ମେଷ – ଆଜି ଦୀର୍ଘଦିନର ଆର୍ଥିକ ସମସ୍ୟା ହେତୁ ମାନସିକ ଅଶାନ୍ତି ଅନୁଭବ କରିପାରନ୍ତି; ହଠାତ ଦୁର୍ଘଟଣା ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀନ୍କ ସମାଲୋଚନାର ଶିକାର ହୋଇପାରନ୍ତି; ବ୍ୟାପାରରେ ବାଧା-ବିଘ୍ନ ହୋଇପାରେ; ପରିବାରରେ ମନୋମାଳିନ୍ୟ ହୋଇପାରେ
ବୃଷ – ଆଜି ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ପାଇପାରେ; ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହୋଇପାରେ; କର୍ମ କ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟବସାୟରେ ଲାଭ ହୋଇପାରେ; ପାରିବାରିକ ଜୀବନରେ ସୁଖ ବୃଦ୍ଧି ହୋଇପାରେ
ମିଥୁନ – ଆଜି ଭଲ କାର୍ଯ୍ୟ କଲେ ସୁଦ୍ଧା ସମ୍ମାନହାନି ହୋଇପାରେ; ଶିକ୍ଷା କ୍ଷେତ୍ରରେଗୃହଉପକରଣ କ୍ରୟ କରି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ସମ୍ମାନ ହାନି ହୋଇପାରେ; ବ୍ୟାପାରରେ ସାମାନ୍ୟ ଲାଭ ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ଅବନତିକୁ ନେଇ ଦୁଃଖିତ ହୋଇପାରନ୍ତି
କର୍କଟ – ଆଜି ନିଜର ଧେର୍ଯ୍ୟ ଓ ସହନଶୀଳତା ପାଇଁ ଆସୁଥିବା ବାଧା-ବିଘ୍ନକୁ ଏଡିଯାଇପାରନ୍ତି; କୌଣସି ବନ୍ଧୁଙ୍କ ସହସା ନିମନ୍ତ୍ରଣ ପାଇ ମଙ୍ଗଳ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାତ୍ରା କରିବାକୁ ପଡିପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଉଚ୍ଚମାନର କାର୍ଯ୍ୟଶୈଳୀ ପାଇଁ ପଦୋନ୍ନତି ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହମତି ନେଇ ନିଜର ଯୋଜନା ଅନୁଯାୟୀ କାର୍ଯ୍ୟ କରିପାରନ୍ତି; ପରିବାରରେ ଉତ୍ତମ ବୁଝାମଣା ପାଇଁ ସୁଖ-ଶାନ୍ତି ଅବ୍ୟାହତ ରହିପାରେ
ସିଂହ – ଆଜି ମାନସିକ ଏକାଗ୍ରତା ହ୍ରାସ ପାଇବାରୁ ଅଯଥା ଚିନ୍ତାଗ୍ରସ୍ତ ହୋଇପାରନ୍ତି; ଗୁପ୍ତଶତ୍ରୁ ସକ୍ରିୟ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ଉପରେ ନିର୍ଭର କରି ହଇରାଣରେ ପଡ଼ିପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଅର୍ଥ ବୁଡ଼ିଯାଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ଅଧଗତିକୁ ନେଇ ଦୁଃଖୀ ଅନୁଭବ କରିପାରନ୍ତି
କନ୍ୟା – ଆଜି କୌଣସି ବନ୍ଧୁ ସହାୟତା ନେଇ ଅଟକିଥିବା କାର୍ଯ୍ୟକୁ ଧେର୍ଯ୍ୟ ଓ ସାହସ ଦ୍ୱାରା ପୂର୍ଣ୍ଣ କରିପାରନ୍ତି; ପଡୋଶୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ନିଜର ଦୀର୍ଘଦିନର ମନୋବାଞ୍ଛା ପୂର୍ଣ୍ଣ ହୋଇପାରେ; ପରିବାରରେ କିଛି ସୁସମ୍ବାଦ ପାଇ ମନକୁ ପ୍ରଫୁଲ୍ଲିତ କରିପାରେ
ତୁଳା – ଆଜି ବନ୍ଧୁଙ୍କ ସହ ସମ୍ପର୍କରେ ତିକ୍ତତା ହୋଇପାରେ; ଗୁପ୍ତଶତ୍ରୁଙ୍କ ଦ୍ୱାରା ପ୍ରତିଷ୍ଠା ଓ ପରାକ୍ରମଃରେ ହାନି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ହାନି ହୋଇପାରେ; ସାମାନ୍ୟ କଥାକୁ ନେଇ ପାରିବାରିକ ବାତାବରଣ କଳହମୟ ହୋଇପାରେ
ବିଛା – ଆଜି ପ୍ରତି କ୍ଷେତ୍ରରେ ନିଜର ନମ୍ର ବାଣୀ ପାଇଁ କଠିନ ପରିସ୍ଥିତିକୁ ଏଡାଇ ଯାଇପାରନ୍ତି; କୋର୍ଟ-କଚେରୀ କାର୍ଯ୍ୟରେ ପରାଜୟ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ନିଜର ଆତ୍ମବିଶ୍ୱାସର ବୃଦ୍ଧି ହେତୁ ଯୋଜନା ସଫଳ ହୋଇପାରେ; ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇପାରେ
ଧନୁ – ଆଜି ସାର୍ବଜନିକ ସ୍ଥାନରେ ଯଶ-ମାନ-ସମ୍ମାନରେ ହାନି ହୋଇପାରେ; ମନ ଅଶାନ୍ତ ଥିବାରୁ ଆଧ୍ୟାତ୍ମିକ, ସତ୍ସଙ୍ଗ କାର୍ଯ୍ୟରେ ମନୋନିବେଶ କରିବାରୁ ମାନସିକ ଶାନ୍ତି ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଏକାଗ୍ରତା ଅଭାବରୁ ଜରୁରୀ ଦସ୍ତାବିଜରେ ଭୁଲ ହୋଇଯାଇପାରେ; ବ୍ୟାପାରରେ ନିଜ ମନମୁଖି କାର୍ଯ୍ୟକଳାପ ହେତୁ ବଚସା ହୋଇପାରେ; ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପରେ
ମକର – ଆଜି ନିଜ ଉପସ୍ଥିତ ବୁଦ୍ଧି ପାଇଁ ସମସ୍ତ ବାଧା-ବିଘ୍ନ ସହ ଲଢ଼ିପାରି ବିଜୟୀ ହୋଇପାରନ୍ତି; ଦୂର ଯାତ୍ରା ଯୋଗ ରହିଛି; କାର୍ଯ୍ୟକ୍ଷେତ୍ରରେ ଜରୁରୀ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥପ୍ରାପ୍ତ ହୋଇପାରେ; ପରିବାରରେ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ଦେଖାଦେଇପାରେ
କୁମ୍ଭ – ଆଜି ବିଳାସ-ବ୍ୟସନ ସାମଗ୍ରୀ କିଣିବାରୁ ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି; ବନ୍ଧୁପରିଜନଙ୍କ ଇର୍ଷା ହେତୁ ହଇରାନରେ ପଡିପାରନ୍ତି; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହେବାରୁ ଅସୁସ୍ଥ ହୋଇପାରନ୍ତି; ବ୍ୟାପାରରେ ନୂତନ ଵ୍ୟାପାରୀ ସହ ଚୁକ୍ତି ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; ପରିବାର ସଦସ୍ୟଙ୍କ ଭିତରେ ଭୁଲ ବୁଝାମଣା ରହିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ
ମୀନ – ଆଜି ନିଜର ପ୍ରତିଭାର ପ୍ରଦର୍ଶନ କରି ଲୋକପ୍ରିୟ ହୋଇପାରନ୍ତି; ହଠାତ କୌଣସି ସ୍ଥାବର ସମ୍ପତି ପ୍ରାପ୍ତ ହେବାର ଯୋଗ ରହିଛି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହ ଉଚ୍ଚାଧିକାରୀଙ୍କ ପ୍ରୋତ୍ସାହନ ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ଗୃହକୁ ଅତିଥି ଆସିବାର ସୂଚନା ମିଳୁଛି

LEAVE A REPLY

Please enter your comment!
Please enter your name here