Home Odisha ୫.୭.୨୦୨୦, ଶନିବାର ଆଜିର ରାଶିଫଳରେ ଦେଖନ୍ତୁ କିପରି ରହିବ ଆପଣଙ୍କ ଭାଗ୍ୟ

୫.୭.୨୦୨୦, ଶନିବାର ଆଜିର ରାଶିଫଳରେ ଦେଖନ୍ତୁ କିପରି ରହିବ ଆପଣଙ୍କ ଭାଗ୍ୟ

0
12

ମେଷ – ଆଜି ଦୂରସ୍ଥାନ ସମ୍ପର୍କୀୟ ଠାରୁ ସୁସମ୍ବାଦ ପାଇ ମନ ଆନନ୍ଦିତ ରହିପାରନ୍ତି; ସାମାଜିକ ଯଶ, ମାନ-ସମ୍ମାନ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଯୋଜନା ପାଇଁ ବିଦେଶ ଯାତ୍ରା କରିପାରନ୍ତି; ବ୍ୟାପାରରେ ଲାଭ ହୋଇପାରେ; ପରିବାରରେ ବନ୍ଧୁ ଆଗମନର ସୂଚନା ମିଳୁଛି

ବୃଷ – ଆଜି ଅକସ୍ମାତ ଧନହାନି ହେବାରୁ ମନ ଅଶାନ୍ତ ହୋଇପାରେ; ପଡୋଶୀ ସହ ବାଦବିବାଦରେ ପଡିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଜରୁରୀ ଦସ୍ତାବିଜରେ ଭୁଲ୍ଭଟକା ହୋଇପାରେ; ବ୍ୟାପାରରେ ଲାଭକ୍ଷତି ସମାନ ହୋଇପାରେ; ପରିବାରରେ ମନୋମାଳିନ୍ୟ ହୋଇପାରେ

ମିଥୁନ – ଆଜି ବନ୍ଧୁଙ୍କ ସହ ମଉଜ ମଜଲିଶରେ ବ୍ୟସ୍ତ ରହିପାରନ୍ତି; ନିଜ ବାକ-ଚାତୁରୀ ଦ୍ୱାରା ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ କାର୍ଯ୍ୟଶୈଳୀ ଯୋଗୁଁ ଉଚ୍ଚାଧିକାରୀଙ୍କ ଦ୍ୱାରା ପ୍ରସଂଶିତ ହୋଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଲାଭବାନ କରାଇପାରେ; ପରିବାରରେ ସନ୍ତାନକୁ ନେଇ ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିପାରେ

କର୍କଟ – ଆଜି ନିରର୍ଥକ ଚର୍ଚ୍ଚାରେ ମୁଣ୍ଡ ଦେବାରୁ ବିବାଦୀୟ ପରିସ୍ଥିତି ହୋଇପାରେ; ସାମାଜିକ ଯଶ, ମାନ-ସମ୍ମାନରେ ହାନି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀ କିଛି କାରଣ ନଥାଇ ସନ୍ଦେହ କରିବାରୁ ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ ପତ୍ନୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି

ସିଂହ – ଆଜି ମିତ୍ରଙ୍କ ସାହାଯ୍ୟ ଯୋଗୁଁ କୌଣସି ବିବାଦୀୟ ପରିସ୍ଥିତିକୁ ଏଡାଇଯିବେ; ଗୃହକୁ ନୂତନ ସାଜସଜା ସାମଗ୍ରୀ କିଣି ଆଣିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନାକୁ କାର୍ଯ୍ୟକାରୀ କରେଇ ଲାଭବାନ ହୋଇପାରନ୍ତି; ପରିବାରରେ ସୁଖ-ଶାନ୍ତିରେ ସମୟ ବିତିପାରେ

କନ୍ୟା – ଆଜି ଖର୍ଚ୍ଚଭାର ବୃଦ୍ଧି ଯୋଗୁଁ ମାନସିକ ଭାରାକ୍ରାନ୍ତ ରହିପାରନ୍ତି; ବାଣୀରେ ନିୟଂତ୍ରଣ ନ ଆଣିବାରୁ ବାକ-ବିତଣ୍ଡା ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ବ୍ୟବସାୟରେ ସହଯୋଗୀଙ୍କ ସହ ଭୁଲବୁଝାମଣା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ; ପରିବାରରେ ମନୋମାଳିନ୍ୟ ଦେଖାଦେଇପାରେ

ତୁଳା – ଆଜି ସାମାଜିକ ସ୍ତରରେ ମାନ-ସମ୍ମାନରେ ବୃଦ୍ଧି ହୋଇପାରେ; ଆଧ୍ୟାତ୍ମ୍ୟ ଦିଗରେ ରୁଚି ବଢିପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଲାଭ ହୋଇପାରେ; ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ

ବିଛା – ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଲେ ପଶ୍ଚାତାପ କରିବାକୁ ପଡିପାରେ; ହଠାତ ଶାରୀରିକ ଅସୁସ୍ଥ ଯେପରି ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଏକାଗ୍ରତା କମ ରହିବାରୁ ଉଚ୍ଚାଧିକାରୀଙ୍କ ସମାଲୋଚନାର ଶିକାର ହୋଇପାରନ୍ତି; ବ୍ୟାପାରରେ ବାଧା-ବିଘ୍ନ ସୃଷ୍ଟି ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ କଳହର ବାତାବରଣ ସୃଷ୍ଟି ହୋଇପାରେ

ଧନୁ – ଆଜି ଆଧ୍ୟାତ୍ମ୍ୟ ଦିଗରେ ମନୋନିବେଶ କରିପାରନ୍ତି; ମିତ୍ର ସ୍ୱଜନଙ୍କ ସହ ବୁଲାବୁଲି ସହ ତାଙ୍କ ଠାରୁ କିଛି ଉପଢ଼ୌକନ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ କୌଣସି ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ଲାଭ ମିଳିପାରେ; ପରିବାରବର୍ଗ ସହ ରମଣୀୟ ସ୍ଥାନକୁ ପରିଭ୍ରମଣରେ ଯିବା ସହ ସୁସ୍ୱାଦୁ ଭୋଜନର ଆନନ୍ଦ ଉଠେଇପାରନ୍ତି

ମକର – ଆଜି ଖର୍ଚ୍ଚଭାର ବୃଦ୍ଧି ହେବାରୁ ଋଣ କରିପାରନ୍ତି; ଗୁପ୍ତଶତ୍ରୁଙ୍କ ଦ୍ୱାରା ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆସିପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀ ସହ ବାକ-ବିତଣ୍ଡା ହୋଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ କ୍ଷତି କରାଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି

କୁମ୍ଭ – ଆଜି ନିଜ ମିଠା ବାଣୀରେ କାର୍ଯ୍ୟ ହାସଲ କରେଇପାରନ୍ତି; ଦୂରସ୍ଥାନରୁ ସୁସମ୍ବାଦ ପାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପାଇପାରନ୍ତି; ବ୍ୟାପାରରେ ଲାଭ ମିଳିପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ଉନ୍ନତି ହେତୁ ମାନସିକ ଶାନ୍ତି ଅନୁଭୁତ ହୋଇପାରେ

ମୀନ – ଆଜି ହଠାତ ଅସୁସ୍ଥ କିମ୍ବା ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି; ଅନଧିକାର ଚର୍ଚ୍ଚାରେ ଭାଗ ନେଇ ବିବାଦରେ ପଡିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ଅପମାନିତ ହୋଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ହେତୁ କ୍ଷତି ହୋଇପାରେ; ପରିବାର ସଦସ୍ୟ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇପାରେ

NO COMMENTS

LEAVE A REPLY

Please enter your comment!
Please enter your name here