ମେଷ – ଆଜି କୌଣସି ଅତୀତ କଥାକୁ ମନେ ପକେଇ ବିଚଳିତ ହୋଇପାରନ୍ତି; ଗୁପ୍ତଶତ୍ରୁ ସକ୍ରିୟ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଦାୟିତ୍ବହୀନତା ପାଇଁ ଉଚ୍ଚାଧିକାରୀଙ୍କ ଦ୍ୱାରା ନିନ୍ଦା ମିଳିପାରେ; ବେପାରରେ ନିଜ ଦୁରଦୃଷ୍ଟି ଅଭାବରୁ ବାଧା ଆସିପାରେ; ପରିବାରରେ ନିଜ କଟୁବାଣୀ ପାଇଁ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ

ବୃଷ – ଆଜି ମାନସିକ ଶାନ୍ତି ଅନୁଭୂତ ହୋଇପାରେ; ନୂତନ କାର୍ଯ୍ୟ ପ୍ରାରମ୍ଭ ଦ୍ୱାରା ସଫଳ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବେପାରରେ ବୁଡିଯାଇଥିବା ଅର୍ଥ ପୁନଶ୍ଚ ମିଳିପାରେ; ପରିବାର ସଦସ୍ୟଙ୍କ ସହ ସୁସ୍ୱାଦୁ ଭୋଜନ, ମନୋରଞ୍ଜନର ମଜା ନେଇପାରନ୍ତି

ମିଥୁନ – ଆଜି ଦୂରସ୍ଥାନରୁ ଦୁଃସମ୍ବାଦ ମିଳିପାରେ; ଘରୁ ବାହାରକୁ ଗଲେ ଅସୁସ୍ଥ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହୋଇପାରେ; ବେପାରରେ ନିଜ ମନମୁଖୀ କାର୍ଯ୍ୟ ପାଇଁ ବଡ଼ ଉତ୍ପନ ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ

କର୍କଟ – ଆଜି ପରୋପକାର କାର୍ଯ୍ୟ କରିବାରୁ ଖ୍ୟାତି ମିଳିପାରେ; ନିଜ ବାକ-ଚାତୁରୀ ଦ୍ୱାରା ନୂତନ ମିତ୍ରଙ୍କ ସହ ସମ୍ପର୍କ ସ୍ଥାପନ କରିପାରନ୍ତି; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସାଭାଜନ ହୋଇପାରନ୍ତି; ବେପାରରେ ସହଯୋଗୀଙ୍କ ସହ ସୁସମ୍ପର୍କ ସ୍ଥାପନ ହେବା ସହ ଲାଭବାନ ହୋଇପାରନ୍ତି;ପରିବାରରେ ପତ୍ନୀ ଓ ସନ୍ତାନଙ୍କ ସହ ସୁସମ୍ପର୍କ ରହିପାରେ

ସିଂହ – ଆଜି ଘରୁ ବାହାରକୁ ଗଲେ ଶାରୀରିକ ଅସୁସ୍ଥ ରହିପାରନ୍ତି; ପଡୋଶୀ ସହ ବିବାଦ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ଉଚ୍ଚାଧିକାରୀଙ୍କ ଠାରୁ ସମାଲୋଚନା ମିଳିପାରେ; ବେପାରରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ; ସାମାନ୍ୟ କଥାକୁ ନେଇ ପାରିବାରିକ ଜୀବନ ଅଶାନ୍ତ ହୋଇପାରେ

କନ୍ୟା – ଆଜି ଅକସ୍ମାତ ଅର୍ଥପ୍ରାପ୍ତି ହୋଇପାରେ; ପୁରାତନ ବନ୍ଧୁଙ୍କ ସହ ଫୋନ ଯୋଗେ ବାର୍ତାଳାପ କରି ମାନସିକ ଶାନ୍ତି ଅନୁଭବ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବେପାରରେ ନୂତନ ଚୁକ୍ତି ହୋଇପାରେ; ପରିବାରରେ ଆପୋଷ ବୁଝାମଣା ହେତୁ ବିବାଦର ସମାଧାନ ହୋଇପାରେ

ତୁଳା – ଆଜି ନକାରାତ୍ମକ ବିଚାର ଘାରିବାରୁ ମାନସିକ ଅଶାନ୍ତି ରହିପାରନ୍ତି; ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ; ନଚେତ ସ୍ୱାସ୍ଥ୍ୟ ବିଗିଡିଯାଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ଆପଣଙ୍କୁ ହଇରାଣରେ ପକେଇପାରନ୍ତି; ବେପାରରେ ଅର୍ଥ ନିବେଶ ଦ୍ୱାରା ହାନି ହୋଇପାରେ; ପାରିବାରିକ ଜୀବନ ମନୋମାଳିନ୍ୟରେ ଗତି କରିପାରେ

ବିଛା – ଆଜି ଦୂରସ୍ଥାନରୁ ସୁସମ୍ବାଦ ପ୍ରାପ୍ତ ହେବାରୁ ମନ ପ୍ରଫୁଲ୍ଲ ରହିପାରେ; ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବେପାରରେ ଅର୍ଥ ନେଣ-ଦେନରେ ମାର୍ଗ ସୁଗମ ହୋଇପାରେ; ପରିବାରରେ ସୁଖ-ଶାନ୍ତିର ବାତାବରଣ ଅନୁଭୂତ ହୋଇପାରେ

ଧନୁ – ଆଜି ମାନସିକ ବ୍ୟଗ୍ର ରହିବାରୁ କୌଣସି ଜରୁରୀ ନିର୍ଣ୍ଣୟ ନେବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି; ଘରୁ ବାହାରକୁ ଗଲେ ଶାରୀରିକ ଅସୁସ୍ଥତା ଯଥା ଥଣ୍ଡା, ସର୍ଦି, ଜ୍ୱରରେ ଆକ୍ରାନ୍ତ ରହିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଜରୁରୀ ଦସ୍ତାବିଜରେ ଭୁଲ ହୋଇଯାଇପାରେ; ବେପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଅର୍ଥ ବୁଡ଼ିଯାଇପାରେ; ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି

ମକର – ଆଜି ମାନସିକ ପ୍ରଫୁଲ୍ଲତା ରହିପାରେ; ମହିଳା ବର୍ଗଙ୍କ ପାଇଁ କୌଣସି ଅକସ୍ମାତ ଅର୍ଥଲାଭର ଯୋଗ ରହିଛି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ କୌଣସି ଜରୁରୀ ଚର୍ଚ୍ଚା ସହ ବୈଠକରେ ବ୍ୟସ୍ତ ରହିପାରନ୍ତି; ବେପାରରେ ବିସ୍ତାର ହୋଇପାରେ; ପରିବାରରେ ଭାଇ-ବନ୍ଧୁଙ୍କ ଠାରୁ କୌଣସି ଲାଭ ମିଳିପାରେ

କୁମ୍ଭ – ଆଜି ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ; କୌଣସି ପୁରାତନ ବନ୍ଧୁଙ୍କ ସହ ସମ୍ପର୍କରେ ତିକ୍ତତା ଆସିପାରେ; କାର୍ଯ୍ୟକ୍ଷେତ୍ରରେ ହଠାତ ସ୍ଥାନାନ୍ତରଣ ହୋଇପାରେ; ବେପାରରେ ଅର୍ଥହାନି ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ଅଧୋଗତିକୁ ନେଇ ଚିନ୍ତିତ ରହିପାରନ୍ତି

ମୀନ – ଆଜି ମାତାପିତାଙ୍କ ସହ ଆଲୋଚନା କରି ଜରୁରୀ ନିର୍ଣ୍ଣୟ ନେଇପାରନ୍ତି; ପଡୋଶୀଙ୍କ ସହ ବିବାଦର ଅବସାନ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ବୋନସ ପାଇପାରନ୍ତି; ବେପାରରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ପରିବାର ସଦସ୍ୟ ସହ ମଉଜ-ମଜଲିସରେ ସମୟ କାଟିପାରନ୍ତି

LEAVE A REPLY

Please enter your comment!
Please enter your name here