମାତ ଦୁର୍ଘଟଣାର ଶିକାର ହୋଇପାରନ୍ତି; ଅପରିଚିତ ବ୍ୟକ୍ତିଙ୍କ ସହ ମିଳାମିଶା କରନ୍ତୁ ନାହିଁ; ନଚେତ ହଇରାଣରେ ପଡିପାରନ୍ତି; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ମାନସିକ ଥକ୍କା ଅନୁଭବ କରିପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ହେତୁ ହାନି ହୋଇପାରେ; ପରିବାରରେ ନିଜ ବାକ-ଅସଂଯତା ହେତୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ

କର୍କଟ – ଆଜି ମିତ୍ରଙ୍କ ସହ ଫୋନ ଯୋଗେ ବାର୍ତାଳାପର ଆନନ୍ଦ ଉଠେଇପାରନ୍ତି; ଦୂରସ୍ଥିତ ସମ୍ପର୍କୀୟଙ୍କ ଠାରୁ ସୁସମାଚାର ପାଇ ଆନନ୍ଦିତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରୋତ୍ସାହନ ଓ ସହଯୋଗ ମିଳିପାରେ; ବ୍ୟବସାୟୀଙ୍କ ପାଇଁ ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୂର୍ଣ୍ଣ ହେବାରୁ ଦିନଟି ଲାଭଜନକ ରହିପାରେ; ପରିବାରରେ ଆମୋଦ-ପ୍ରମୋଦ ସହ ସୁଖ-ଶାନ୍ତିରେ ସମୟ ବିତିପାରେ

ସିଂହ – ଆଜି ନିଜ ବାଣୀ ନିୟଂତ୍ରଣରେ ନ ରହିବାରୁ ଅପଯଶ ମିଳିପାରେ; ଅଯଥା ଚିନ୍ତା ଘାରିବାରୁ ମାନସିକ ଦୁଶ୍ଚିନ୍ତା ରହିପାରେ; କର୍ମକ୍ଷେତ୍ରରେ ସହକର୍ମୀ ହଇରାଣ କରିପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଠକାମିରେ ପଡିଯାଇପାରନ୍ତି; ପାରିବାରିକ ଜୀବନ ଝଡଝଂଝା ଦେଇ ଗତି କରିପାରେ

କନ୍ୟା – ଆଜି ଯଶ, ମାନ-ସମ୍ମାନ ମିଳିପାରେ; ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ନୂତନ ଆୟୋଜନ ଓ ବିସ୍ତାର ପାଇଁ ବ୍ୟସ୍ତ ରହିପାରନ୍ତି; ପାରିବାରିକ ଜୀବନ ହର୍ଷୋଲ୍ଲାସରେ ଗତି କରିପାରେ

ତୁଳା – ଆଜି ମାନସିକ ପ୍ରସନ୍ନତାର ଅଭାବ ଯୋଗୁଁ ଅନିଦ୍ରାର ଶିକାର ହୋଇପାରନ୍ତି; ନିଜ ବେଖାପ କଥାବାର୍ତ୍ତା ଢଙ୍ଗ ପାଇଁ ସମ୍ପର୍କହାନି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଅର୍ଥ ବୁଡିଯିବାର ସମ୍ଭାବନା ରହିପାରେ; ପରିବାରରେ ସାମାନ୍ୟ କଥାକୁ ନେଇ କଳହ ବାତାବରଣ ସୃଷ୍ଟି ହୋଇପାରେ

ବିଛା – ଆଜି ନିଜ ଉନ୍ନତ ଚିନ୍ତାଧାରା ଓ ବାଣୀ ମଧୁରତା ଦ୍ୱାରା ଅନ୍ୟ ଲୋକମାନଙ୍କୁ ପ୍ରଭାବିତ କରିବା ସହ ମଧୁର ସମ୍ପର୍କ ସ୍ଥାପନ କରିପାରନ୍ତି; ତର୍କ, ରାଜନୀତି, ପତ୍ରକାର ଦିଗରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସଫଳତା ମିଳିପାରେ; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ସହ ସୁସମ୍ପର୍କ ସ୍ଥାପନ ହୋଇପାରେ; ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ପ୍ରସ୍ତୁତି କରିବା ସହ ବାର୍ତାଳାପ ହୋଇପାରେ

ଧନୁ – ଆଜି ନିଜ ଭୁଲ ଚିନ୍ତାଧାରା ପାଇଁ ହାତ ପାହାନ୍ତାରୁ ସୁଯୋଗ ଖସି ଚାଲିଯାଇପାରେ; ନିକଟ ସମ୍ପର୍କୀୟଙ୍କ ଠାରୁ ଦୁଃସମ୍ବାଦ ପାଇଁ ମନ ବିଚଳିତ ରହିପାରେ; କାର୍ଯ୍ୟକ୍ଷେତ୍ରରେ ଜରୁରୀ ଦସ୍ତାବିଜରେ କାର୍ଯ୍ୟ କଲାବେଳେ ସାବଧାନ ରୁହନ୍ତୁ; ବ୍ୟାପାରରେ ଅର୍ଥ ନେଣ-ଦେନ ଦେଖିଚାହିଁ କରନ୍ତୁ; ପରିବାରରେ ମାତା ବା ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଅକସ୍ମାତ ଅର୍ଥହାନୀ ହୋଇପାରେ

ମକର – ଆଜି ଅକସ୍ମାତ ଅର୍ଥପ୍ରାପ୍ତି ହୋଇପାରେ; ପରୋପକାର କାର୍ଯ୍ୟ କରିବାରୁ ସମ୍ମାନିତ ହୋଇପାରନ୍ତି; କାର୍ଯ୍ୟସ୍ଥଳୀରେ ପଦୋନ୍ନତି ହୋଇପାରେ; ବ୍ୟାପାରରେ ଅର୍ଥ ନିବେଶ ହେତୁ ଋଣ ଯୋଗାଡ଼ କରିପାରନ୍ତି; ପାରିବାରିକ ଜୀବନ ଆନନ୍ଦମୟ ରହିପାରେ

କୁମ୍ଭ – ଆଜି ଅଯଥା ଖର୍ଚ୍ଚାନ୍ତ ହେବାରୁ ଋଣ କରିପାରନ୍ତି; ଘରୁ ବାହାରକୁ ଗଲେ ହଠାତ ଶାରୀରିକ ଅସୁସ୍ଥ ହୋପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟ ହେତୁ ହାନି ହୋଇପାରେ; ପରିବାରରେ ଭୁଲ ବୁଝାମଣା ହେତୁ ମନୋମାଳିନ୍ୟ ହେବାରୁ ମାନସିକ ଗ୍ଲାନି ରହିପାରନ୍ତି

ମୀନ – ଆଜି ମିତ୍ର ସ୍ଵଜନଙ୍କ ସହ ଆଳାପ-ଆଲୋଚନାରେ ମଗ୍ନ ରହିପାରନ୍ତି; ପ୍ରତିଦ୍ୱନ୍ଦୀ ପରାସ୍ତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ବୋନସ ପ୍ରାପ୍ତିର ଯୋଗ ରହିଛି; ବ୍ୟାପାରରେ ବୁଡିଯାଇଥିବା ଅର୍ଥ ପ୍ରାପ୍ତି ହୋଇପାରେ; ପରିବାରରେ ବହି-ଭଉଣୀଙ୍କ ସହ ସୁସମ୍ପର୍କ ସ୍ଥାପନ ହୋଇପାରେ

LEAVE A REPLY

Please enter your comment!
Please enter your name here