ମେଷ – ଆଜି ମାନସିକ ସ୍ଥିରତା ଦେଖାଦେଇପାରେ; ବନ୍ଧୁଙ୍କ କାର୍ଯ୍ୟ ପାଇଁ ଯାତ୍ରା କରିପାରନ୍ତି; କର୍ମକ୍ଷେତ୍ରରେ ଉଚପଦାଧିକାରୀଙ୍କ ପ୍ରଶଂସାଭାଜନ ହୋଇପାରନ୍ତି; ବ୍ୟବସାୟ କ୍ଷେତ୍ରରେ ଲାଭ ହେଇପାରେ; ପାରିବାରିକ ଜୀବନରେ ବିଶୃଙ୍ଖଳାର ଅନ୍ତ ହୋଇପାରେ
ବୃଷ – ଆଜି ଖର୍ଚଭାର ହେତୁ ଋଣଗ୍ରସ୍ତ ରହିପାରନ୍ତି; ବନ୍ଧୁସମ୍ପର୍କ ରେ ତିକ୍ତତା ଆସିପାରେ; ଚାକିରୀ କ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି; ବ୍ୟବସାୟ କ୍ଷେତ୍ରରେ ସହୋଯୋଗିଁଜ ସହ ମତଭେଦ ହୋଇପାରେ; ପରିବାରରେ ଭୁଲ ବୁଝାମଣାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ
ମିଥୁନ – ଆଜି ନୂତନ ମିତ୍ରତା ସ୍ଥାପନ କରି କାର୍ଯ୍ୟହାସଲ କରିପାରନ୍ତି; କୌଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଜରୁରୀ କାର୍ଯ୍ୟ ହେତୁ ବିଦେଶ ଯାତ୍ରାର ସୁଅବସର ମିଳିପାରେ; ବେପାର କ୍ଷେତ୍ରରେ ନୂତନ ସୂତ୍ରରୁ ଅର୍ଥଲାଭର ସୁଯୋଗ ଆସିପାରେ; ପରିବାରବର୍ଗ ସହ କୌଣସି ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି
କର୍କଟ – ଆଜି ଗୁପ୍ତସତ୍ରୁଙ୍କ ଚକ୍ରାନ୍ତ ହେତୁ ସାମାଜିକ ସ୍ତରରେ ଅପମାନିତ ହୋଇପାରନ୍ତି; ବାଣୀ ଅସଂଜମ ରହିବାରୁ ନିନ୍ଦିତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ର ରେ ସହକର୍ମୀଙ୍କ ସହ ଯୁକ୍ତି-ତର୍କ ହୋଇପାରେ; ବ୍ୟବସାୟରେ ଅର୍ଥହାନୀ ହୋଇପାରେ; ପାରିବାରିକ ଜୀବନ ଝଡଝଂଝା ଦେଇ ଗତି କରିପାରେ
ସିଂହ – ଆଜି ନିଜ ଚତୁରତା ହେତୁ ଲୋକସମ୍ପର୍କରେ ବୃଦ୍ଧି ହୋଇପାରେ; କୌଣସି ମାତୃସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗରୁ ସମସ୍ୟାର ସମଧାନ ପାଇପାରନ୍ତି; କାର୍ଯ୍ୟକ୍ଷେତ୍ର ଉଚପଦାଧିକାରୀ ବ୍ୟକ୍ତିଙ୍କ ପ୍ରୋତ୍ସାହନ ସହ ଆୟବୃଦ୍ଧିର ସୂଚନା ମିଳୁଛି; ବ୍ୟବସାୟ କ୍ଷେତ୍ରରେ ନୂତନ ବ୍ୟପାରୀଙ୍କ ସହ ଚୁକ୍ତି ହୋଇପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ
କନ୍ୟା – ଆଜି ଗୁପ୍ତଶତୃମାନଙ୍କର ସକ୍ରିୟତା ମୁଣ୍ଡ ବିନ୍ଧାର କାରଣ ହୋଇପାରେ; ପଡୋଶୀଙ୍କ ସହ ବିବାଦ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଏକାଗ୍ରତା ଅଭାବରୁ ଜରୁରୀ ଦସ୍ତାବିଜରେ ଭୁଲ ହୋଇଯାଇପାରେ; ବ୍ୟବସାୟରେ ନିଜ ମନମୁଖୀ କାର୍ଯ୍ୟକଳାପ ହେତୁ ହାନି ହୋଇପାରେ; ପାରିବାରିକ ଜୀବନରେ ଜୀବନସାଥୀ ସହ ମନୋମାଳିନ୍ୟ ଦେଖାଦେଇପାରେ
ତୁଳା – ଆଜି ମାନସିକ ଅଶାନ୍ତ ରହିବାରୁ ଧର୍ମକାର୍ଯ୍ୟରେ ଯୋଗ ଦେଇ ମାନସିକ ଶାନ୍ତି ଲାଭ କରିପାରନ୍ତି; ନିଜ ବାଣୀ ସଂଯମ ନ ରହିବାରୁ ସାର୍ବଜନିକ ସ୍ଥାନରେ ଅପମାନିତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବେପାର କ୍ଷେତ୍ରରେ ଆଶାନୁରୂପକ ଫଳ ନ ମିଳିବାରୁ ହାନି ହୋଇପାରେ; ପରିବାରରେ ଭାଇ-ଭଉଣୀଙ୍କ ସହ ବିବାଦ ହୋଇପାରେ
ବିଛା -ଆଜି ଅର୍ଥ ଓ ସମ୍ମାନ ପ୍ରାପ୍ତି ହୋଇପାରେ; ରଚନାତ୍ମକ କାମରେ ସଫଳତା ପାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ; ବେପାର କ୍ଷେତ୍ରରେ ଦୀର୍ଘଦିନର ଅସହ ଓ ଆକାଂକ୍ଷା ପୂର୍ଣ୍ଣ ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ପ୍ରଗତିକୁ ନେଇ ଆତ୍ମସନ୍ତୋଷ ଲାଭ କରିପାରନ୍ତି
ଧନୁ – ଆଜି ନୂତନ କାମରେ ପ୍ରତିବନ୍ଧକ ଦେଖାଦେବ; ହଠାତ ପଡୋଶୀ ସହ କୌଣସି ବାଦବିବାଦରେ ପଡିଯିବେ; କିନ୍ତୁ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବେପାରରେ ବାଧା-ବିଘ୍ନ ଆସିପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି
ମକର – କୌଣସି ବକେୟା ଅର୍ଥ ପ୍ରାପ୍ତି ହୋଇପାରେ; ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟାରୁ ମୁକୁଳିବାରୁ ଆସ୍ୱସ୍ଥି ଲାଭ କରିପାରନ୍ତି; କାର୍ଯ୍ୟ କ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ସହ କୌଣସି ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟବସାୟ କ୍ଷେତ୍ରରେ ବୁଡ଼ିଯାଉଥିବା ଅର୍ଥପ୍ରାପ୍ତି ହୋଇପାରେ; ପରିବାରରେ ଦୂରସ୍ଥାନରୁ ସୁସମ୍ବାଦ ମିଳିବାରୁ ଖୁସିର ବାତାବରଣ ସୃଷ୍ଟି ହୋଇପାରେ
କୁମ୍ଭ – ଆଜି ଆତ୍ମୀୟଙ୍କ ଇର୍ଷା ହେତୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି; କିଛି ଦୁଶ୍ଚିନ୍ତା ମନକୁ ଆଜି ଭାରାକ୍ରାନ୍ତ କରିପାରେ; କାର୍ଯ୍ୟସ୍ଥଳୀରେ କାର୍ଯ୍ୟଭାର ବୃଦ୍ଧି ହେବାରୁ ଅସୁସ୍ଥ ହୋଇପାରନ୍ତି; ବେପାରରେ ନୂତନ ଚୁକ୍ତି ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; ପରିବାରରେ ସାମାନ୍ୟ କଥାକୁ ନେଇ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ
ମୀନ – ଆଜି ଆର୍ଥିକ ଉନ୍ନତି ଦେଖାଦେଇପାରେ; ଶତ୍ରୁ ମାନଙ୍କର ଅବସାନ ଦେଖାଦେଇପାରେ; କାର୍ଯ୍ୟ କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଦ୍ୱାରା ସମ୍ମାନିତ ହୋଇପାରନ୍ତି; ବ୍ୟାପାରରେ ନିଜ ବାଣୀ ଦ୍ୱାରା ଗ୍ରାହକଙ୍କୁ ଆକୃଷ୍ଟ କରେଇପାରନ୍ତି; ପରିବାରରେ ଦାମ୍ପତ୍ୟ ଜୀବନ ସୁଖରେ କାଟିପାରନ୍ତି

LEAVE A REPLY

Please enter your comment!
Please enter your name here