ମେଷ – ଆଜି ଖର୍ଚ୍ଚଭାର ବୃଦ୍ଧି ଯୋଗୁଁ ମାନସିକ ଚିନ୍ତା ରହିପାରେ I ବାଣୀରେ ନିୟଂତ୍ରଣ ରଖନ୍ତୁ; ନଚେତ ବାକ-ବିତଣ୍ଡା ହୋଇପାରେ | ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ , କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ I ବ୍ୟବସାୟରେ ସହଯୋଗୀଙ୍କ ସହ ଭୁଲବୁଝାମଣା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ , ପରିବାରରେ ମନୋମାଳିନ୍ୟ ଦେଖାଦେବ |
ବୃଷ – ଆଜି ସାମାଜିକ ମାନ-ସମ୍ମାନ, ପ୍ରତିଷ୍ଠା ମିଳିପାରେ I କୌଣସି ବନ୍ଧୁଙ୍କ ସାହାଯ୍ୟରେ ନୂତନ କାର୍ଯ୍ୟ ସମ୍ପାଦନ କରିବେ | ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି I କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଉତ୍ତମ ସମ୍ପର୍କ ରହିବ , ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନାକୁ ସଫଳ କରିବେ , ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ |
ମିଥୁନ – ଆଜି ଖର୍ଚ୍ଚବୃଦ୍ଧି ହେବା ସହ ନକରାତ୍ମକ ଚିନ୍ତା ଯୋଗୁଁ ମ୍ରିୟମାଣ ରହିବେ I ବାଣୀରେ ନିୟନ୍ତ୍ରଣ ରଖନ୍ତୁ; ନଚେତ ବିବାଦ ହୋଇପାରେ | ଧାର୍ମିକ ଦିଗରେ ରୁଚି ବଢିବ , କାର୍ଯ୍ୟକ୍ଷେତ୍ରରେ ତର୍କ-ବିତର୍କ ହୋଇପାରେ I ବ୍ୟାପାରରେ ହାନି ହୋଇପାରେ , ପରିବାରରେ ସନ୍ତାନଙ୍କ ବିଦ୍ୟାକୁ ନେଇ ଚିନ୍ତିତ ରହିବେ |
କର୍କଟ – ଆଜି ଶାରୀରିକ କଷ୍ଟ ଅନୁଭୂତ ହୋଇପାରେ , ବାଣୀରେ ନିୟନ୍ତ୍ରଣ କରିନପାରିବାରୁ ଅପଦସ୍ତ ହୋଇପାରନ୍ତି I ହଠାତ ଅସୁସ୍ଥ କିମ୍ବା ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି I କାର୍ଯ୍ୟକ୍ଷେତ୍ରରେ ନିଜର ଅଳସୁଆମୀ ଯୋଗୁଁ ଉଚ୍ଚାଧିକାରୀଙ୍କ ଗାଳି ଶୁଣିବାକୁ ମିଳିପାରେ | ବ୍ୟାପାରରେ ହାନି ହୋଇପାରେ , ପରିବାରରେ କୌଣସି ସାମାନ୍ୟ କଥାକୁ ନେଇ କଳହ ହୋଇପାରେ |
ସିଂହ – ଆଜି ମାନସିକ ଓ ଶାରୀରିକ ସୁସ୍ଥ ରହିବେ , ଆଧ୍ୟାତ୍ମ୍ୟ ଦିଗରେ ମନୋନିବେଶ କରିବେ I ମିତ୍ର ସ୍ୱଜନଙ୍କ ଠାରୁ କିଛି ଉପଢ଼ୌକନ ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସାଭାଜନ ହେବେ, ବ୍ୟାପାରରେ ଲାଭ ମିଳିପାରେ, ପରିବାରବର୍ଗ ସହ ରମଣୀୟ ସ୍ଥାନକୁ ପରିଭ୍ରମଣରେ ଯିବା ସହ ସୁସ୍ୱାଦୁ ଭୋଜନର ଆନନ୍ଦ ଉଠେଇପାରନ୍ତି |
କନ୍ୟା – ଆଜି ସ୍ଵାସ୍ଥ୍ୟହାନି ହୋଇପାରେ, କିନ୍ତୁ ମାଲି ମକଦ୍ଦମାରେ ସଫଳତା ମିଳିବ , ଯାନବାହାନ ଚଲେଇବା ବେଳେ ସତର୍କ ରୁହନ୍ତୁ I କର୍ମକ୍ଷେତ୍ରରେ କିଛି ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିବାକୁ ପଡିପାରେ , ବ୍ୟବସାୟ ଲାଭଜନକ ହେବ I ପରିବାରରେ ଅଶାନ୍ତି ଦେଖାଦେବ |
ତୁଳା – ଆଜି ଅଚାନକ ଅପ୍ରତ୍ୟାଶିତ ଲାଭ ମିଳିପାରେ | ଅଯଥା ବିବାଦରେ ପଡନ୍ତୁ ନାହିଁ, ନଚେତ ଅପମାନିତ ହେବେ, ଆଜି କୌଣସି ସମସ୍ୟାର ସମାଧାନ ମିତ୍ରଙ୍କ ସହାୟତା ନେଇ କରିବେ I କର୍ମସ୍ଥଳୀରେ ପଦୋନ୍ନତି ମିଳିପାରେ I ବ୍ୟାପାର ଲାଭଜନକ ରହିପାରେ , ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ |
ବିଛା – ଆଜି ଆୟବୃଦ୍ଧି ହୋଇପାରେ, ନେଣ-ଦେନରେ ସାବଧାନ ରୁହନ୍ତୁ I ଆଜି ଅଶୁଭ ସମାଚାର  ମିଳିପାରେ, କର୍ମକ୍ଷେତ୍ର ଅନୁକୂଳ ରହିପାରେ | ବ୍ୟାପାରରେ ନିବେଶ ଶୁଭ ରହିପାରେ, ପରିବାରରେ ମାଙ୍ଗଳିକ କାର୍ଯ୍ୟର ଯୋଗଦାନ ସୁଯୋଗ ମିଳିପାରେ |
ଧନୁ – ଆଜି ଧନ ହାନି ହୋଇପାରେ | ଜରୁରୀ ଜିନିଷ ସମ୍ଭାଳି ରଖନ୍ତୁ;ନଚେତ ନଷ୍ଟ ହୋଇପାରେ , କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ଦ୍ୱାରା ବିବାଦୀୟ ପରିସ୍ଥିତିକୁ ଏଡାଇଯିବେ | କର୍ମସ୍ଥଳୀରେ ବ୍ୟସ୍ତତା ବୃଦ୍ଧି ଯୋଗୁ ଥକ୍କା ଅନୁଭବ କରିବେ I ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ ନ କରିବା ଭଲ, ପରିବାରରେ ମନୋମାଳିନ୍ୟ ହୋଇପାରେ |
ମକର – ଆଜି ପ୍ରତ୍ୟେକ କାର୍ଯ୍ୟ ଦୃଢ ମନୋବଳ ଓ ପୂର୍ଣ୍ଣ ବିଶ୍ୱାସର ସହ କରିପାରିବେ | କଳାକାର, ପତ୍ରକାର ଓ କ୍ରୀଡ଼ାବିତ ମାନଙ୍କୁ ନିଜ ପ୍ରତିଭା ଦେଖାଇବାର ସୁଅବସର ମିଳିପାରେ I ପୈତୃକ ସମ୍ପତି କିମ୍ବା ସ୍ଥାବର ସମ୍ପତି ପ୍ରାପ୍ତି ହୋଇପାରେ , କର୍ମକ୍ଷେତ୍ରରେ ନିଜ କର୍ମକର୍ତ୍ତାଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି, ପରିବାରରେ କୌଣସି ଅତିଥି ଆଗମନର ସୂଚନା ମିଲୁଛି |
କୁମ୍ଭ – ଆଜି ନିର୍ଦ୍ଧାରିତ କାର୍ଯ୍ୟ ଅପୂର୍ଣ୍ଣ ରହିବାରୁ ମାନସିକ ଅସନ୍ତୋଷ ତଥା ଗ୍ଲାନି ରହିପାରେ | ହଠାତ ଶାରୀରିକ ଅସୁସ୍ଥ ହୋଇପଡିବେ, ନିଜର କଡା କଥା ଓ ରୁକ୍ଷ ବ୍ୟବହାର ପାଇଁ ଅପମାନିତ ହେବେ, କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ତର୍କ-ବିତର୍କରୁ ଦୂରେଇ ରୁହନ୍ତୁ | ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟକଳାପ ପାଇଁ ସହଯୋଗୀଙ୍କ ସହ ବଚସା ହୋଇପାରେ I ପାରିବାରିକ ସମସ୍ୟାରେ ଦିନଟି ଗତି କରିବ |
ମୀନ – ଆଜି ଶାରୀରିକ ଥକ୍କାପଣ ଅନୁଭବ ହୋଇପାରେ I ବାଣୀ ନିୟନ୍ତ୍ରଣରେ ନରହିବାରୁ ବାକ-ବିତଣ୍ଡାରେ ଫସିଯିବେ | ନିର୍ଦ୍ଧାରିତ କାର୍ଯ୍ୟଟି ବିଳମ୍ବରେ ସରିବାରୁ ମାନସିକ ଅଶାନ୍ତ ରହିପାରନ୍ତି. କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେବାରୁ ଶାରୀରିକ ଅସୁସ୍ଥତା ଦେଖାଦେବ | ବ୍ୟାପାରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ, ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି |

LEAVE A REPLY

Please enter your comment!
Please enter your name here