ମେଷ – ଆଜି ପ୍ରିୟବନ୍ଧୁ ସହ ମଉଜ ମଜଲିଶ, ମନୋରଞ୍ଜନରେ ସମୟ ବିତିପାରେ; ଦୀର୍ଘଦିନର ବିବାଦର ଆଶୁ ସମାଧାନ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ କୌଣସି ବାର୍ତାଳାପରେ ବ୍ୟସ୍ତ ରହିପାରନ୍ତି; ବ୍ୟବସାୟରେ କୌଣସି ନୂଆ ଫାଇଦା ପାଇଁ ନୂତନ ଵ୍ୟାପାରୀଙ୍କ ସହ ଚୁକ୍ତିନାମା କରିପାରନ୍ତି; ପାରିବାରିକ ସୁଖଶାନ୍ତି ଅନୁଭୂତି ହୋଇପାରେ
ବୃଷ – ଆଜି ଆର୍ଥିକ ସ୍ଥିତି ବିଗିଡିପାରେ; ଯାନବାହାନ ଜନିତ ତ୍ରୁଟିର ସମ୍ମୁଖୀନ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କଲେ ମଧ୍ୟ ଉଚ୍ଚାଧିକାରୀଙ୍କଠାରୁ ଅପବାଦ ଶୁଣିବାକୁ ମିଳିପାରେ; ବ୍ୟବସାୟରେ ନିଜ ମନମୁଖୀ କାର୍ଯ୍ୟ ହେତୁ ବିବାଦର ଶିକାର ହୋଇପାରନ୍ତି; ପରିବାରରେ କୌଣସି ଧାର୍ମିକ କାର୍ଯ୍ୟ ଆୟୋଜନରେ ଖର୍ଚ୍ଚାନ୍ତ ହୋଇପାରନ୍ତି
ମିଥୁନ – ଆଜି ସ୍ୱାସ୍ଥ୍ୟ ସମସ୍ୟାରେ ଉନ୍ନତି ଘଟିପାରେ; ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସାକ୍ଷାତ ସହ ଉଚ୍ଚ ସମ୍ମାନ ଲାଭ ହେବାର ସୁଯୋଗ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସଫଳତା ସହ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭବାନ ହୋଇପାରନ୍ତି; ପରିବାର ସଦସ୍ୟଙ୍କ ସହ କୌଣସି ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି
କର୍କଟ- ଆଜି ଅଯଥା ଦୁଶ୍ଚିନ୍ତା ଘାରିବାରୁ ମାନସିକ ଅଶାନ୍ତି ହୋଇପାରନ୍ତି; ବନ୍ଧୁମାନେ ଶତ୍ରୁ ଭଳି ଆଚରଣ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ଉଚ୍ଚାଧିକାରୀଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି; ବ୍ୟାପାରରେ ନୂତନ ନିବେଶ ହେତୁ ଅର୍ଥ ବୁଡ଼ିଯାଇପାରେ; ପାରିବାରିକ ଜୀବନ ଝଡଝଞ୍ଜା ଦେଇ ଗତି କରିପାରେ
ସିଂହ – ଆଜି ଅକସ୍ମାତ କୌଣସି ସ୍ଥାବର ସମ୍ପତି ପ୍ରାପ୍ତ ହୋଇପାରେ; ସାମାଜିକ କ୍ଷେତ୍ରରେ ଆପଣଙ୍କ ସମ୍ମାନ ବୃଦ୍ଧି ହୋଇପାରେ; ଚାକିରୀ କ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟାପାରରେ ଦୀର୍ଘଦିନର ଆଶା ପୂର୍ଣ୍ଣ ହେବାରୁ ବଡ ସଫଳତା ମିଳିପାରେ; ପରିବାରରେ ଭାଇ-ଭଉଣୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ
କନ୍ୟା – ଆଜି ଅଯଥା କଥା ଶୁଣି ପ୍ରତିକ୍ରିୟାଶୀଳ ହେବାରୁ ବନ୍ଧୁ ସମ୍ପର୍କରେ ତିକ୍ତତା ଆସିପାରେ; ଗୁପ୍ତସତ୍ରୁ ସକ୍ରିୟ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ଆପଣଙ୍କୁ ହଇରାଣରେ ପକେଇପାରନ୍ତି; ବ୍ୟାପାରରେ ବାଧା-ବିଘ୍ନ ଦେଇ ଗତି କରିପାରନ୍ତି; ପାରିବାରିକ ସଦସ୍ୟ ସହ କୌଣସି ସାମାନ୍ୟ କଥାକୁ ନେଇ ତିକ୍ତ ବାତାବରଣ ସୃଷ୍ଟି ହୋଇପାରେ
ତୁଳା – ଆଜି ବିଗିଡ଼ିଥିବା ପରିସ୍ଥିତିର ମୁକାବିଲା କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି; ଆଜି କୌଣସି ନୂଆ କାର୍ଯ୍ୟ ପାଇଁ ବିଦେଶ ଭ୍ରମଣର ସୁଯୋଗ ମିଳିପାରେ; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ସହ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ଆଗକୁ ବଢିବା ଲାଗି ପ୍ରସାର ହୋଇପାରେ; ପରିବାରରେ ଉତ୍ତମ ବୁଝାମଣା ବଜାୟ ରହିପାରେ
ବିଛା – ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା ଆସିପାରେ; ପୂର୍ବରୁ ଉପୁଜିଥିବା ବିବାଦର ସମାଧାନ ନ ହେବାରୁ ଆହୁରି ଅଡୁଆ ହୋଇଯାଇପାରେ; କାର୍ଯ୍ୟକ୍ଷେତ୍ରରେ ଆଜି ଅଧିକ ପରିଶ୍ରମ କରି ଥକ୍କା ଅନୁଭୂତ କରିପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ହେତୁ ହଇରାଣରେ ପଡିଯାଇପାରନ୍ତି; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ
ଧନୁ – ଆଜି ନିଜ ଉପସ୍ଥିତ ବୁଦ୍ଧି ହେତୁ ବିବାଦରେ ବିଜୟୀ ହୋଇପାରନ୍ତି; ବନ୍ଧୁ ଗହଣରେ ପ୍ରୀତିଭୋଜନର ଆନନ୍ଦ ସନ୍ଧ୍ୟା କାଳରେ ଉଠେଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ କାର୍ଯ୍ୟଶୈଳୀ ପ୍ରଦର୍ଶନ କରି ଉଚ୍ଚ ପ୍ରସଂଶିତ ହୋଇପାରନ୍ତି; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥପ୍ରାପ୍ତ ହୋଇପାରେ; ପାରିବାରିକ ଆପୋଷ ବୁଝାମଣା ଦ୍ୱାରା କିଛି ଲାଗିରହିଥିବା ବିବାଦର ସମାଧାନ ହୋଇପାରେ
ମକର – ଆଜି ସ୍ଵାସ୍ଥ୍ୟହାନି ହୋଇପାରେ; ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; କର୍ମକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟବସାୟରେ ଅର୍ଥହାନୀ ହୋଇପାରେ; ପାରିବାରିକ ଅଶାନ୍ତି ଦେଖାଦେଇପାରେ
କୁମ୍ଭ – ଆଜି ବନ୍ଧୁ ଗହଣରେ ଆମୋଦପ୍ରମୋଦରେ ଦିନଟି କଟିପାରେ; ଆପଣଙ୍କ ଦୀର୍ଘଦିନର ଆଶା ଆକାଂକ୍ଷା ପୂରଣ ହୋଇପାରେ; ଚାକିରୀରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ହୋଇପାରେ; ଗୃହକୁ କୌଣସି ଅତିଥି ଆସିବାର ସୂଚନା ମିଳୁଛି
ମୀନ – ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା-ବିଘ୍ନ ଆସିପାରେ; ମହତ୍ୱପୂର୍ଣ୍ଣ ଲୋକଙ୍କ ସହ ବଚସା ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ଠାରୁ ନିନ୍ଦା ଅପବାଦ ମିଳିପାରେ; ବ୍ୟାପାରରେ କ୍ଷତି ସହିବାକୁ ପଡିପାରେ; ପରିବାରରେ ଅଶାନ୍ତି ଦେଖାଦେଇପାରେ

LEAVE A REPLY

Please enter your comment!
Please enter your name here