ମେଷ – ଆଜି କୌଣସି ବନ୍ଧୁଙ୍କ କାର୍ଯ୍ୟ ପାଇଁ ବିଦେଶ ଯାତ୍ରାର ସୁଯୋଗ ମିଳିପାରେ; ବୁଲାବୁଲି, ମଉଜ-ମଜଲିସ,ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ଯୋଗୁଁ ଆତ୍ମସନ୍ତୋଷ ଲାଭ କରିପାରନ୍ତି; ବ୍ୟାପାରରେ ଲାଭବାନ ହୋଇପାରନ୍ତି; ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିପାରେ

ବୃଷ – ଆଜି ବାକ ଅନିୟଂତ୍ରିତ ହେବାରୁ କଳହ ପରିସ୍ଥିତି ସୃଷ୍ଟି ହୋଇପାରେ; ଅକସ୍ମାତ ଦୁର୍ଘଟଣାର ଶିକାର ହୋଇପାରନ୍ତି; କର୍ମସ୍ଥଳୀରେ ବ୍ୟସ୍ତତା ବୃଦ୍ଧି ଯୋଗୁ ଥକ୍କା ଅନୁଭବ କରିପାରନ୍ତି; ବ୍ୟବସାୟରେ ସହଯୋଗୀଙ୍କ ସହ ଭୁଲବୁଝାମଣା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ; ପରିବାରରେ ମନୋମାଳିନ୍ୟ ଦେଖାଦେଇପାରେ

ମିଥୁନ – ଆଜି ମିତ୍ର ସ୍ୱଜନଙ୍କ ଠାରୁ କିଛି ଉପଢ଼ୌକନ ମିଳିପାରେ; ଛାତ୍ରଛାତ୍ରୀମାନେ ପଢାପଢି ଦିଗରେ ମନୋନିବେଶ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସାଭାଜନ ହେତୁ ବୋନସ ପାଇପାରନ୍ତି; ବ୍ୟାପାରରେ ଲାଭ ମିଳିପାରେ; ପରିବାରବର୍ଗ ସହ ମଉଜ ମଜଲିସ ସହ ସୁସ୍ୱାଦୁ ଭୋଜନର ଆନନ୍ଦ ଉଠେଇପାରନ୍ତି

କର୍କଟ – ଆଜି ପଡୋଶୀ ସହ ବିବାଦରେ ପଡିଯାଇପାରନ୍ତି; ଧାର୍ମିକ ଦିଗରେ ରୁଚି ବଢିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ସହ ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି

ସିଂହ – ଆଜି ଆୟବୃଦ୍ଧି ହୋଇପାରେ; ଦୂରସ୍ଥାନରୁ ଶୁଭ ସମାଚାର ମିଳିପାରେ; କର୍ମକ୍ଷେତ୍ରରେ ସହକର୍ମୀ ସହାୟକ ହୋଇପାରନ୍ତି; ବ୍ୟାପାରରେ ନୂତନ ନେଣ-ଦେନ ହୋଇପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ

କନ୍ୟା – ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା-ବିଘ୍ନ ଦେଇ ଗତି କରିପାରନ୍ତି; ନିଜ ବାଣୀରେ ନିୟନ୍ତ୍ରଣ ହରାଇବାରୁ ବିବାଦ ହୋଇପାରେ; କର୍ମକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ଅପବାଦ ମିଳିପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ବିବାଦ ହୋଇପାରେ

ତୁଳା – ଆଜି ଗୁପ୍ତଶତ୍ରୁଙ୍କ ଗୁପ୍ତ ଚକ୍ରାନ୍ତର ଶିକାର ହୋଇପାରନ୍ତି; ହଠାତ ଚୋରି କିମ୍ବା ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଏକାଗ୍ରତା କମ ରହିବାରୁ ଉଚ୍ଚାଧିକାରୀଙ୍କ ଗାଳି ଶୁଣିବାକୁ ମିଳିପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ କୌଣସି ସାମାନ୍ୟ କଥାକୁ ନେଇ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ

ବିଛା –ଆଜି ନିଜ ଉପସ୍ଥିତ ବୁଦ୍ଧି ହେତୁ ବିବାଦକୁ ଏଡାଇ ଯାଇପାରନ୍ତି; ଦୀର୍ଘଦିନର କୌଣସି ସମସ୍ୟାର ସମାଧାନ ମିତ୍ରଙ୍କ ସହାୟତା ହେତୁ ସମ୍ଭବ ହୋଇପାରେ; କର୍ମସ୍ଥଳୀରେ ପଦୋନ୍ନତି ମିଳିପାରେ; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ପ୍ରାପ୍ତ ହୋଇପାରେ, ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ

ଧନୁ – ଆଜି ଜମିଜମା ବିବାଦରେ ଫସିଯାଇପାରନ୍ତି; ଖର୍ଚ୍ଚଭାର ବୃଦ୍ଧି ହେତୁ ଋଣ କରିପାରନ୍ତି; କର୍ମକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟବସାୟରେ ନୂତନ ଚୁକ୍ତି ହେତୁ ଠକାମିର ଶିକାର ହୋଇପାରନ୍ତି; ପରିବାରରେ ଅଶାନ୍ତି ଦେଖାଦେଇପାରେ

ମକର – ଆଜି ନିର୍ଦ୍ଧାରିତ କାର୍ଯ୍ୟ ପୂର୍ଣ୍ଣ ରହିବାରୁ ମାନସିକ ଶାନ୍ତି ଅନୁଭବ ହୋଇପାରେ; ଦୀର୍ଘଦିନର ଶାରୀରିକ ଅସୁସ୍ଥତାରୁ ଆସ୍ୱସ୍ଥି ଲାଭ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ଆଲୋଚନା ହୋଇପାରେ; ବ୍ୟାପାରରେ ବିସ୍ତାର ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ଉନ୍ନତି ଦେଖି ଆତ୍ମସନ୍ତୋଷ ଲାଭ କରିପାରନ୍ତି

କୁମ୍ଭ – ଆଜି ବାଣୀ ଅନିୟନ୍ତ୍ରତୀତା ହେତୁ ବାକ-ବିତଣ୍ଡାରେ ଫସିଯାଇପାରନ୍ତି; କୌଣସି ପୁରାତନ ବନ୍ଧୁଙ୍କ ସହ ସମ୍ପର୍କହାନି ହୋଇପାରେ; କର୍ମକ୍ଷେତ୍ରରେ ନିଜର ଅନ୍ୟମନସ୍କତା ହେତୁ ଜରୁରୀ ଦସ୍ତାବିଜରେ ଭୁଲଭଟକା ହୋଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ କଳହର ବାତାବରଣ ସୃଷ୍ଟି ହୋଇପାରେ

ମୀନ – ଆଜି କୌଣସି ହଜି ଯାଇଥିବା ଜିନିଷ ହଠାତ ମିଳି ଯାଇପାରେ; କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିପାରନ୍ତି; କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ଅର୍ଥ ନିବେଶ ହେତୁ ମାର୍ଗ ସୁଗମ ହୋଇପାରେ; ପରିବାରରେ ଲାଗିରହିଥିବା ବିବାଦର ସମାଧାନ ହୋଇପାରେ

LEAVE A REPLY

Please enter your comment!
Please enter your name here