ମହାରାଷ୍ଟ୍ରର ଅକୋଲା ଜେଲରେ ୬୮ କଏଦୀ କୋଭିଡ-୧୯ ପଜିଟିଭ ଟିହ୍ନଟ ହୋଇଛନ୍ତି; ଅକୋଲା ଉପଜିଲ୍ଲାପାଳ ସଞ୍ଜୟ ଖଡସେ ରବିବାର ଏହି ସୂଚନା ଦେଇଛନ୍ତି; ତେବେ କୌଣସି ବନ୍ଦୀଙ୍କ ଠାରେ ଲକ୍ଷଣ ନଥିଲେ ହେଁ ସେମାନେ ପଜେଟିଭ୍ ଚିହ୍ନଟ ହେବା ଏବେ ସମସ୍ତଙ୍କୁ ଚକିତ କରିଛି; ସଂକ୍ରମିତ ଚିହ୍ନଟ ସମସ୍ତ କଏଦୀଙ୍କୁ ଜେଲ ମଧ୍ୟରେ ଥିବା ଆଇସୋଲେସନ ୱାର୍ଡକୁ ସ୍ଥାନାନ୍ତରଣ କରାଯାଇଛିରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ରିପୋର୍ଟ ଜାରି ହୋଇଥିବା ବେଳେ ବିନା ଲକ୍ଷଣର ସଂକ୍ରମିତଙ୍କୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି; ତେବେ କେବଳ କଏଦୀ ନୁହଁନ୍ତି ଜେଲରେ ଅନ୍ୟ ୨୦ ଜଣ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି; ଜେଲରେ ଏବେ ୩୦୦ କଏଦୀ ଅଛନ୍ତି; ହଠାତ ଏତେ ସଂଖ୍ୟକ କଏଦୀ ପଜିଟିଭ ଚିହ୍ନଟ ହେବା ଜେଲରେ ଆତଙ୍କ ସୃଷ୍ଟି କରିଛି

ପୂର୍ବରୁ ଜୁନ ୧୮ ତାରିଖରେ ଜେଲର ୧୮ଜଣ ବନ୍ଦୀ ପ୍ରଥମେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ; ଏଥିଲାଗି କର୍ତ୍ତୃପକ୍ଷ କଟକଣା ଲାଗୁ କରିଥିଲେ ହେଁ ଜେଲରେ ପୁଣି କରୋନା ବ୍ୟାପିଛି; ଅସୁସ୍ଥ ରୋଗୀଙ୍କ ଚିକିତ୍ସା ଲାଗି ଜେଲରେ ସମସ୍ତ ବ୍ୟବସ୍ଥା କରାଯାଇଛି; ଏହାସହ ଯେଉଁମାନଙ୍କର ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଅଛି ସେମାନଙ୍କର ଚିକିତ୍ସା କରାଯାଉଛି

LEAVE A REPLY

Please enter your comment!
Please enter your name here