୪.୧୨.୨୦୧୯, ବୁଧବାର, ଆଜିର ରାଶିଫଳରେ କିପରି ରହିବ ଆପଣଙ୍କ ଭାଗ୍ୟ ଆସନ୍ତୁ ଜାଣିବା

0
402

ମେଷ – ଆଜି ଅକସ୍ମାତ ଅର୍ଥଲାଭ ହୋଇପାରେ; ବନ୍ଧୁ ସହଯୋଗ ପାଇ ଉପକୃତ ହୋଇପାରନ୍ତି; ଛାତ୍ରଛାତ୍ରୀ ମାନେ ବିଦ୍ୟାରେ ପ୍ରଗତି ଲାଭ କରିପାରନ୍ତି; କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟାପାରରେ ପ୍ରଗତି ଲାଭ କରିପାରନ୍ତି; ପରିବାରରେ କୌଣସି ଧାର୍ମିକ କାର୍ଯ୍ୟ ଆୟୋଜନ କରାଇ ଆନନ୍ଦ ଅନୁଭବ କରିପାରନ୍ତି
ବୃଷ – ଆଜି ଶତ୍ରୁଭୟ ଦୂର ହେବା ସହ ଆୟବୃଦ୍ଧି ହୋଇପାରେ; କୌଣସି ସ୍ଥାବର ସମ୍ପତି ବା ପୈତୃକ ସମ୍ପତି ପ୍ରାପ୍ତ ହୋଇପାରେ; ଭୌତିକ ଜ୍ଞାନ, ଗବେଷଣା କାର୍ଯ୍ୟରେ ସଫଳତା ହାସଲ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇ ଉପକୃତ ହୋଇପାରନ୍ତି; ବ୍ୟାପାରରେ ଉନ୍ନତି ହୋଇପାରେ; ପରିବାରରେ ସୁଖ-ଶାନ୍ତି ଅବ୍ୟହାତ ରହିପାରେ
ମିଥୁନ – ଆଜି ଶାରୀରିକ ଅସୁସ୍ଥତା ଓ ମାନସିକ ଅଶାନ୍ତି ଦେଇ ଗତି କରିପାରନ୍ତି; କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି; ଦୂରଯାତ୍ରା କଲେ ଅସୁବିଧାର ସମୁଖିନ୍ନ ହୋଇପାରନ୍ତି; କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ହଇରାଣରେ ପକେଇପାରନ୍ତି; ବ୍ୟାପାରରରେ ବାଧା ଉପୁଜିପାରେ; ପରିବାରବର୍ଗ ସହ କିନ୍ତୁ କୌଣସି ତୀର୍ଥ ସ୍ଥାନ ଯାତ୍ରା କରି ମାନସିକ ଶାନ୍ତି ଅନୁଭବ କରିପାରନ୍ତି
କର୍କଟ – ଆଜି ଦୀର୍ଘଦିନର ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହୋଇପାରେ; ମହିଳା ମାନେ ଧାର୍ମିକ କାର୍ଯ୍ୟରେ ମନ ବଳାଇବେ; ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ ସୁଫଳ ପାଇପାରନ୍ତି; କାର୍ଯ୍ୟକ୍ଷେତ୍ର ଓ ବ୍ୟାପାରରେ ଅର୍ଥଲାଭ ହୋଇପାରେ; ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ଆୟୋଜନର ସୂଚନା ମିଳୁଛି
ସିଂହ – ଆଜି ଶତ୍ରୁମାନଙ୍କର ଅବସାନ ହୋଇପାରେ; ଆଇନ, ପ୍ରଶାସନ କ୍ଷେତ୍ରରେ କାର୍ଯ୍ୟରତ ଲୋକ ମାନେ ଉନ୍ନତି ପଥରେ ଅଗ୍ରସର ହୋଇପାରନ୍ତି; ବନ୍ଧୁ ସହଯୋଗ ପାଇ ଭାବିଥିବା କାର୍ଯ୍ୟକୁ ପୂର୍ଣ୍ଣ କରିପାରନ୍ତି; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ବୈଠକରେ ବ୍ୟାଟ ରହିପାରନ୍ତି; ବ୍ୟାପାରରେ ଲାଭବାନ ହୋଇପାରନ୍ତି; ପାରିବାରିକ ଶାନ୍ତି ମିଳିପାରେ
କନ୍ୟା – ଆଜି ଶାରୀରିକ ଅସୁସ୍ଥତା ଦେଖାଦେଇପାରେ; କିନ୍ତୁ ଆକସ୍ମିକ ଅର୍ଥଲାଭ ହୋଇପାରେ; ବିବାହ ଦିଗରେ ଖୋଜୁଥିବା ପାତ୍ର ବା ପାତ୍ରୀ ଙ୍କୁ ଉପଯୁକ୍ତ ଜୀବନସାଥୀ ମିଳିପାରେ; କର୍ମକ୍ଷେତ୍ରରେ ବୋନସ ମିଳିପାରେ; ବେପାରରେ ନୂତନ ଯୋଜନା କାର୍ଯ୍ୟକାରୀ କରେଇ ଲାଭବାନ ହୋଇପାରନ୍ତି; ପରିବାରରେ ହର୍ଷୋଲ୍ଲାସ ଦେଖାଦେଇପାରେ
ତୁଳା – ଆଜି କୌଣସି ଠକାମୀରେ ପଡିଯାଇପାରନ୍ତି; ଶାରୀରିକ ଅସୁସ୍ଥ ହଠାତ ଯେପରି ଜ୍ୱର, ମୁଣ୍ଡ ବିନ୍ଧା ହୋଇପାରେ; ଗୁପ୍ତଶତ୍ରୁ ହଇରାଣ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଜରୁରୀ ଦସ୍ତାବିଜ ଅତି ସାବଧାନତାର ସହ ରଖନ୍ତୁ; ବ୍ୟାପାରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ ସମନ୍ଵୟାସ କଥାକୁକୁ ବାକ-ବିତଣ୍ଡା ହୋଇପାରେ
ବିଛା – ଆଜି ସୁଖ-ସମୃଦ୍ଧି, ଯଶ-ମାନ-ସମ୍ମାନ ବୃଦ୍ଧି ପାଇପାରେ; ଧାର୍ମିକ କାର୍ଯ୍ୟ ଯେପରି ପୂଜାପାଠ, ସତ୍ସଂଗରେ ରୁଚି ବଢିପାରେ; ଛାତ୍ରଛାତ୍ରୀ ମାନେ ଶିକ୍ଷାକ୍ଷେତ୍ର, ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ କିନ୍ତୁ ସ୍ଥାନାନ୍ତରିତ ହୋଇପାରନ୍ତି; ବ୍ୟାପାରରେ ଉନ୍ନତି-ପ୍ରଗତି ଦେଖାଦେଇପାରେ; ପରିବାରବର୍ଗ ସହ ମିଶି ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି
ଧନୁ – ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ହେବାରୁ ମାନସିକ ଅଶାନ୍ତ ରହିପାରନ୍ତି; ମହିଳାମାନେ ଶଶୁରାଳୟ ତରଫରୁ ନିନ୍ଦିତ ହୋଇପାରନ୍ତି; କୌଣସି ଅପରିଚିତ ବ୍ୟକ୍ତି ଆପଣାକୁ ଥକି ଦେଇଆରନ୍ତି, ସାବଧାନ ରୁହନ୍ତୁ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଅସନ୍ତୋଷର ଶିଆଙ୍କର ହୋଇପାରନ୍ତି; ବ୍ୟାପାରରେ କ୍ଷତି ସହିପାରନ୍ତି; ପରିବାରରେ ସନ୍ତାନସନ୍ତତିଙ୍କ କଷ୍ଟ ପାଇଁ ଚିନ୍ତାରେ ରହିପାରନ୍ତି
ମକର – ଆଜି ଆୟବ୍ୟୟ ସମାନ ରହିପାରେ; ଦାନଧର୍ମ କରି ସୁଖୀ ହୋଇପାରନ୍ତି; ଶତ୍ରୁଙ୍କର ପ୍ରଭାବ ହ୍ରାସ ହୋଇପାରେ; କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପାଇ ସଫଳତା ମିଳିପାରେ; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ମିଳିପାରେ; ଗୃହକୁ କୌଣସି ଅତିଥି ଆସିବାର ସୂଚନା ମିଳୁଛି
କୁମ୍ଭ – ଆଜି ଅର୍ଥହାନୀ ହୋଇପାରେ; ଶତ୍ରୁମାନେ ଗୁପ୍ତଚକ୍ରାନ୍ତ କରି କ୍ଷତି କରାଇପାରନ୍ତି; ଶାରୀରିକ ଅସୁସ୍ଥ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି; ବବ୍ୟପର୍ରେ ବାଧା-ବିଘ୍ନ ଦେଇ ଗତିକରିପାରନ୍ତି; ପାରିବାରିକ ଅଶାନ୍ତି ଦେଖାଦେଇପାରେ
ମୀନ – ଆଜି ମାନସିକ ଚିନ୍ତାଗ୍ରସ୍ତ ରହିପାରନ୍ତି; ଆର୍ଥିକ ଅଭାବ ଦେଖାଦେଇପାରେ; ମାଲି-ମକଦ୍ଦମା ରେ ଫସିଯାଇପାରନ୍ତି; କିନ୍ତୁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାରେ ଆଗ୍ରହୀ ହୋଇପାରନ୍ତି; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଅପବାଦର ଶିକାର ହୋଇପାରନ୍ତି; ବ୍ୟାପାରରେ ହାନି ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ସମ୍ପର୍କ ହାନି ହୋଇପାରେ

LEAVE A REPLY

Please enter your comment!
Please enter your name here