ମେଷ – ଆଜି କିନ୍ତୁ ଶାରୀରିକ କଷ୍ଟ ଅନୁଭୂତ କରିପାରନ୍ତି , ସାମାଜିକ ଯଶ, ପ୍ରତିଷ୍ଠାରେ ବୃଦ୍ଧି ହେବ, ମିତ୍ରଙ୍କ ସହାୟତା ଦ୍ୱାରା କାର୍ଯ୍ୟସିଦ୍ଧିରେ ସଫଳ ହୋଇପାରନ୍ତି, କର୍ମକ୍ଷେତ୍ରରେ ନୂଆ କାର୍ଯ୍ୟ ହାତକୁ ନେଇ ଉଚ୍ଚାଧିକାରୀଙ୍କ ପ୍ରଶଂସାଭାଜନ ହେବେ, ବ୍ୟାପାରରେ ଲାଭ ମିଳିପାରେ, ପରିବାରରେ ସୁଖ-ସନ୍ତୋଷ ଅନୁଭୂତି ହୋଇପାରେ |
ବୃଷ – ଆଜି ଆତ୍ମବିଶ୍ୱାସ ବୃଦ୍ଧି ହୋଇପାରେ, ନିଜ ବାକ-ଚାତୁରୀ ଦ୍ୱାରା କାର୍ଯ୍ୟ ହାସଲ କରିନବେ, ମିତ୍ର ସହ ମନୋରଞ୍ଜନର ସୁଅବସର ପ୍ରାପ୍ତି ହେବ | କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ, ବ୍ୟାପାରରେ ନୂତନ ନିବେଶ ଦ୍ୱାରା ଅର୍ଥହାନୀ ହୋଇପାରେ | ପରିବାରରେ ଅତିଥି ଆଗମନର ସୂଚନା ମିଳୁଛି |
ମିଥୁନ – ଆଜି ଭାଗ୍ୟୋଦୟ ହେଵା ସହ ଅପ୍ରତ୍ୟାଶିତ ଲାଭ ମିଳିପାରେ, କିନ୍ତୁ ଅଯଥା ଆଲୋଚନାରେ ସମୟ ନଷ୍ଟ କରନ୍ତୁ ନାହିଁ, ଆଜି କୌଣସି ସମସ୍ୟାର ସମାଧାନ ମିତ୍ରଙ୍କ ସହାୟତା ନେଇ କରିବେ, କର୍ମସ୍ଥଳୀରେ ପ୍ରମୋସନ ମିଳିପାରେ, ବ୍ୟାପାର ଲାଭଜନକ ରହିପାରେ, ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ |
କର୍କଟ – ଆଜି ଧନ ହାନି ହୋଇପାରେ, ଜରୁରୀ ଜିନିଷ ଦାୟିତ୍ୱର ସହ ରଖନ୍ତୁ;ନଚେତ ହଜିଯାଇପାରେ ବା ନଷ୍ଟ ହୋଇପାରେ, କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମାଲୋଚିତ ହୋଇପାରନ୍ତି, କର୍ମସ୍ଥଳୀରେ ବ୍ୟସ୍ତତା ବୃଦ୍ଧି ଯୋଗୁ ଥକ୍କା ଅନୁଭବ କରିବେ, ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ ନ କରିବା ହିତକର ରହିପାର, ପରିବାରରେ ସାମାନ୍ୟ କଥାକୁ ନେଇ ମନୋମାଳିନ୍ୟ ହୋଇପାରେ |
ସିଂହ – ଆଜି ଦିନଟି ସୁଖମୟ ହେଵା ସହ କିଛି ବକେୟା ଅର୍ଥ ମିଳିପାରେ, ପ୍ରତିଷ୍ଠା, ମାନ-ସମ୍ମାନ ପରାକ୍ରମଃରେ ବୃଦ୍ଧି ହୋଇପାରେ, ଯାତ୍ରା ମନୋରଞ୍ଜକ ରହିପାରେ, କିନ୍ତୁ ଚାକିରୀରେ ଭଲ କାର୍ଯ୍ୟ କରି ମଧ୍ୟ ଉଚ୍ଚାଧିକାରୀଙ୍କ ଦ୍ୱାରା ସମାଲୋଚିତ ହୋଇପାରନ୍ତି | ବ୍ୟାପାରରେ ଅନୁକୂଳ ଲାଭ ମିଳିବ, ପରିବାରରେ ସନ୍ତାନ ବିଦ୍ୟା ସମ୍ବଧୀୟ ଖୁସି ଖବର ମିଳିପାରେ |
କନ୍ୟା – ଆଜି ଧନ ଅର୍ଜନ ହେଵା ସହ ଦୀର୍ଘ ଦିନର ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇପାରେ, କିନ୍ତୁ ପ୍ରତିଦ୍ୱନ୍ଦୀଙ୍କର ଗୁପ୍ତ ଚକ୍ରାନ୍ତର ଶିକାର ହୋଇପାରନ୍ତି, କଳା, ସାହିତ୍ୟ, ଲିଖନ କ୍ଷେତ୍ରରେ ସୁଫଳ ମିଳିବ | ଚାକିରୀରେ ନୂତନ ଯୋଜନା ପାଇଁ ବିଦେଶ ଯାତ୍ରାର ମଉକା ମିଳିପାରେ | ବ୍ୟାପାରରେ ନୂତନ ଅର୍ଥନିବେଶ ଶୁଭ ରହିବ | ସପରିବାରବର୍ଗ ସହ କୌଣସି ପ୍ରୀତିଭୋଜନର ଆନନ୍ଦ ନେଇପାରନ୍ତି |
ତୁଳା – ଆଜି ଧନଲାଭ ହେବା ସହ ଭାଗ୍ୟ ସାଥି ଦେଇପାରେ, ଦୂରସ୍ଥାନରୁ କିଛି ସୁସମ୍ବାଦ ପାଇ ମନ ଆନନ୍ଦିତ ରହିପାରେ, ଆଧ୍ୟାତ୍ମିକ, ସତ୍ସଂଗରେ ଯୋଗ ଦେବା ସହ ତୀର୍ଥଯାତ୍ରାର ସୁଯୋଗ ମିଳିପାରେ | ଚାକିରୀରେ ଉଚ୍ଚାଧିକାରୀଙ୍କ ପ୍ରୋତ୍ସାହନ ଓ ପ୍ରଶଂସା ପ୍ରାପ୍ତି ହେବ | ବ୍ୟାପାରରେ ସହଜୋଗୀଙ୍କ ସାହାଯ୍ୟ ଦ୍ୱାରା ଅନୁକୂଳ ଲାଭ ମିଳିପାରେ | ପରିବାରରେ ସୁଖ-ଶାନ୍ତି ମିଳିପାରେ |
ବିଛା – ଆଜି ସ୍ୱାସ୍ଥ୍ୟଜନକ ଚିନ୍ତା ଲାଗିରହିବ, ଗୁପ୍ତଶତ୍ରୁ ଠାରୁ ବିବାଦରୁ ଦୁରେଇ ରୁହନ୍ତୁ, ଅନ୍ୟର କାର୍ଯ୍ୟରେ ମୁଣ୍ଡ ପୁରାନ୍ତୁ ନାହିଁ, କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସହ କଥା କଟାକଟି ହୋଇପାରେ, ବ୍ୟାପାର ମଧ୍ୟମ ଧରଣର ରହିପାରେ | ପରିବାରରେ ବରିଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଚିନ୍ତା ବୃଦ୍ଧି ହୋଇପାରେ |
ଧନୁ – ଆଜି କିନ୍ତୁ ଆୟବୃଦ୍ଧି ହୋଇପାରେ, ସେୟାର ମାର୍କେଟ ନେଣ-ଦେନରେ ସାବଧାନ ରୁହନ୍ତୁ | ଆଜି ମହିଳାବର୍ଗଙ୍କ ପାଇଁ ମାତୃପକ୍ଷରୁ କିଛି ଶୁଭ ସମାଚାର ମିଳିପାରେ | କିନ୍ତୁ କର୍ମକ୍ଷେତ୍ର ସହକର୍ମୀଙ୍କ ସାହାଯ୍ୟ ଦ୍ୱାରା ଅନୁକୂଳ ରହିପାରେ | ବ୍ୟାପାରରେ ନୂତନ ଅର୍ଥନିବେଶ ଅଶୁଭ ରହିପାରେ | ପରିବାରରେ ମାତା ବା ପତ୍ନୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି |
ମକର – ଆଜି ଅଯଥା ଚିନ୍ତାଗ୍ରସ୍ତ ରହିବାରୁ ଅବସାଦ ବୃଦ୍ଧି ହୋଇପାରେ, ସାମାଜିକ କାର୍ଯ୍ୟରେ ପ୍ରତିଷ୍ଠା ମିଳିପାରେ, ଆଜି ଅକସ୍ମାତ ଦୁର୍ଘଟଣା ଘଟିପାରେ;ସାବଧାନ ରୁହନ୍ତୁ | କାର୍ଯ୍ୟକ୍ଷେତ୍ରରେ ହଠାତ ସ୍ଥାନାନ୍ତରଣ ହୋଇପାରେ, ବ୍ୟାପାରରେ ନୂତନ ଯୋଜନାକୁ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା କାର୍ଯ୍ୟକାରୀ କରିପାରନ୍ତି | ପରିବାରରେ ସାମାନ୍ୟ କଥାକୁ ନେଇ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ିବାରୁ କଳହ ଲାଗିପାରେ |
କୁମ୍ଭ – ଆଜି କିନ୍ତୁ ଶାରୀରିକ କଷ୍ଟ ଅନୁଭୂତ ହୋଇପାରେ | ରଚନାତ୍ମକ, ବୌଦ୍ଧିକ ଚର୍ଚ୍ଚା କାର୍ଯ୍ୟରେ ସୁଫଳ ମିଳିପାରେ | ବନ୍ଧୁ ଗହଣରେ ସ୍ୱାଦିଷ୍ଟ ଭୋଜନ ଓ ବସ୍ତ୍ରଭୂଷଣଃର ଆନନ୍ଦ ଉଠେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଅଯଥା ସନ୍ଦେହ ଯୋଗୁଁ ଅପବାଦ ମିଳିପାରେ | ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟକଳାପ ପାଇଁ କ୍ଷତି ସହିପାରନ୍ତି | ପରିବାରରେ ବଣଭୋଜି ସହ ଆମୋଦ-ପ୍ରମୋଦରେ ସମୟ ବିତିପାରେ |
ମୀନ – ଆଜି କୌଣସି ବଡ ନିର୍ଣ୍ଣୟ ନିଅନ୍ତୁ ନାହିଁ; ନଚେତ ହଇରାଣରେ ପଡିଯିବେ, ବାଣୀରେ ନିୟଂତ୍ରଣ ରଖନ୍ତୁ;ନଚେତ ସମ୍ପର୍କ ହାନି ହୋଇପାରେ | ହଠାତ ସ୍ୱାସ୍ଥ୍ୟଜନିତ ସମସ୍ୟା ଯେପରି ଆଣ୍ଠୁଗଣ୍ଠି ବିନ୍ଧା, ଦେହପୀଡା ଅନୁଭବ କରିପାରନ୍ତି, କାର୍ଯ୍ୟକ୍ଷେତ୍ରରେ ଜରୁରୀ ଦସ୍ତାବିଜରେ ଦେଖିଚାହିଁ କାର୍ଯ୍ୟ କରନ୍ତୁ; ନଚେତ ଅସୁବିଧାରେ ପଡିଯାଇପାରନ୍ତି, ବ୍ୟାପାର ଅନୁକୂଳ ରହିପାରେ | ପରିବାରରେ ସୁଖ-ଶାନ୍ତିରେ ସମୟ କଟିପାରେ |

LEAVE A REPLY

Please enter your comment!
Please enter your name here