ମେଷ – ଆଜି ଶାରୀରିକ ସୁସ୍ଥତା ଅନୁଭବ କରିପାରନ୍ତି; ଶତ୍ରୁ ପରାଜୟ ହୋଇପାରେ; କର୍ମକ୍ଷେତ୍ରରେ ନୂତନ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା ଯୋଗ ହେଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନାକୁ ଆପଣେଇ ଲାଭବାନ ହୋଇପାରନ୍ତି; ପରିବାରରେ ଭାଇ-ଭଉଣୀଙ୍କ ସହ ସୁସମ୍ପର୍କ ରହିପାରେ
ବୃଷ – ଆଜି ମାନସିକ ଦୁଶ୍ଚିନ୍ତା ଦେଖାଦେଇପାରେ; ଅଯଥା ଆଲୋଚନାରେ ଭାଗ ନେବାରୁ ବିବାଦ ମୁଣ୍ଡ ଟେକିପାରେ; କାର୍ଯ୍ୟକ୍ଷେତ୍ରରେ ଏକାଗ୍ରତା କମ ରହିବାରୁ ଉଚ୍ଚାଧିକାରୀଙ୍କ ଦ୍ୱାରା ସମାଲୋଚିତ ହୋଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ କଲେ ଅର୍ଥ ବୁଡ଼ିଯାଇପାରେ; ପରିବାର ସଦସ୍ୟ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇପାରେ
ମିଥୁନ – ଆଜି ଧାର୍ମିକ ଦିଗରେ ମନୋନିବେଶ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି; ପୁରାତନ ବନ୍ଧୁ ବା ବାନ୍ଧବୀଙ୍କ ସହ ସହସା ସାକ୍ଷାତ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ଆଲୋଚନାରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଅର୍ଥ ଆଦାନ-ପ୍ରଦାନର ମାର୍ଗ ସୁଗମ ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ପ୍ରଗତିକୁ ନେଇ ଖୁସି ହୋଇପାରନ୍ତି
କର୍କଟ – ଆଜି ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତ ହେତୁ ସାମାଜିକ ମାନ-ସମ୍ମାନରେ ହାନି ହୋଇପାରେ; କୌଣସି ପୁରାତନ ବନ୍ଧୁ ଶତ୍ରୁତା ଆଚରଣ କରିବାରୁ ମନ ଅଶାନ୍ତ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ବଢିପାରେ; ବ୍ୟାପାରରେ ସହଯୋଗୀଙ୍କ ଅତ୍ୟଧିକ ହସ୍ତକ୍ଷେପ ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ
ସିଂହ – ଆଜି ସାମାଜିକ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି; କୋର୍ଟ-କଚେରୀ କାର୍ଯ୍ୟରେ ବିଜୟୀ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରୋତ୍ସାହନ ହେତୁ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ବିସ୍ତାର ହୋଇପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିପାରନ୍ତି
କନ୍ୟା – ଆଜି ମାନସିକ ଅବସାଦ ଦେଇ ଗତି କରିପାରନ୍ତି; ଦୂରସ୍ଥାନରୁ ଦୁଃସମ୍ବାଦ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ପାଇଁ ଉଚ୍ଚାଧିକାରୀ ସହ କଳହ ହୋଇପାରେ; ବ୍ୟାପାରରେ ନିଜ ଦୁରଦୃଷ୍ଟି ଅଭାବରୁ ହାନି ହୋଇପାରେ; ପରିବାରରେ ନିଜ ପ୍ରିୟଜନଙ୍କ ସହ ମନୋମାଳିନ୍ୟ ହୋଇପାରେ
ତୁଳା – ଆଜି ପୁରାତନ ମିତ୍ର ସହ ମନୋରଞ୍ଜନ, ସୁମିଷ୍ଟ ଭୋଜନ ଇତ୍ୟାଦିରେ ମଜ୍ଜି ଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ; ବ୍ୟାପାରରେ ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୂର୍ଣ୍ଣ ହୋଇପାରେ; ପରିବାରରେ ଅତିଥି ଆଗମନର ସୂଚନା ମିଳୁଛି
ବିଛା – ଆଜି ଆର୍ଥିକ ସ୍ଥିତି ବିଗିଡ଼ିବାରୁ ଋଣ କରିପାରନ୍ତି; ନିର୍ଦ୍ଧାରିତ କାର୍ଯ୍ୟଟି ଅସମ୍ପୂର୍ଣ୍ଣ ରହିବାରୁ ମନ ବ୍ୟଥିତ ହୋଇପାରେ; ଚାକିରୀରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନିଜ କଟୁବାଣୀ ପାଇଁ ଗ୍ରାହକ ଅସନ୍ତୋଷ ହୋଇପାରନ୍ତି; ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ଅବନତି ଚିନ୍ତାର କାରଣ ହୋଇପାରେ
ଧନୁ – ଆଜି ପରୋପକାର କାର୍ଯ୍ୟ କରି ପ୍ରସଂଶିତ ହୋଇପାରନ୍ତି; ଦୀର୍ଘଦିନର ଆଶା ପୂର୍ଣ୍ଣ ହେବାରୁ ମନ ପ୍ରଫୁଲ୍ଲିତ ରହିପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ସହ ନୂତନ ଦାୟୀତ୍ୱ ମିଳିପାରେ; ବ୍ୟାପାରରେ ଲାଭକ୍ଷତି ସମାନ ହୋଇପାରେ; ଆପୋଷ ବୁଝାମଣାରୁ ପାରିବାରିକ ମନୋମାଳିନ୍ୟ ଦୂର ହୋଇପାରେ
ମକର – ଆଜି ଆକସ୍ମିକ ଧନଲାଭ ହୋଇପାରେ; ନିଜ ବାକ ଚାତୁରୀ ଦ୍ୱାରା ନୂତନ ମିତ୍ରତା ସ୍ଥାପନ କରି କାର୍ଯ୍ୟହାସଲ କରେଇପାରନ୍ତି; କର୍ମକ୍ଷେତ୍ରରେ ନିଜ କାର୍ଯ୍ୟନିପୁଣତା ଦ୍ୱାରା ଶ୍ରେଷ୍ଠ ପ୍ରଦର୍ଶନ କରିପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ପରିବାରବର୍ଗ ସହ କୌଣସି ଦର୍ଶନୀୟ ସ୍ଥାନ ବୁଲିବାକୁ ଯାଇପାରନ୍ତି
କୁମ୍ଭ – ଆଜି ନିଜ ଦୂରଦୃଷ୍ଟିର ଅଭାବ ହେତୁ ଆସୁଥିବା ସୁଯୋଗ ହାତପାହାନ୍ତାରୁ ଖସିଯାଇପାରେ; ହଠାତ ପଡୋଶୀଙ୍କ ସହ ବିବାଦ ହୋଇପାରେ; କର୍ମକ୍ଷେତ୍ରରେ ନିଜ ଅନ୍ୟମନସ୍କତା ହେତୁ ଜରୁରୀ କାଗଜପତ୍ର ହଜିଯାଇପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; ପରିବାରରେ କଳହର ବାତାବରଣ ସୃଷ୍ଟି ହୋଇପାରେ
ମୀନ – ଆଜି ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟାରୁ ସାମାନ୍ୟ ଆସ୍ୱସ୍ଥି ଲାଭ କରିପାରନ୍ତି; ଗୁପ୍ତଶତ୍ରୁ, ପ୍ରତିଦ୍ୱନ୍ଦୀ ପରାଜୟ ଘଟିପାରେ; କର୍ମକ୍ଷେତ୍ରରେ ସହକର୍ମୀ, ଅଧସ୍ତନ କର୍ମଚାରୀଙ୍କ ସହାୟତା ଦ୍ୱାରା ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ; ବ୍ୟାପାରରେ ଲାଭବାନ ହୋଇପାରନ୍ତି; ପରିବାରରେ ସୁଖ-ଶାନ୍ତିରେ ସମୟ ବିତିପାରେ

LEAVE A REPLY

Please enter your comment!
Please enter your name here