ସୂର୍ଯ୍ୟୋଦୟ – ପ୍ରାଘ ୬I୨୨I୧୯ ଗତେ
ସୂର୍ଯ୍ୟାସ୍ଥ – ସଂଘ ୫I୩୮I୪୧ ଗତେ
ମେଷ – ଆଜି ଆର୍ଥିକ ଲାଭ ପ୍ରାପ୍ତି ହେବା ସହ ଯଶ, ମାନ-ସମ୍ମାନ, ପ୍ରତିଷ୍ଠା ମିଳିପାରେ | ଗୃହ ସଜେଇବା ଦିଗରେ ଖର୍ଚ୍ଚାନ୍ତ ହୋଇପାରନ୍ତି | ଦୀର୍ଘଦିନର ସମସ୍ୟା ଦୂର ହୋଇପାରେ | ଅଫିସରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଉଚ୍ଚାଧିକାରୀଙ୍କ ସହ ବିଚାର-ବିମର୍ଶ କରିପାରନ୍ତି | ବ୍ୟାପାରରେ ନୂତନ ନିବେଶ ଦ୍ୱାରା ଲାଭବାନ ହୋଇପାରନ୍ତି | ପରିବାରରେ ମାତାଙ୍କ ସହ ସୁସମ୍ପର୍କ ସ୍ଥାପନ ହୋଇପାରେ |
ବୃଷ – ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରେ | ବିଦେଶରେ ଥିବା ସ୍ଵଜନଙ୍କ ଠାରୁ ସୁସମ୍ବାଦ ମିଳିପାରେ | ଆଧ୍ୟାତ୍ମିକ ଦିଗରେ ରୁଚି ବଢିପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରୋତ୍ସାହନ ମିଳିବା ସହ ଆୟବୃଦ୍ଧି ହୋଇପାରେ | ବ୍ୟପାରୀଙ୍କ ବ୍ୟାପାରରେ ଧନଲାଭ ହୋଇପାରେ | ପରିବାରବର୍ଗ ସହ କୌଣସି ତୀର୍ଥସ୍ଥଳୀକୁ ଭ୍ରମଣରେ ଯାଇପାରନ୍ତି |
ମିଥୁନ – ଆଜି ପ୍ରତିକୂଳ ଦିନଟି ଥିବାରୁ ନୂତନ କାର୍ଯ୍ୟ ପ୍ରାରମ୍ଭ କରନ୍ତୁ ନାହିଁ | ସମୟ ଅନୁସାରେ ଖାଦ୍ୟପେୟ ନମିଳିପାରେ | ଶାରୀରିକ ଅସୁସ୍ଥତା ସହ ହଠାତ ଶଲ୍ୟଚିକିତ୍ସ୍ଥାର ଆବଶ୍ୟକ ପଡିପାରେ | କାର୍ଯ୍ୟକ୍ଷେତ୍ରରେ ନିଜ ବାଣୀରେ ନିୟନ୍ତ୍ରଣ ରଖିବା ଦ୍ୱାରା ବିବାଦକୁ ଏଡ଼ିଜିବେ | ବ୍ୟାପାରରେ ହାନି ହୋଇପାରେ | ପରିବାରରେ ନିଜ ବାକ-ଅସଂଯତା ହେତୁ କଳହର ପରିସ୍ଥିତି ହୋଇପାରେ |
କର୍କଟ – ଆଜି ଶାରୀରିକ ସୁସ୍ଥତା ସହ ସାମାଜିକ ମାନ-ସମ୍ମାନ, ପ୍ରତିଷ୍ଠାରେ ବୃଦ୍ଧି ହୋଇପାରେ | ସୁସ୍ୱାଦୁ ଭୋଜନ, ବସ୍ତ୍ରଭୂଷଣଃ ତଥା ଯାନବାହାନ ସୁଖ ମିଳିପାରେ | ପ୍ରେମପ୍ରଣୟରସଫଳତା ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ବୈଠକରେ ବ୍ୟସ୍ତ ରହିପାରନ୍ତି | ବ୍ୟାପାରରେ ନୂତନ ପୁଞ୍ଜିନିବେଶ ପାଇଁ ଲାଭବାନ ହୋଇପାରନ୍ତି | ପରିବାରରେ ସୁଖ-ଶାନ୍ତି, ଆମୋଦ-ପ୍ରମୋଦରେ ଦିନଟି ବିତିପାରେ |
ସିଂହ – ଆଜି ମନ ଉଦାଷ ରହିବା ସହ ଦୈନନ୍ଦିନ କାର୍ଯ୍ୟରେ ବାଧା-ବିଘ୍ନ ପରିସ୍ଥିତି ସୃଷ୍ଟି ହୋଇପାରେ | ପ୍ରତିଦ୍ୱନ୍ଦୀଙ୍କ କାର୍ଯ୍ୟକଳାପ ପାଇଁ ଚିନ୍ତାଗ୍ରସ୍ତ ରହିପାରନ୍ତି | ଅତ୍ୟଧିକ ପରିଶ୍ରମ କଲେ ମଧ୍ୟ ସଫଳତା କମ ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଯୁକ୍ତି-ତର୍କରୁ ଦୂରେଇ ରୁହନ୍ତୁ | ବ୍ୟାପାରରେ ବାଧା-ବିଘ୍ନ ଦେଇ ଗତି କରିପାରନ୍ତି | ପରିବାରରେ ନିଜ ପିତ୍ରାଳୟ ବା ଶ୍ୱଶୁରାଳୟ ତରଫରୁ ଚିନ୍ତାଗ୍ରସ୍ତ ସମାଚାର ପାଇପାରନ୍ତି |
କନ୍ୟା – ଆଜି ଆକସ୍ମିକ ଧନଖର୍ଚ୍ଚ ସହ ମାନସିକ ଉଦବେଗ ରହିପାରନ୍ତି | ହଠାତ ଶାରୀରିକ ଅସୁସ୍ଥ ଯେପରି ପେଟବ୍ୟଥା, ମୁଣ୍ଡବିନ୍ଧାର ଶିକାର ହୋଇପାରନ୍ତି | ସେୟାର ମାର୍କେଟରେ ନିବେଶରେ ସତର୍କ ରହିବା ସହ ବୌଦ୍ଧିକ ଚର୍ଚ୍ଚାରୁ ଦୂରେଇ ରୁହନ୍ତୁ | କାର୍ଯ୍ୟକ୍ଷେତ୍ରରେ କିନ୍ତୁ ଉଚ୍ଛାଧୀକାରିଙ୍କ ସହ ସୁସମ୍ପର୍କ ସ୍ଥାପନ ହୋଇପାରେ | ବ୍ୟାପାରରେ ଷୋଯୋଗୀଙ୍କ ସହ ବଚସା ହୋଇପାରେ | ପରିବାରରେ ସନ୍ତାନଙ୍କ ବିଦ୍ୟା ସମାସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି |
ତୁଳା – ଆଜି ଆପଣ ଅତ୍ୟଧିକ ଭାବପ୍ରବଣ ହୋଇପଡ଼ିବାରୁ କିଛି ସୁ-ନିର୍ଣ୍ଣୟ ନେଇପାରିବେ ନାହିଁ | ନିଦ୍ରା ଅପୂର୍ଣ୍ଣ ରହିବାରୁ ମାନସିକ ବ୍ୟଗ୍ର ରହିପାରନ୍ତି | ଜମିଜମା ବିବାଦରେ ପଡିଯାଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ଆପଣଙ୍କୁ ହଇରାଣରେ ପକେଇପାରନ୍ତି | ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟ ପାଇଁ ହାନି ହୋଇପାରେ | ପରିବାରରେ ମାତା ବା ପତ୍ନୀଙ୍କ ମନୋମାଳିନ୍ୟ ହୋଇପାରେ |
ବିଛା – ଆଜି ଶାରୀରିକ ସୁସ୍ଥତା ସହ ମାନସିକ ପ୍ରସନ୍ନତା ରହିପାରେ | ଆର୍ଥିକ ଲାଭ ସହ କାର୍ଯ୍ୟ ସଫଳତା ହୋଇପାରେ | କୌଣସି ପୁରାତନ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ | ବ୍ୟାପାରରେ ନୂତନ ଚୁକ୍ତି ହୋଇପାରେ | ପରିବାରରେ ଭାଇ-ଭଉଣୀଙ୍କ ସହ ଆଳାପ-ଆଲୋଚନାରେ ବ୍ୟସ୍ତ ରହିପାରନ୍ତି |
ଧନୁ – ଆଜି ନିର୍ଦ୍ଧାରିତ କାର୍ଯ୍ୟରେ ମନୋବଞ୍ଚିତ ସଫଳତା ମିଳିପାରିବ ନାହିଁ | ମାନସିକ ଦୁଵିଧା ଥିବାରୁ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବାରେ ଅସୁବିଧା ଭୋଗ କରିପାରନ୍ତି | ନିରର୍ଥକ ବ୍ୟୟ ପାଇଁ ମାନସିକ ଗଲାଣି ରହିପାରେ | କାର୍ଯ୍ୟକ୍ଷେତ୍ରରେ ହଠାତ ଜରୁରୀ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ହାନି ହୋଇପାରେ | ପରିବାରରେ କୌଣସି ଭୁଲବୁଝାମଣା ହେଠୁ ମନୋମାଳିନ୍ୟ ଦେଖାଦେଇପାରେ |
ମକର – ଆଜି ଶାରୀରିକ ଫୁର୍ତ୍ତି ଓ ମାନସିକ ପ୍ରଫୁଲ୍ଲତା ରହିପାରେ | ମିତ୍ର ସ୍ଵଜନଙ୍କ ସହ ଦେଖାସାକ୍ଷାତ ସହ ତାଙ୍କ ଠାରୁ ଉପହାର ମିଳିପାରେ | ପ୍ରତ୍ୟେକ କାର୍ଯ୍ୟରେ ସଫଳତା ସହ ଈଶ୍ୱରଭକ୍ତି, ପୂଜା ପାଠରେ ବ୍ୟସ୍ତ ରହିପାରନ୍ତି | କର୍ମକ୍ଷେତ୍ରରେ ମହିଳା ସହକର୍ମୀଙ୍କ ସାହାଯ୍ୟ ମିଳିପାରେ | ବ୍ୟାପାର ପାଇଁ ଦିନଟି ଅନୁକୂଳ ରହିପାରେ | ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିପାରନ୍ତି |
କୁମ୍ଭ – ଆଜି ମନର ଭ୍ରାନ୍ତଧାରଣା ପାଇଁ ଏକାଗ୍ରତା ହରେଇବସିବେ | ଅନ୍ୟର କଥାରେ ହସ୍ତକ୍ଷେପ କରନ୍ତୁ ନାହିଁ; ନଚେତ ବିବାଦ ମୁଣ୍ଡ ଟେକିପାରେ | ଜମିଜମା କାର୍ଯ୍ୟରେ ସାବଧାନ ରୁହନ୍ତୁ | କାର୍ଯ୍ୟକ୍ଷେତ୍ରରେ ଜରୁରୀ ଦସ୍ତାବିଜରେ ଦେଖିଚାହିଁ କାର୍ଯ୍ୟ କରନ୍ତୁ | ବ୍ୟାପାରରେ ଅନୁଚିତ ସ୍ଥାନରେ ପୁଞ୍ଜିନିବେଶ ଯେପରି ନହୁଏ ସେପ୍ରତି ଧ୍ୟାନ ରଖନ୍ତୁ | ପରିବାରରେ କୌଣସି ଆୟୋଜନ ପାଇଁ ଅଯଥା ଖର୍ଚ୍ଚାନ୍ତ ହେବାରୁ ମ୍ରିୟମାଣ ରହିପାରନ୍ତି |
ମୀନ – ଆଜି ଅକସ୍ମାତ ଧନଲାଭ ହେବା ସହ ସାମାଜିକ କାର୍ଯ୍ୟରେ ରୁଚି ବୃଦ୍ଧି ହୋଇପାରେ | ନିଜ ମଧୁର ବାଣୀ ଦ୍ୱାରା ନୂତନ ମିତ୍ର ବନେଇବାରେ ସକ୍ଷମ ହେବେ ଯଦ୍ୱାରା ଭବିଷ୍ୟତରେ ସେମାନଙ୍କ ଦ୍ୱାରା ଲାଭବାନ ହୋଇପାରନ୍ତି | ଦୂରରେ ଥିବା ପ୍ରିୟଜନ ଠାରୁ ସୁସମ୍ବାଦ ମିଳିପାରେ | କିନ୍ତୁ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ଯୋଗୁଁ ହଠାତ ଶାରୀରିକ ଅସୁସ୍ଥ ହୋଇପାରନ୍ତି | ବ୍ୟାପାରରେ ବିସ୍ତାର ତଥା ଲାଭବାନ ହୋଇପାରନ୍ତି | ପରିବାରବର୍ଗ ସହ କୌଣସି ରମଣୀୟ ସ୍ଥଳୀ ବୁଲିବାର ମଉକା ମିଳିପାରେ |
କାଳବେଳା – ଦିଘ ୭I୪୬ ଗତେ ଦିଘ ୯I୧୧ ମଧ୍ୟେ | ବIରବେଳା – ଦିଘ ୨I୫୦ ଗତେ ଦିଘ ୪I୧୫ ମଧ୍ୟେ | କାଳରାତ୍ରି – ରାଘ ୧୦I୨୫ ଗତେ ରାଘ ୧୨I୧ ମଧ୍ୟେ | ଅମୃତବେଳI – ଦିଘ ୭I୫୨ ମଧ୍ୟେ ଦିଘ ୧୦I୫୩ ଗତେ ଦିଘ ୧I୮ ମଧ୍ୟେ ଦିଘ ୩I୨୪ ଗତେ ଦିଘ ୪I୫୫ ମଧ୍ୟେ ରାଘ ୯I୩ ଗତେ ରାଘ ୯I୫୪ ମଧ୍ୟେ ରାଘ ୧I୧୭ ଗତେ ରାଘ ୨I୫୮ ମଧ୍ୟେ | ମIହେନ୍ଦ୍ରବେଳା – ରାଘ ୭I୨୨ ଗତେ ରାଘ ୯I୩ ମଧ୍ୟେ |

LEAVE A REPLY

Please enter your comment!
Please enter your name here