ସୂର୍ଯ୍ୟୋଦୟ – ପ୍ରାଘ ୬I୨୦I୪୩ ଗତେ
ସୂର୍ଯ୍ୟାସ୍ଥ – ସଂଘ ୫I୪୦I୫୨ ଗତେ
ମେଷ – ଆଜି ସାମାଜିକ ଯଶ-କୀର୍ତ୍ତି, ପ୍ରତିଷ୍ଠାରେ ବୃଦ୍ଧି ହୋଇପାରେ | ବିବାହଇଚ୍ଛୁକଙ୍କୁ ମନପସନ୍ଦର ଜୀବନସାଥୀ ମିଳିପାରନ୍ତି | କିନ୍ତୁ ମଧ୍ୟାନ୍ନ ପରେ ମାନସିକ ଏକାଗ୍ରତା କମ ରହିବା ସହ ସ୍ୱାସ୍ଥ୍ୟ ବିଗିଡ଼ିପାରେ | କିନ୍ତୁ କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ମତଭେଦ ହୋଇପାରେ | ବ୍ୟାପାରରେ ଲାଭବାନ ହୋଇପାରନ୍ତି | ପରିବାରବର୍ଗ ସହ କୌଣସି ପର୍ଯ୍ୟଟନ ଆୟୋଜନ କରିପାରନ୍ତି |
ବୃଷ – ଆଜି ମାନସିକ ଚିନ୍ତାମୁକ୍ତ ଓ ଶାରୀରିକ ସୁସ୍ଥ ରହିପାରନ୍ତି | ଦୀର୍ଘଦିନର ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବାରୁ ଆଶାଅଭିଳାସା ମଧ୍ୟ ପୂର୍ଣ୍ଣ ହୋଇପାରେ | ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତ ପଣ୍ଡ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ନିଜ କାର୍ଯ୍ୟଶୈଳୀ ପାଇଁ ପ୍ରଶଂସା ମିଳିବ ସହ ଉଚ୍ଚାଧିକାରୀ ପ୍ରସନ୍ନ ରହିପାରନ୍ତି | ବ୍ୟାପାରରେ ବିସ୍ତାର ତଥା ଯଶ, ପ୍ରତିଷ୍ଠା ମିଳିପାରେ | ପରିବାରରେ ପତ୍ନୀ ଓ ପୁତ୍ର ଠାରୁ କିଛି ଲାଭ ମିଳିବା ସହ ସୁଖ-ସନ୍ତୋଷ ମିଳିପାରେ |
ମିଥୁନ – ଆଜି ମାନସିକ ପ୍ରସନ୍ନତା ରହିପାରେ | କିନ୍ତୁ ମଧ୍ୟାନ୍ନ ପରେ ସ୍ୱାସ୍ଥ୍ୟ ହଠାତ ବିଗିଡ଼ିବା ସହ ଅକସ୍ମାତ ଧନଖର୍ଚ୍ଚ ହୋଇପାରେ | କିନ୍ତୁ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଆଶୀର୍ବାଦ ଯୋଗୁଁ କାର୍ଯ୍ୟ ସମ୍ପନ୍ନ କରିପାରନ୍ତି | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ନିନ୍ଦା ମିଳିବାରୁ ମାନସିକ ଅଶାନ୍ତି ରହିପାରନ୍ତି | କିନ୍ତୁ ବେପାର ପାଇଁ ଦିନଟି ଅନୁକୂଳ ରହିବ | ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି |
କର୍କଟ – ଆଜି ଈଶ୍ୱରଭକ୍ତି, ଆଧ୍ୟାତ୍ମିକ ଯୋଗ ଦ୍ୱାରା ମାନସିକ ଶାନ୍ତି ଓ ପ୍ରଫୁଲ୍ଲତା ମିଳିପାରେ |ନିଜ କ୍ରୋଧରେ ନିୟନ୍ତ୍ରଣ ଆଣିବା ସହ ଅନୈତିକ କାର୍ଯ୍ୟ, ନକାରାତ୍ମକ ବିଚାରରୁ ଦୂରେଇ ରୁହନ୍ତୁ | ଅନ୍ୟ ଲୋକ କଥାରେ ମୁଣ୍ଡ ପୁରାନ୍ତୁ ନାହିଁ; ନଚେତ ବିବାଦରେ ଫସିଯିବେ |  ଚାକିରୀରେ ସହକର୍ମୀଙ୍କ ସହ ଯୁକ୍ତି-ତର୍କରୁ ଦୂରେଇ ରୁହନ୍ତୁ | ବେପାରରେ ନୂତନ ପୁଞ୍ଜିନିବେଶ ହାନି କରେଇପାରେ | ପରିବାରରେ ଦୂରସ୍ଥାନ ସମ୍ପର୍କୀୟଙ୍କ ଠାରୁ ଦୁଃସମାଚାର ମିଳିବା ଦ୍ୱାରା ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇପାରେ |
ସିଂହ – ଆଜି ମିତ୍ରସ୍ଵଜନଙ୍କ ସହ ମନୋରଞ୍ଜନ, ବୁଲାବୁଲିର ମଉକା ଉଠେଇପାରନ୍ତି | କିନ୍ତୁ ମଧ୍ୟାନ୍ନ ପରେ ଅଯଥା ଚିନ୍ତା ଘାରିବାରୁ ମାନସିକ ଭାରାକ୍ରାନ୍ତ ରହିପାରନ୍ତି | କ୍ରୋଧରେ ନିୟନ୍ତ୍ରଣ ନ ଆଣିବାରୁ ପରିସ୍ଥିତି ବିଗିଡ଼ିପାରେ | କିନ୍ତୁ କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ଲାଭବାନ ହୋଇପାରନ୍ତି | ପରିବାରରେ ସାମାନ୍ୟ କଥାକୁ ନେଇ କଳହର ବାତାବରଣ ସୃଷ୍ଟି ହୋଇପାରେ |
କନ୍ୟା – ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳବା ସହ ମାନସିକ ପ୍ରଫୁଲ୍ଲତା ଓ ଶାରୀରିକ ସୁସ୍ଥ ରହିପାରନ୍ତି | ଯଶ, କୀର୍ତ୍ତି, ମାନ-ସମ୍ମାନ ମିଳିପାରେ | ଜମିଜମା, ମାଲି-ମକଦ୍ଦମାରେ ବିଜୟୀ ହେବେ | କର୍ମକ୍ଷେତ୍ରରେ ଉଚ୍ଛାଧୀକାରିଙ୍କ ପ୍ରୋତ୍ସାହନ ସହ ଆୟବୃଦ୍ଧି ହୋଇପାରେ | ବେପାରରେ ସହଯୋଗୀଙ୍କ ସହ ମିଶି କାର୍ଯ୍ୟ ସମ୍ପାଦନ କରିବେ | ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ |
ତୁଳା – ଆଜି ଦୀର୍ଘଦିନର ମନୋବାଞ୍ଛା ପୂର୍ଣ୍ଣ ହେବା ସହ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହୋଇପାରେ | ଲିଖନ, ସୃଜନାତ୍ମକ, ବୌଦ୍ଧିକ ଚର୍ଚ୍ଚାରେ ସୁଫଳ ମିଳିପାରେ | କୌଣସି ସତସଙ୍ଗ, ଆଧ୍ୟାତ୍ମିକ ଅନୁଷ୍ଠାନ ତରଫରୁ ନିମନ୍ତ୍ରଣ ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ | ବ୍ୟବସାୟିକ ସ୍ଥଳୀରେ ବାତାବରଣ ଅନୁକୂଳ ରହିପାରେ | ପରିବାରରେ ସୁଖ-ଶାନ୍ତିର ବାତାବରଣ ରହିପାରେ |
ବିଛା – ଆଜି ଅତ୍ୟଧିକ ଭାବପ୍ରବଣ ହୋଇପଡ଼ିବାରୁ ମାନସିକ ବ୍ୟଗ୍ର ରହିପାରନ୍ତି | ବସ୍ତ୍ରଭୂଷଣଃ ଓ ପ୍ରସାଧନ ସାମଗ୍ରୀ କିଣାକିଣି ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି | କିନ୍ତୁ ଶାରୀରିକ ଅସୁସ୍ଥତା ପେଟ ସମ୍ବଧୀୟ ସମସ୍ୟା ଦେଖାଦେଇପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ବଚସା ହୋଇପାରେ | ବେପାରରେ ହାନି ହୋଇପାରେ | ପରିବାରରେ ମାତା ବା ପତ୍ନୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି |
ଧନୁ – ଆଜି ଶାରୀରିକ ସୁସ୍ଥତା ଓ ମାନସିକ ପ୍ରଫୁଲ୍ଲତା ରହିପାରେ | ମିତ୍ରଙ୍କ ସହ ଘନିଷ୍ଠ ସମ୍ପର୍କ ରହିବା ସହ ପ୍ରତିଦ୍ୱନ୍ଦୀ ବିଜୟୀ ହୋଇପାରନ୍ତି | କିନ୍ତୁ ଗୃହ ସାଜସଜା ପାଇଁ ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି | କର୍ମକ୍ଷେତ୍ରରେ କିନ୍ତୁ ହଠାତ ସ୍ଥାନାନ୍ତରଣ ହୋଇପାରେ | ବେପାରରେ ନେଣ-ଦେନ ଦେଖିଚାହିଁ କରନ୍ତୁ | ପରିବାରରେ ସନ୍ତାନଙ୍କ ବିଦ୍ୟା ଦିଗରେ ସଫଳତା ପାଇଁ ଖୁସି ରହିପାରନ୍ତି |
ମକର – ଆଜି ଧାର୍ମିକ ବିଚାର ସହ ଧାର୍ମିକ କାର୍ଯ୍ୟ ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି | ମିତ୍ର-ସ୍ଵଜନଙ୍କ ସହ ସାକ୍ଷାତ ସହ ଆଳାପ-ଆଲୋଚନାରେ ମାତିପାରନ୍ତି | ଶତ୍ରୁମାନେ ଆଜି ସକ୍ରିୟ ରହିପାରନ୍ତି | କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ସହ ଯୁକ୍ତି-ତର୍କ ହୋଇପାରେ | ବେପାରରେ ହାନି ହୋଇପାରେ | ପରିବାରରେ ଅଶାନ୍ତିର ବାତାବରଣ ରହିବା ସହ କଳହ ହୋଇପାରେ |
କୁମ୍ଭ – ଆଜି ମାନସିକ ନକାରାତ୍ମକ ଚିନ୍ତାଧାରା ରଖିବା ସହ ବାକ-ସଞ୍ଜତା ରଖନ୍ତୁ | ଗୁପ୍ତଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ | ଅଯଥା ଅପବ୍ୟୟ ଯୋଗୁଁ ଅର୍ଥାଭାବ ରହିପାରେ | କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଯୁକ୍ତି-ତର୍କ ହୋଇପାରେ | ବେପାରରେ ପୁଞ୍ଜିନିବେଶ ଦ୍ୱାରା ଅର୍ଥ ବୁଡ଼ିଯାଇପାରେ | ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି |
ମୀନ – ଆଜି ଅପବ୍ୟୟ ରୋକିବା ସହ କାହା ସହ ବିବାଦରେ ପଡନ୍ତୁ ନାହିଁ | କିନ୍ତୁ ମିତ୍ରଙ୍କ ଠାରୁ ଉପଢ଼ୌକନ ମିଳିପାରେ | ଅଯଥା ଚିନ୍ତା ଘାରିବାରୁ ମାନସିକ ଏକାଗ୍ରତା ଭଙ୍ଗ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ଜରୁରୀ ଦସ୍ତାବିଜରେ ଦେଖିଚାହିଁ କାର୍ଯ୍ୟ କରନ୍ତୁ | ବେପାରରେ କିନ୍ତୁ ବୁଡ଼ିଯାଉଥିବା ଅର୍ଥ ମିଳିପାରେ | ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ |
ବାର ଓ କାଳବେଳା – ଦିଘ ୯I୨୦ ଗତେ ଦିଘ ୧୨I୧ ମଧ୍ୟେ | କାଳରାତ୍ରି – ରାଘ ୮I୫୧ ଗତେ ରାଘ ୧୦I୨୬ ମଧ୍ୟେ | ଅମୃତବେଳା – ଦିଘ ୭I୫ ଗତେ ଦିଘ ୧I୯ ମଧ୍ୟେ ଦିଘ ୪I୧୧ ଗତେ ଦିଘ ୪I୫୭ ମଧ୍ୟେ ରାଘ ୮I୧୪ ଗତେ ରାଘ ୧୦I୪୫ ମଧ୍ୟେ ରାଘ ୪I୩୮ ଗତେ ନିଘ ୬I୧୯ ମଧ୍ୟେ | ମାହେନ୍ଦ୍ରବେଳା – ରାଘ ୧I୧୬ ଗତେ ରାଘ ୩I୪୮ ମଧ୍ୟେ |

LEAVE A REPLY

Please enter your comment!
Please enter your name here