୩୧.୧୨.୨୦୧୯, ମଙ୍ଗଳବାର, ଆଜିର ରାଶିଫଳରେ ଦେଖନ୍ତୁ କିପରି ରହିବ ଆପଣଙ୍କ ଭାଗ୍ୟ

0
312

ମେଷ – ଆଜି ଶତ୍ରୁମାନଙ୍କର ଚକ୍ରାନ୍ତର ଶିକାର ହୋଇପାରନ୍ତି; ବନ୍ଧୁଙ୍କ ସହ ଭୁଲବୁଝାମଣା ହୋଇପାରେ; ଯାନବାହାନରେ ତ୍ରୁଟି ଦେଖାଦେଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ କଳହ ହୋଇପାରେ; ବ୍ୟାପାରରେ ପ୍ରତିବନ୍ଧକ ଦେଖାଦେଇପାରେ; ପାରିବାରିକ ସମସ୍ୟା ଦେଇ ଗତି କରିପାରନ୍ତି

ବୃଷ – ଆଜି ଦୀର୍ଘଦିନର ସମସ୍ୟା ସମାଧାନର ସମାଧାନ ହୋଇପାରେ; ସାମାଜିକ ସ୍ତରରେ ସମ୍ମାନିତ ହୋଇପାରନ୍ତି; ବନ୍ଧୁଙ୍କ ସହ ସହସା ସାକ୍ଷାତ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟାପାରରେ ନିଜ ଦୀର୍ଘଦିନର ଆଶା ଆକାଂକ୍ଷା ପୂର୍ଣ୍ଣ ହୋଇପାରେ; ପରିବାରରେ ସୁଖ-ଶାନ୍ତିର ବାତାବରଣ ଦେଖାଦେଇପାରେ

ମିଥୁନ – ଆଜି ବନ୍ଧୁ ଗହଣରେ ବୁଲାବୁଲି, ମନୋରଞ୍ଜନରେ ବ୍ୟସ୍ତ ରହିପାରନ୍ତି; ହଠାତ ଦୂରଯାତ୍ରା ଯୋଗ ହୋଇପାରେ; ପଡୋଶୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପ୍ରାପ୍ତ ହୋଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ପରିବାରରେ ସନ୍ତାନଙ୍କ କୃତିତ୍ୱକୁ ନେଇ ଆତ୍ମସନ୍ତୋଷ ଲାଭ କରିପାରନ୍ତି

କର୍କଟ – ଆଜି ଅର୍ଥ ସଙ୍କଟ ହେତୁ ଋଣ କରିପାରନ୍ତି; ଯାନବାହାନ ଜନିତ ସମସ୍ୟା ଦେଖାଦେଇପାରେ; ପଡୋଶୀଙ୍କ ସହ ବିବାଦ ଦେଖାଦେଇପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ଲାଭକ୍ଷତି ସମାନ ରହିପାରେ; ପରିବାରରେ ସଦସ୍ୟଙ୍କ ମଧ୍ୟରେ ମତାନ୍ତର ହୋଇପାରେ

ସିଂହ – ଆଜି ସାର୍ବଜନିକ ସ୍ଥାନରେ ସମାଲୋଚନାର ଶିକାର ହୋଇପାରନ୍ତି; ଗୃହକୁ ଅଯଥା ଅସବାବ କିଣି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି; ହଠାତ ଦୁର୍ଘଟଣାର ସାମ୍ନା କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଏକାଗ୍ରତା ଅଭାବ ହେତୁ ଜରୁରୀ ଦସ୍ତାବିଜରେ ଭୁଲ ହୋଇପାରେ; କିନ୍ତୁ ବ୍ୟାପାରରେ ସଫଳତା ହାସଲ କରିପାରନ୍ତି; ପରିବାରରେ ସାମାନ୍ୟ କଥାକୁ ନେଇ ସମ୍ପର୍କହାନି ହୋଇପାରେ

କନ୍ୟା – ଆଜି ବନ୍ଧୁ ପରିଜନଙ୍କ ଠାରୁ ଦ୍ରବ୍ୟଲାଭ ହୋଇପାରେ; ପ୍ରତ୍ୟେକ କାର୍ଯ୍ୟସିଦ୍ଧି ହେବାରୁ ମନ ଆନନ୍ଦିତ ରହିପାରେ; ଗୁପ୍ତଶତ୍ରୁ ବିଜୟୀ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବେପାରରେ ନୂତନ ଚୁକ୍ତି ହୋଇପାରେ; ପାରିବାରିକ ସୁଖ-ଶାନ୍ତି ଦେଖାଦେଇପାରେ

ତୁଳା – ଆଜି ନିଜ ବାକ-ଚାତୁରୀ ହେତୁ ନୂତନ ବନ୍ଧୁ ସମ୍ପର୍କ ଦ୍ୱାରା କାର୍ଯ୍ୟହାସଲ କରେଇପାରନ୍ତି; ଆୟବ୍ୟୟ ସମାନ ରହିପାରେ; କୋର୍ଟ-କଚେରୀ କାର୍ଯ୍ୟରେ ବିଜୟୀ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ପ୍ରସାର ହୋଇପାରେ; ଗୃହକୁ ଅତିଥି ଆସିବାର ସୂଚନା ମିଳୁଛି

ବିଛା – ଆଜି ମାନସିକ ଅଶାନ୍ତି ଦେଖା ଦେଇପାରେ; ପଡୋଶୀଙ୍କ ସହ ବିବାଦ ହୋଇପାରେ; ପୁରାତନ ମିତ୍ରଙ୍କ ସହ ସମ୍ପର୍କହାନି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ଅପମାନିତ ହୋଇପାରନ୍ତି; ବ୍ୟାପାରରେ ହାନି ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି

ଧନୁ – ଆଜି ଅଜଣା ବ୍ୟକ୍ତିନ୍କ ଦ୍ୱାରା ଉପକାର ପାଇପାରନ୍ତି; ଜମିଜମା, କୋର୍ଟ-କଚେରୀ କାର୍ଯ୍ୟରେ ସଫଳତା ପାଇପାରନ୍ତି; ଦୂରସ୍ଥାନରୁ ସୁସମ୍ବାଦ ପ୍ରାପ୍ତ ହେବାରୁ ମନ ଖୁସି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ହାନିଲାଭ ସମାନ ହୋଇପାରେ; ପରିବାରରେ ସନ୍ତାନଙ୍କ ଠାରୁ ଖୁସି ଖବର ପାଇ ମନ ଆନନ୍ଦିତ ରହିପାରେ

ମକର – ଆଜି ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତ ହେତୁ ସମାଲୋଚିତ ହୋଇପାରନ୍ତି; ଆର୍ଥିକ ଅନାଟନ ହେତୁ ଧାରକରଜ କରିପାରନ୍ତି; ନିଜ ବାକ ଅନିୟନ୍ତ୍ରିତ ହବାରୁ କଳହର ପରିସ୍ଥିତି ସୃଷ୍ଟି ହୋଇପାରେ; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ବିବାଦ ହୋଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ ଗୃହଜଞ୍ଜାଳ ବୃଦ୍ଧି ହୋଇପାରେ

କୁମ୍ଭ – ଆଜି ଶାରୀରିକ ସୁସ୍ଥତା ଅନୁଭବ ହୋଇପାରେ; କୌଣସି ସାଙ୍ଗଠନିକ କାର୍ଯ୍ୟରେ ଭାଗ ନେଇପାରନ୍ତି; ହଜିଯାଇଥିବା ମୂଲ୍ୟବାନ ଦ୍ରବ୍ୟ ପୁନଶ୍ଚ ପ୍ରାପ୍ତ ହୋଇଯାଇପାରେ; କର୍ମକ୍ଷେତ୍ରରେ ଜରୁରୀ କାର୍ଯ୍ୟ ପିଅନ ବିଦେଶ ଯାତ୍ରା କରିପାରନ୍ତି; ବ୍ୟାପାରରେ ଉନତି ହୋଇପାରେ; ପରିବାରବର୍ଗ ସହ କୌଣସି ଦର୍ଶନୀୟ ସ୍ଥାନ ବୁଲିବାକୁ ଯାଇପାରନ୍ତି

ମୀନ – ଆଜି କୌଣସି କାରଣରୁ ଆପଣ ଠିକ ଥାଇ ମଧ୍ୟ ଭୁଲ ପ୍ରମାଣିତ ହୋଇପାରନ୍ତି; ଅପବ୍ୟୟ ବୃଦ୍ଧି ହେତୁ ଧାରକରଜ କରିପାରନ୍ତି; ମାଲିମକଦ୍ଦମାରେ ଫସିଯାଇପାରନ୍ତି; କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ସହ ବିବାଦ ହୋଇପାରେ; ବ୍ୟାପାରରେ ହାନି ହେବାରୁ ଋଣ ସୂତ୍ରରେ ଅର୍ଥ ଧାର କରିଆଣିପାରନ୍ତି; ପରିବାରରେ ବିବାଦ ଦେଖାଦେଇପାରେ

LEAVE A REPLY

Please enter your comment!
Please enter your name here