ମେଷ – ଆଜି ଶାରୀରିକ କଷ୍ଟ ଅନୁଭୂତ କରିପାରନ୍ତି; ଗୁପ୍ତଶତ୍ରୁଙ୍କ ଦ୍ୱାରା ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆସିପାରେ; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ
ବୃଷ – ଆଜି ଆତ୍ମବିଶ୍ୱାସରେ ବୃଦ୍ଧି ହୋଇପାରେ; ପୁରାତନ ମିତ୍ରଙ୍କ ସହ ସାକ୍ଷାତ ସହ ମନୋରଞ୍ଜନର ସୁଅବସର ପ୍ରାପ୍ତି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ନୂତନ ନିବେଶ ପାଇଁ ଅର୍ଥ ଯୋଗାଡ଼ କରିପାରନ୍ତି; ପରିବାରରେ ଅତିଥି ଆଗମନର ସୂଚନା ମିଳୁଛି
ମିଥୁନ – ଆଜି ଅଯଥା କଥାରେ ମୁଣ୍ଡ ପୁରେଇବାରୁ ବିବାଦରେ ପଡିଯାଇପାରନ୍ତି; ଆସୁଥିବା ସୁଯୋଗ ହାତପାହାନ୍ତରୁ ଖସିଯାଇପାରେ; କର୍ମସ୍ଥଳୀରେ ସ୍ଥାନାନ୍ତର ହୋଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ବିବାଦିୟ ପରିସ୍ଥିତି ସୃଷ୍ଟୀ ହୋଇପାରେ
କର୍କଟ – ଆଜି ଅକସ୍ମାତ ଧନଲାଭ ହୋଇପାରେ; କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ଦ୍ୱାରା ବିବାଦୀୟ ପରିସ୍ଥିତିକୁ ଏଡାଇଯାଇପାରନ୍ତି; କର୍ମସ୍ଥଳୀରେ ବ୍ୟସ୍ତତା ବୃଦ୍ଧି ଯୋଗୁ ଥକ୍କା ଅନୁଭବ କରିପାରନ୍ତି; ବ୍ୟାପାରରେ ନୂତନ ଯୋଜନା ଦ୍ୱାରା ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୂର୍ଣ୍ଣ ହୋଇପାରେ; ପରିବାରରେ ମନୋମାଳିନ୍ୟ ଦୂର ହୋଇପାରେ
ସିଂହ – ଆଜି ବକେୟା ଅର୍ଥ ମିଳିବାରେ ବାଧା ଆସିପାରେ; ଦୂରଯାତ୍ରା କଷ୍ଟଦାୟକ ରହିପାରେ; ଚାକିରୀରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ଦ୍ୱାରା ସମାଲୋଚିତ ହୋଇପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଠକାମୀରେ ପଡିଯାଇପାରନ୍ତି; ପରିବାରରେ ସନ୍ତାନ ବିଦ୍ୟା ସମ୍ବଧୀୟ ଚିନ୍ତା ବଢିପାରେ
କନ୍ୟା – ଆଜି ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇପାରେ; ପ୍ରତିଦ୍ୱନ୍ଦୀ ପରାସ୍ତ ହୋଇପାରନ୍ତି; ଚାକିରୀରେ ନୂତନ ଯୋଜନା ପାଇଁ ବିଦେଶ ଯାତ୍ରାର ମଉକା ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ରହିପାରେ; ପରିବାରରେ ସୁଖରେ ସମୟ ବିତିପାରେ
ତୁଳା – ଆଜି ବିଳାସସାମଗ୍ରୀ କ୍ରୟ କରିବାରୁ ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି; ନିଜ ଆତ୍ମୀୟମାନେ ଇର୍ଷାପରାୟଣ ହୋଇ ଆପଣାକୁ ହଇରାଣ କରିପାରନ୍ତି; ଚାକିରୀରେ ସହଯୋଗୀଙ୍କ ସହ ତର୍କ ହୋଇପାରେ; ବ୍ୟାପାରରେ ଲାଭକ୍ଷତି ସମାନ ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ରହିପାରନ୍ତି
ବିଛା – ଆଜି ହଜିଯାଥିବା ଜିନିଷ ପୁନଶ୍ଚ ମିଳିପାରେ; ଦୀର୍ଘଦିନର ସ୍ୱାସ୍ଥ୍ୟଜନକ ସମସ୍ୟାରୁ ମୁକ୍ତି ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ପ୍ରୋତ୍ସାହନ ସହ ଆୟବୃଧି ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଅବଶ୍ୟକୀୟ ଅର୍ଥ ଆଦାନ-ପ୍ରଦାନ ହୋଇପାରେ; ପରିବାରବର୍ଗ ସହ କୌଣସି ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି
ଧନୁ – ଆଜି ଦୂରସ୍ଥାନରୁ ଅଶୁଭ ସମାଚାର ମିଳିବାରୁ ମନ ଅଶାନ୍ତ ରହିପାରେ; ଅର୍ଥାଭାବ ହେବାରୁ ଋଣଗ୍ରସ୍ତ ହୋଇପାରନ୍ତି; କର୍ମକ୍ଷେତ୍ରରେ ନିଜ ଏକାଗ୍ରତା ଅଭାବରୁ ଜରୁରୀ ଦସ୍ତାବିଜରେ ଭୁଲ ହୋଇଯାଇପାରେ; ବ୍ୟାପାରରେ ବାଧା-ବିଘଁ ଦେଇ ଗତି କରିପାରନ୍ତି; ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି
ମକର – ଆଜି ସାମାଜିକ କାର୍ଯ୍ୟ ଯୋଗ ଦେବାରୁ ପ୍ରଶଂସା ମିଳିପାରେ; କୋର୍ଟ-କଚେରୀ କାର୍ଯ୍ୟରେ ଜୟଲାଭ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନାକୁ କାର୍ଯ୍ୟକାରୀ କରାଇ ଲାଭବାନ ହୋଇପାରନ୍ତି; ପରିବାରରେ ଆପୋଷ ବୁଝାମଣାରୁ ଦୀର୍ଘଦିନର ମତାନ୍ତର ଦୂର ହୋଇପାରେ
କୁମ୍ଭ – ଆଜି ହଠାତ ସ୍ୱାସ୍ଥ୍ୟ ବିଗିଡିଯାଇପାରେ; ଜରୁରୀ ଜିନିଷ ସମ୍ଭାଳି ରଖନ୍ତୁ ନଚେତ ହଜିଯାଇପାରେ; କାର୍ଯ୍ୟକ୍ଷେତ୍ରରେସହକର୍ମୀଙ୍କ ଚକ୍ରାନ୍ତ ହେତୁ ଉଚ୍ଚାଧିକାରୀଙ୍କ ଠାରୁ ଅପବାଦ ମିଳିପାରେ; ବ୍ୟାପାରରେ କ୍ଷତି ସହିପାରନ୍ତି; ପରିବାରରେ ଭାଇ-ଭଉଣୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିପାରେ
ମୀନ – ଆଜି ବନ୍ଧୁ ସହାୟତାରେ ଦୀର୍ଘଦିନର ଅଟକିଥିବା କାର୍ଯ୍ୟ ସମ୍ପାଦନ କରିପାରନ୍ତି; ନୂତନ ମିତ୍ରତା ସ୍ଥାପନ କରି ଲୋକପ୍ରିୟ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟାପାର ଅନୁକୂଳ ରହିପାରେ; ପରିବାରରେ ସୁଖରେ ସମୟ କଟିପାରେ

LEAVE A REPLY

Please enter your comment!
Please enter your name here