ମେଷ – ଆଜି ବାକ ନିୟନ୍ତ୍ରିତା ଅଭାବରୁ ବାକ-ବିତଣ୍ଡାରେ ଫସିଯାଇପାରନ୍ତି; ନିର୍ଦ୍ଧାରିତ କାର୍ଯ୍ୟଟି ବିଳମ୍ବରେ ସରିବାରୁ ମାନସିକ ଅଶାନ୍ତ ରହିପାରନ୍ତି; କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେବାରୁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି

ବୃଷ – ଆଜି ପ୍ରତ୍ୟେକ କାର୍ଯ୍ୟ ଦୃଢ ମନୋବଳ ଓ ପୂର୍ଣ୍ଣ ବିଶ୍ୱାସର ସହ ପୂର୍ଣ୍ଣ କରିପାରନ୍ତି; କୌଣସି ପୈତୃକ ସମ୍ପତି କିମ୍ବା ସ୍ଥାବର ସମ୍ପତି ପ୍ରାପ୍ତି ହୋଇପାରେ; କର୍ମକ୍ଷେତ୍ରରେ ନିଜ କର୍ମକର୍ତ୍ତାଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ଫେରସ୍ତ ପାଇପାରନ୍ତି; ପରିବାରରେ କୌଣସି ଅତିଥି ଆଗମନର ସୂଚନା ମିଳୁଛି

ମିଥୁନ – ଆଜି ନିର୍ଦ୍ଧାରିତ କାର୍ଯ୍ୟ ପୂର୍ଣ୍ଣ ହେବାରୁ ମାନସିକ ସନ୍ତୋଷ ଲାଭ କରିପାରନ୍ତି; ନିଜ ବାକ ଚାତୁରୀ ଦ୍ୱାରା ନୂତନ ମିତ୍ରତା ସ୍ଥାପନ କରି କାର୍ଯ୍ୟ ହାସଲ କରେଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ କାର୍ଯ୍ୟ ପାଇଁ ବିଦେଶ ଯାତ୍ରାର ମଉକା ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ପାରିବାରିକ ସମସ୍ୟା ଆପୋଷ ବୁଝାମଣା ଦ୍ୱାରା ସମାଧାନ ହୋଇପାରେ

କର୍କଟ – ଆଜି ଅର୍ଥହାନି ହୋଇପାରେ; ମିତ୍ର, ପଡୋଶୀଙ୍କ ସହ ହଠାତ ବିବାଦ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହଯୋଗୀ, ଅଧସ୍ତନ କର୍ମଚାରୀଙ୍କ ଚକ୍ରାନ୍ତର ଶିକାର ହେବାରୁ ଅପଦସ୍ତ ହୋଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ହାନି କରାଇପାରେ; ପରିବାରରେ ଅଶାନ୍ତିର ବାତାବରଣ ଦେଖାଦେଇପାରେ

ସିଂହ – ଆଜି ମନୋବଞ୍ଚିତ କାର୍ଯ୍ୟସିଦ୍ଧି ଯୋଗୁଁ ଆତ୍ମବିଶ୍ୱାସରେ ବୃଦ୍ଧି ହୋଇପାରେ; ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ, ପ୍ରତିଷ୍ଠା ମିଳିପାରେ; କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟାପାରରେ ନୂତନ ଯୋଜନା କାର୍ଯ୍ୟକାରୀ କରେଇ ଲାଭବାନ ହୋଇପାରନ୍ତି; ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ

କନ୍ୟା – ଆଜି ଶାରୀରିକ କଷ୍ଟ ଓ ମାନସିକ ଚିନ୍ତା ବୃଦ୍ଧି ହୋଇପାରେ; କୌଣସି ପୁରାତନ ବନ୍ଧୁଙ୍କ ସହ ଯୁକ୍ତି-ତର୍କ ହୋଇପାରେ; କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ଆପଣଙ୍କୁ ହଇରାଣରେ ପକେଇପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ହାନି ହୋଇପାରେ; ପରିବାରରେ କୌଣସି ଧାର୍ମିକ କାର୍ଯ୍ୟ ଆୟୋଜନ କରି ଖର୍ଚ୍ଚାନ୍ତ ହୋଇପାରନ୍ତି

ତୁଳା – ଆଜି ଖାଦ୍ୟପେୟରେ ଧ୍ୟାନ ନଦେବାରୁ ସ୍ୱାସ୍ଥ୍ୟ ବିଗିଡିଯାଇପାରେ; କ୍ରୋଧରେ ନିୟନ୍ତ୍ରଣ ନ ରଖିବାରୁ ଅଯଥା ବିବାଦକୁ ଟାଣି ହୋଇଯିବାର ସମ୍ଭାବନା ରହିଛି; କାର୍ଯ୍ୟକ୍ଷେତ୍ରରେ ଏକାଗ୍ରତା ଅଭବରୁ ଜରୁରୀ ଦସ୍ତାବିଜରେ ଭୁଲ ହୋଇପାରେ; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟକଳାପ ପାଇଁ ସହଯୋଗୀଙ୍କ ସହ ତର୍କ-ବିତର୍କ ହୋଇପାରେ; ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଆକସ୍ମିକ ଧନହାନି ହୋଇପାରେ

ବିଛା – ଆଜି ଶାରୀରିକ ଅସୁସ୍ଥତା ଦେଖାଦେବାରୁ କାର୍ଯ୍ୟ କରିବା ପାଇଁ ଉତ୍ସାହ କମିଯାଇପାରେ; ଅଯଥା ଚିନ୍ତା ଘାରିବାରୁ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ହଠାତ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନିଜ ଦୁରଦୃଷ୍ଟି ଅଭାବରୁ ବାଧା ଉପୁଜିପାରେ; ପରିବାରରେ ସାମାନ୍ୟ କଥାରୁ କଳହର ବାତାବରଣ ହୋଇପାରେ

ଧନୁ – ଆଜି ଗୁରଜନଙ୍କ ଆଶୀର୍ବାଦ ପ୍ରାପ୍ତି ହେବାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିପାରେ; ବୌଦ୍ଧିକ ଚର୍ଚ୍ଚା, ଲିଖନ କାର୍ଯ୍ୟରେ ସୁଫଳ ମିଳିପାରେ; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରୋତ୍ସାହନ ମିଳିବା ହେତୁ ମାନସିକ ଶାନ୍ତି ଅନୁଭବ କରିପାରନ୍ତି; ବ୍ୟାପାରରେ ନୂତନ ଵ୍ୟାପାରୀଙ୍କ ସହ ନୂତନ ଚୁକ୍ତି ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ପ୍ରଗତି ଆତ୍ମସନ୍ତୋଷ ପ୍ରଦାନ କରିପାରେ

ମକର – ଆଜି ବନ୍ଧୁଙ୍କ ସହ ମଉଜ ମଜଲିଶ, ସୁସ୍ୱାଦୁ ଭୋଜନ, ଭ୍ରମଣରେ ମଜ୍ଜି ଯାଇପାରନ୍ତି; ଅବିବାହିତଙ୍କୁ ମନପସନ୍ଦର ଜୀବନସାଥୀ ମିଳିପାରନ୍ତି; ଚାକିରୀରେ ଆୟବୃଦ୍ଧି ହେବା ସହ ଦରମା ବୃଦ୍ଧିର ସୂଚନା ମିଳୁଛି; ବ୍ୟାପାରରେ ବିକାଶ ତଥା ବିସ୍ତାର ହୋଇପାରେ; ପରିବାରରେ ସ୍ଵଜନଙ୍କ ସହ କୌଣସି ରମଣୀୟ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି

କୁମ୍ଭ – ଆଜି ମାନସିକ ଉତ୍ସାହି ରହିବାରୁ ଦୃଢତା ସହ ପ୍ରତ୍ୟେକ କାର୍ଯ୍ୟ ସମ୍ପାଦନ କରିପାରନ୍ତି; ଦୀର୍ଘଦିନର ପ୍ରତିଦ୍ୱନ୍ଦୀଙ୍କ ପରାଜୟ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ କାର୍ଯ୍ୟଶୈଳୀ ପାଇଁ ପ୍ରସଂଶିତ ହୋଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଲାଭବାନ ହୋଇପାରନ୍ତି; ପରିବାରରେ ଭାଇ-ଭଉଣୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ

ମୀନ – ଆଜି ସାର୍ବଜନିକ ସ୍ଥାନରେ ଗୁପ୍ତଶତ୍ରୁଙ୍କ କୁଟଚକ୍ରାନ୍ତ ପାଇଁ ନିନ୍ଦା ଅପବାଦ ମିଳିପାରେ; ଦୂରସ୍ଥାନରୁ ଦୁସମ୍ବାଦ ପ୍ରାପ୍ତି ହେବାରୁ ମନ ଅଶାନ୍ତ ରହିପାରେ; କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ହେତୁ ଉଚ୍ଚାଧିକାରଙ୍କ ଠାରୁ ଗାଳି ଶୁଣିପାରନ୍ତି; ବ୍ୟାପାରରେ ପାର୍ଟନର ସହ ବିବାଦ ହୋଇପାରେ; ପରିବାରରେ କଳହର ବାତାବରଣ ଦେଖାଦେଇପାରେ

LEAVE A REPLY

Please enter your comment!
Please enter your name here