ସୂର୍ଯ୍ୟୋଦୟ – ପ୍ରାଘ ୬I୨୨I୪୧ ଗତେ
ସୂର୍ଯ୍ୟାସ୍ଥ – ସଂଘ ୫I୩୮I୮ ଗତେ
ମେଷ – ଆଜି ନକାରାତ୍ମକ ବିଚାର, ବ୍ୟବହାର, ଅୟୋଜନରୁ ଦୂରେଇ ରୁହନ୍ତୁ; ନଚେତ ଶାରୀରିକ କଷ୍ଟ ସହ ମାନସିକ ବ୍ୟାକୁଳ ରହିପାରନ୍ତି | ପ୍ରତିଦ୍ୱନ୍ଦୀଙ୍କ ସହ ବିବାଦରେ ପଡନ୍ତୁ ନାହିଁ | ମଧ୍ୟାନ୍ନ ପରେ ସ୍ତିତିରେ ସୁଧାର ଆସିବା ସହ କୌଣସି ବ୍ୟକ୍ତିଙ୍କ ସାହାଯ୍ୟରେ ଜରୁରୀ କାର୍ଯ୍ୟକୁ ପୂର୍ଣ୍ଣ କରିପାରନ୍ତି | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ମତଭେଦ ହୋଇପାରେ | ବ୍ୟାପାର ସମ୍ବଧୀୟ କାର୍ଯ୍ୟ ପାଇଁ ବିଦେଶକୁ ଯାତ୍ରା କରିବାକୁ ପଡିପାରେ | ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ମର୍ମାହତ ରହିପାରନ୍ତି |
ବୃଷ – ଆଜି ମାନସିକ ଦୁଶ୍ଚିନ୍ତା ଓ ଶାରୀରିକ ପୀଡା ଅନୁଭବ କରିପାରନ୍ତି | ବାଣୀରେ ନିୟନ୍ତ୍ରଣ କରନ୍ତୁ; ନଚେତ ବିବାଦ ମୁଣ୍ଡଟେକିପାରେ | ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସନ୍ଦେହର ଶିକାର ହୋଇପାରନ୍ତି | ବ୍ୟାପାରରେ ସହଯୋଗୀଙ୍କ କାର୍ଯ୍ୟକୁ ନେଇ ଆପତ୍ତି ରହିବାରୁ ମତଭେଦ ହୋଇପାରେ | ପରିବାରରେ ସାମାନ୍ୟ କଥାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ |
ମିଥୁନ – ଆଜି ଶାରୀରିକ ସୁସ୍ଥତା ସହ ମାନସିକ ପ୍ରସନ୍ନତା ଦେଖାଦେଇପାରେ | ବନ୍ଧୁପରିଜନ ଗହଣରେ ମନୋରଞ୍ଜନରେ ସମୟ କାଟିବେ | କିନ୍ତୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ; ନଚେତ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ଶୁଣିବାକୁ ମିଳିପାରେ | ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ | ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ |
କର୍କଟ – ଆଜି ଅକସ୍ମାତ ଅର୍ଥଲାଭ ସହ ସାମାଜିକ ମାନ-ସମ୍ମାନ, ଯଶ ପ୍ରାପ୍ତି ହୋଇପାରେ | ମିତ୍ରଙ୍କ ସାହାଯ୍ୟ ନେଇ କୌଣସି ଅଟକିଥିବା ଜରୁରୀ କାର୍ଯ୍ୟକୁ ସମ୍ପାଦନ କରିପାରନ୍ତି | ମାଲି-ମକଦ୍ଦମା କାର୍ଯ୍ୟରେ ସଫଳତା ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବେପାରରେ ସହଯୋଗୀଙ୍କ ସହ ବିଚାର-ବିମର୍ଶ କରି ଆୟୋଜନ ଦ୍ୱାରା ଲାଭବାନ ହୋଇପାରନ୍ତି | ପରିବାରରେ ସୁଖ-ଶାନ୍ତିରେ ସମୟ ବିତିପାରେ |
ସିଂହ – ଆଜି ଆର୍ଥିକ ଉନ୍ନତି ସହ ମାନସିକ ପ୍ରଫୁଲ୍ଲ ରହିପାରନ୍ତି | କିନ୍ତୁ ହଠାତ ଶାରୀରିକ ଅସୁସ୍ଥ ଯଥା ପେଟବ୍ୟଥା, ଜ୍ୱର, ଥଣ୍ଡାରେ ଆକ୍ରାନ୍ତ ହୋଇପଡିବେ | ସାହିତ୍ୟ, ତର୍କ, କଳା ପେସାଦାର ଲୋକଙ୍କ ପାଇଁ ଦିନଟି ଶୁଭମୟ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ | ବ୍ୟବସାୟୀଙ୍କୁ ବ୍ୟାପାରରେ ଲାଭପ୍ରାପ୍ତି  ହୋଇପାରେ | ପରିବାରରେ ହର୍ଷୋଲ୍ଲାସ ବାତାବରଣ ଦେଖାଦେଇପାରେ |
କନ୍ୟା – ଆଜି ଶାରୀରିକ ଅସୁସ୍ଥ ସହ ମାନସିକ ଉଦବେଗ ରହିପାରନ୍ତି | ଅଯଥା ଚର୍ଚ୍ଚାରୁ ଦୂରେଇ ରୁହନ୍ତୁ; ନଚେତ ବାଦବିବାଦରେ ପଡିଯାଇପାରନ୍ତି | ଧନହାନି ସହ ଆତ୍ମୀୟସ୍ୱଜନଙ୍କ ପ୍ରତି ଆପତ୍ତିଜନକ ପ୍ରସଙ୍ଗ ସାମ୍ନାକୁ ଆସିପାରେ | କାର୍ଯ୍ୟକ୍ଷେତ୍ରରେ ଜରୁରୀ ଦସ୍ତାବିଜରେ ଦେଖିଚାହିଁ କାର୍ଯ୍ୟ କରନ୍ତୁ | ବ୍ୟାପାରରେ ହାନି ହୋଇପାରେ | ପରିବାରରେ ମାତା ବା ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମର୍ମାହତ ରହିପାରନ୍ତି |
ତୁଳା – ଆଜି ଦିନରେ ନୂତନ କାର୍ଯ୍ୟ ପ୍ରାରମ୍ଭ କରିପାରନ୍ତି | ଆଧ୍ୟାତ୍ମିକ ଦିଗରେ ରୁଚି ବଢିପାରେ | କିନ୍ତୁ ମଧ୍ୟାନ୍ନ ପରେ ଶାରୀରିକ ଫୁର୍ତ୍ତି ଓ ମାନସିକ ପ୍ରସନ୍ନତାରେ ଅଭାବ ସହ ସାର୍ବଜନିକ ସ୍ଥାନରେ ସମ୍ମାନଭଙ୍ଗ ହୋଇପାରେ | କିନ୍ତୁ କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଦ୍ୱାରା ହଇରାଣରେ ପଡିପାରନ୍ତି |  ବେପାରରେ ବିସ୍ତାର ହୋଇପାରେ | ପରିବାରରେ ଭାଇ-ଭଉଣୀ, ଆତ୍ମୀୟସ୍ୱଜନକ ସହ ସୁସମ୍ପର୍କ ସ୍ଥାପନ ହୋଇପାରେ |
ବିଛା – ଆଜି ପରିଶ୍ରମ ତୁଳନାରେ କମ ଫଳ ମିଳିବାରୁ ମାନସିକ ଭାରାକ୍ରାନ୍ତ ରହିପାରନ୍ତି | ବାକ-ଅସଂଯତା ହେତୁ ସମାଲୋଚିତ ହୋଇପାରନ୍ତି | ପ୍ରତିଦ୍ୱନ୍ଦୀଙ୍କ ଗୁପ୍ତ ଚକ୍ରାନ୍ତର ଶିକାର ହୋଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହୋଇପାରେ | ବ୍ୟାପାରରେ ସଫଳତାର ପରିମାଣ କମିଯାଇପାରେ | ପରିବାରରେ ଭ୍ରାନ୍ତଧାରଣା ଉପୁଜିବାରୁ ବିବାଦ ହୋଇପାରେ |
ଧନୁ – ଆଜି ମାନସିକ ଦୁଵିଧା ଯୋଗୁଁ ଜରୁରୀ ନିର୍ଣ୍ଣୟ ନେବାରୁ ବିରତି ନିଅନ୍ତୁ | ଜରୁରୀ କାର୍ଯ୍ୟ ଅଟକିଯାଇପାରେ | କିନ୍ତୁ କୌଣସି ସ୍ଥାବର ସମ୍ପତି ବା ଗୁପ୍ତଧନ ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଯୁକ୍ତି-ତର୍କରୁ ଦୂରେଇ ରୁହନ୍ତୁ | ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଠକାମିରେ ପଡିପାରନ୍ତି | ପରିବାରବର୍ଗ ସହ କୌଣସି ସ୍ଵଜନଙ୍କ ନିମନ୍ତ୍ରଣ ପାଇ ତାଙ୍କ ଗୃହରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନରେ ସାମିଲ ହୋଇପାରନ୍ତି |
ମକର – ଆଜି ଅଯଥା ମାନସିକ ଦୁଶ୍ଚିନ୍ତା ଘାରିବାରୁ ଶାରୀରିକ ଅସୁସ୍ଥ ହୋଇପଡିବେ | ବାଣୀ ଓ ବ୍ୟବହାରରେ ସଂଯମତା ଆଣିବା ସହ ଦେଖିଚାହିଁ ଯାନବାହାନ ଚଲାନ୍ତୁ | କୋର୍ଟ-କଚେରୀ କାର୍ଯ୍ୟ ସାବଧାନ ରୁହନ୍ତୁ | କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ହଇରାଣରେ ପକେଇପାରନ୍ତି | କିନ୍ତୁ ବେପାରରେ ନୂତନ ପୁଞ୍ଜିନିବେଶ ଶୁଭ ହୋଇପାରେ | ପରିବାରରେ ବୟୋଜ୍ୟେଷ୍ଠ ସଦସ୍ୟଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଖର୍ଚ୍ଚାନ୍ତ ହୋଇପାରନ୍ତି |
କୁମ୍ଭ – ଆଜି ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ପ୍ରଗତି କରିପାରନ୍ତି | ନିଜ ବାକ-ଚାତୁରୀ ଦ୍ୱାରା କାର୍ଯ୍ୟହାସଲ କରେଇ ନେବାରେ ସଫଳ ହେବେ | କିନ୍ତୁ ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ | କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ | ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥପ୍ରାପ୍ତି ହୋଇପାରେ | ପରିବାରରେ କୌଣସି ଦୁଃସମ୍ବାଦ ପାଇବା ଦ୍ୱାରା ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇପାରେ |
ମୀନ – ଆଜି ସାମାଜିକ ମାନ-ସମ୍ମାନ, ଯଶ, ପ୍ରତିଷ୍ଠା ମିଳିପାରେ | ଗୁରୁଜନଙ୍କ ଆଶୀର୍ବାଦ ମିଳିପାରେ | କୌଣସି ପୁରାତନ ବନ୍ଧୁଙ୍କ ସହ ରମଣୀୟ ସ୍ଥାନ ପରିଭ୍ରମଣ ସହ ସୁମିଷ୍ଟ ଭୋଜନର ଆନନ୍ଦ ଉଠେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ଉଚ୍ଛାଧୀକାରିଙ୍କ ପ୍ରୋତ୍ସାହନ ସହ ଆୟବୃଦ୍ଧି ହୋଇପାରେ | ବ୍ୟାପାରରେ ନୂତନ ଆୟୋଜନ କରିପାରନ୍ତି | ପରିବାରରେ ସୁଖ-ଶାନ୍ତିର ବାତାବରଣ ଅନୁଭୂତ ହୋଇପାରେ |
ବାର ଓ କାଳବେଳା – ଦିଘ ୧୦I୩୬ ଗତେ ଦିଘ ୧I୨୫ ମଧ୍ୟେ | କାଳରାତ୍ରି – ରାଘ ୧I୩୬ ଗତେ ରାଘ ୩I୧୧ ମଧ୍ୟେ | ଅମୃତବେଳା – ଦିଘ ୭I୭ ଗତେ ଦିଘ ୧୦I୮ ମଧ୍ୟେ ରାଘ ୮I୧୨ ଗତେ ରାଘ ୧୦I୪୪ ମଧ୍ୟେ ରାଘ ୪I୪୦ ଗତେ ନିଘ ୬I୨୧ ମଧ୍ୟେ | ମIହେନ୍ଦ୍ରବେଳା – ଦିଘ ୭I୮ ମଧ୍ୟେ ଦିଘ ୧I୮ ଗତେ ଦିଘ ୧I୫୪ ମଧ୍ୟେ ସଂଘ ୬I୩୦ ଗତେ  ରାଘ ୭I୨୧ ମଧ୍ୟେ ରାଘ ୩I୪୯ ଗତେ ରାଘ ୪I୪୦ ମଧ୍ୟେ  |

LEAVE A REPLY

Please enter your comment!
Please enter your name here