ମେଷ – ଆଜି ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ପାଇପାରେ; କୋର୍ଟ କଚେରୀ, ମାଲିମୋକଦ୍ଦମାରେ ବିଜୟୀ ହୋଇପାରନ୍ତି; କର୍ମକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟବସାୟରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ପାରିବାରିକ ଜୀବନରେ ସୁଖ ବୃଦ୍ଧି ହୋଇପାରେ
ବୃଷ – ଆଜି ପୁରାତନ ରୋଗ ଗ୍ରାସ ହେତୁ ଚିନ୍ତିତ ରହିପାରନ୍ତି; ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଫେଲ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି; ବ୍ୟାପାରରେ ଅର୍ଥ ଆଦାନ-ପ୍ରଦାନ ଦ୍ୱାରା ହାନି ହୋଇପାରେ; ପରିବାରରେ ମନୋମାଳିନ୍ୟ ହୋଇପାରେ
ମିଥୁନ – ଆଜି ପରୋପକାର କାର୍ଯ୍ୟ କରିବା ହେତୁ ସମ୍ମାନଲାଭ ହୋଇପାରେ; ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିପାରନ୍ତି; ଗୃହଉପକରଣ କ୍ରୟ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀ, ଉଚ୍ଚାଧିକାରୀଙ୍କ ସହଯୋଗ ମନୋବଳ ବୃଦ୍ଧି କରାଇପାରେ; ବ୍ୟାପାରରେ ସାମାନ୍ୟ ଲାଭ ହୋଇପାରେ; ପରିବାରରେ ହର୍ଷୋଲ୍ଲାସର ବାତାବରଣ ଜାରି ରହିପାରେ
କର୍କଟ – ଆଜି ହାତପାହନ୍ତାରୁ ସୁଯୋଗ ଖସିଯାଇପାରେ; ପଡୋଶୀଙ୍କ ସହ ବଚସା ହୋଇପାରେ; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେତୁ ଅସୁସ୍ଥ ହୋଇପାରନ୍ତି; ବ୍ୟାପାରରେ ନିଜର ମନମୁଖୀ କାର୍ଯ୍ୟକଳାପ ହେତୁ ସହଯୋଗୀଙ୍କ ସହ ମତଭେଦ ହୋଇପାରେ;ପରିବାରରେ ଉତ୍ତମ ବୁଝାମଣା ଅଭାବ ହେତୁ ଅଶାନ୍ତି ହୋଇପାରେ
ସିଂହ – ଆଜି ଶତ୍ରୁଦମନ ହୋଇପାରେ; ପ୍ରତ୍ୟେକ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ଉପରେ ନିର୍ଭର କରି ହଇରାଣରେ ପଡ଼ିପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଅର୍ଥ ବୁଡ଼ିଯାଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ଅଧୋଗତିକୁ ନେଇ ଚିନ୍ତିତ ହୋଇପାରନ୍ତି
କନ୍ୟା – ଆଜି ନିଜର ଉପସ୍ଥିତି ବୁଦ୍ଧି ଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ଉତ୍ତମ ସଫଳତା ମିଳିପାରେ; ବନ୍ଧୁ ସହାୟତାରେ ନିଜର ନୂତନ ଅଭିଳାଷକୁ ପୂର୍ଣ୍ଣ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କୁ ଆପଣଙ୍କ କାର୍ଯ୍ୟଶୈଳୀ ସନ୍ତୋଷ ପ୍ରଦାନ କରିବାରୁ ପଦୋନ୍ନତି ମିଳିପାରେ; ବ୍ୟାପାରରେ ନିଜର ଦୀର୍ଘଦିନର ମନୋବାଞ୍ଛା ପୂର୍ଣ୍ଣ ହୋଇପାରେ; ପରିବାରରେ କିଛି ସୁସମ୍ବାଦ ପାଇ ମନକୁ ପ୍ରଫୁଲ୍ଲିତ କରିପାରେ
ତୁଳା – ଆଜି ଗୁପ୍ତଶତ୍ରୁ ସକ୍ରିୟ ରହିବା ଦ୍ୱାରା ପ୍ରତିଷ୍ଠା ଓ ପରାକ୍ରମଃରେ ଅବସାନ ହୋଇପାରେ; ନିଜ ଅଶୋଭନୀୟ ବ୍ୟବହାର ହେତୁ ପୁରାତନ ବନ୍ଧୁ ସମ୍ପର୍କରେ ତିକ୍ତତା ଆସିପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଏକାଗ୍ରତା କମ ରହିବାରୁ ଜରୁରୀ ଦସ୍ତାବିଜରେ ଭୁଲ ହୋଇଯାଇପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ହାନି ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟକୁ ନେଇ ମର୍ମାହତ ରହିପାରନ୍ତି
ବିଛା – ଆଜି ପ୍ରତି କ୍ଷେତ୍ରରେ ନିଜର ସାହାସିକତା ପାଇଁ ବାଧା-ବିଘ୍ନକୁ ଏଡାଇ ଯାଇପାରନ୍ତି; ଗୁପ୍ତଶତ୍ରୁ ପରାଜୟ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସାଭାଜନ ହେବାରୁ ନୂତନ ଦାୟିତ୍ୱ ପାଇପାରନ୍ତି; ବ୍ୟାପାରରେ ନୂତନ ଵ୍ୟାପାରୀଙ୍କ ସହ ଚୁକ୍ତି ହେବାରୁ ଲାଭ ହୋଇପାରେ; ପରିବାରବର୍ଗ ସହ କୌଣସି ଦର୍ଶନୀୟ ସ୍ଥାନ ବୁଲିବା ସହ ପିକନିକ ମଜା ନେଇପାରନ୍ତି
ଧନୁ – ଆଜି ନିଜ ବାଣୀରେ ସଂଯମତା ନ ଆଣିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ; ଆଧ୍ୟାତ୍ମିକ, ସତ୍ସଙ୍ଗ କାର୍ଯ୍ୟରେ ମନ ବଳାଇବାରୁ ମାନସିକ ଅସ୍ଥିରତାରୁ ମୁକ୍ତି ପାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଇର୍ଷା ବାଧା-ବିଘ୍ନକୁ ବଢାଇପାରେ; ବ୍ୟାପାରରେ ଉଚିତ ଯୋଜନା ନ କରିବାରୁ ହାନି ହୋଇପାରେ; ପରିବାରରେ ଭାଇ-ଭଉଣୀଙ୍କ ସହ କଳହ ହୋଇପାରେ
ମକର – ଆଜି ବନ୍ଧୁଙ୍କ ଜରୁରୀ କାର୍ଯ୍ୟ ସମ୍ପାଦନ କରିବା ଉଦ୍ୟେଶରେ ଯାତ୍ରାଯୋଗ ରହିଛି; ଗୃହକୁ କୌଣସି ସଉକିନ ସାମଗ୍ରୀ କିଣି ଆଣିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ନୂତନ ଯୋଜନା ପାଇଁ ଅର୍ଥଯୋଗାଡ଼ ହୋଇପାରେ; ପରିବାରରେ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ଦେଖାଦେଇପାରେ
କୁମ୍ଭ – ଆଜି ଅଯଥା ଆଲୋଚନାରେ ଭାଗ ନେଇ ଅପଦସ୍ତ ହୋଇପାରନ୍ତି; ହଠାତ ଦୁର୍ଘଟଣାର ଶିକାର ହୋପାରନ୍ତି; କାର୍ଯ୍ୟକ୍ଷେତ୍ରରେ ହଠାତ ଦୂରଯାତ୍ରା ହେତୁ ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି; ବ୍ୟାପାରରେ କ୍ଷତି ହୋଇପାରେ; ପରିବାର ସଦସ୍ୟଙ୍କ ଭିତରେ ଉତ୍ତମ ବୁଝାମଣା ନ ରହିବାରୁ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇପାରେ
ମୀନ – ଆଜି ନିଜର ପ୍ରତିଭା ହେତୁ କୌଣସି ଅନୁଷ୍ଠାନ ତରଫରୁ ସମ୍ମାନଲାଭ କରିପାରନ୍ତି; ବିଦ୍ୟାର୍ଥିମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ଗୃହକୁ ଅତିଥି ଆସିବାର ସୂଚନା ମିଳୁଛି

LEAVE A REPLY

Please enter your comment!
Please enter your name here