ମେଷ – ଆଜି ବାଣୀ ନିୟନ୍ତ୍ରଣରେ ନରହିବାରୁ ବାକ-ବିତଣ୍ଡାରେ ଫସିଯାଇପାରନ୍ତି; ନିର୍ଦ୍ଧାରିତ କାର୍ଯ୍ୟଟି ବିଳମ୍ବରେ ସରିବାରୁ ମାନସିକ ଅଶାନ୍ତ ରହିପାରନ୍ତି; କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେବାରୁ ଶାରୀରିକ ଅସୁସ୍ଥତା ଦେଖାଦେଇପାର; ବ୍ୟାପାରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି
ବୃଷ – ଆଜି ପ୍ରତ୍ୟେକ କାର୍ଯ୍ୟ ଦୃଢ ମନୋବଳ ଓ ପୂର୍ଣ୍ଣ ବିଶ୍ୱାସର ସହ କରିପାରନ୍ତି; କୌଣସି ପୈତୃକ ସମ୍ପତି କିମ୍ବା ସ୍ଥାବର ସମ୍ପତି ପ୍ରାପ୍ତି ହୋଇପାରେ; କର୍ମକ୍ଷେତ୍ରରେ ନିଜ କର୍ମକର୍ତ୍ତାଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ନୂତନ ଅର୍ଥ ଆଦାନ-ପ୍ରଦାନର ମାର୍ଗ ସୁଗମ ହୋଇପାରେ; ପରିବାରରେ କୌଣସି ଅତିଥି ଆଗମନର ସୂଚନା ମିଳୁଛି
ମିଥୁନ – ଆଜି ଅକସ୍ମାତ ଅର୍ଥହାନି ହୋଇପାରେ; ମିତ୍ର, ପଡୋଶୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିପାରେ; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ଚକ୍ରାନ୍ତ ହେତୁ ଅପମାନିତ ହୋଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଅର୍ଥ ବୁଡ଼ିଯାଇପାରେ; ପରିବାରରେ କଳହର ବାତାବରଣ ସୃଷ୍ଟି ହୋଇପାରେ
କର୍କଟ – ଆଜି ପ୍ରତ୍ୟେକ କାର୍ଯ୍ୟ ପୂର୍ଣ୍ଣ ହେବାରୁ ମାନସିକ ଶାନ୍ତି ଅନୁଭବ କରିପାରନ୍ତି; ନିଜ ନମ୍ର ବ୍ୟବହାର ପାଇଁ ଲୋକପ୍ରିୟ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରୋତ୍ସାହନ ସହ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ପାରିବାରିକ ସମସ୍ୟାର କୌଣସି ବନ୍ଧୁ ସହାୟତାରେ ଆଶୁ ସମାଧାନ ହୋଇପାରେ
ସିଂହ – ଆଜି ଆତ୍ମବିଶ୍ୱାସରେ ବୃଦ୍ଧି ଯୋଗୁଁ ମନୋବଞ୍ଚିତ କାର୍ଯ୍ୟସିଦ୍ଧି ହୋଇପାରେ; ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ, ପ୍ରତିଷ୍ଠା ମିଳିପାରେ; କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନା କାର୍ଯ୍ୟକାରୀ କରେଇ ଲାଭବାନ ହୋଇପାରନ୍ତି; ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ
କନ୍ୟା – ଆଜି ଶାରୀରିକ କଷ୍ଟ ଅନୁଭୂତ ହୋଇପାରେ; କୌଣସି ପୁରାତନ ବନ୍ଧୁଙ୍କ ସହ ଯୁକ୍ତି-ତର୍କ ହୋଇପାରେ; କର୍ମକ୍ଷେତ୍ରରେ ସହଯୋଗୀ ଆପଣଙ୍କୁ ହଇରାଣରେ ପକେଇପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଠକାମୀର ଶିକାର ହୋଇପାରନ୍ତି; ପରିବାରରେ କୌଣସି ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଖର୍ଚ୍ଚାନ୍ତ ହୋଇପାରନ୍ତି
ତୁଳା – ଆଜି ପୁରାତନ ବନ୍ଧୁଙ୍କ ସହ ମଉଜ ମଜଲିଶ, ସୁସ୍ୱାଦୁ ଭୋଜନ, ଭ୍ରମଣରେ ମଜ୍ଜି ଯାଇପାରନ୍ତି; ଅବିବାହିତଙ୍କୁ ମନପସନ୍ଦର ଜୀବନସାଥୀ ମିଳିପାରନ୍ତି; ଚାକିରୀରେ ନୂତନ ଦାୟିତ୍ୱ ମିଳିବାର ସୂଚନା ମିଳୁଛି; ବ୍ୟାପାରରେ ବିକାଶ ତଥା ବିସ୍ତାର ହୋଇପାରେ; ପରିବାରରେ ସ୍ଵଜନଙ୍କ ସହ କୌଣସି ରମଣୀୟ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି
ବିଛା – ଆଜି ଗୁପ୍ତଶତୃଙ୍କ ଦ୍ୱାରା ମାନ-ସମ୍ମାନ, ଯଶ, ପ୍ରତିଷ୍ଠାରେ ହାନି ହୋଇପାରେ; ପଡୋଶୀଙ୍କସହ ବିବାଦରେ ପଡିଯାଇପାରନ୍ତି; କର୍ମକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ଠାରୁ ଗାଳି ଶୁଣିବାକୁ ମିଳିପାରେ; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟକଳାପ ହେତୁ ସହଯୋଗୀଙ୍କ ସହ ବଚସା ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ଅଧୋଗତି ଚିନ୍ତାର କାରଣ ହୋଇପାରେ
ଧନୁ – ଆଜି ମାନସିକ ଉତ୍ସାହରେ ବୃଦ୍ଧି ହେତୁ ପ୍ରତ୍ୟେକ କାର୍ଯ୍ୟ ସରଳତାର ସହ ସମ୍ପାଦନ କରିପାରନ୍ତି; ଦୂରସ୍ଥାନରୁ ସୁ-ସମ୍ବାଦ ମିଳିବାରୁ ମନ ପ୍ରଫୁଲ୍ଲିତ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଯୋଜନା ହେତୁ ବିଦେଶ ଯାତ୍ରାର ସୁଅବସର ପ୍ରାପ୍ତ ହୋଇପାରେ; ବ୍ୟାପାରରେ ନୂତନ ଵ୍ୟାପାରୀଙ୍କ ସହ ନୂତନ ଚୁକ୍ତି ହୋଇପାରେ; ପରିବାରରରେ ଭାଇ-ଭଉଣୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ
ମକର – ଆଜି ନକାରାତ୍ମକ ଚିନ୍ତା ଯୋଗୁଁ ମାନସିକ ଭାରାକ୍ରାନ୍ତ ରହିପାରନ୍ତି; କ୍ରୋଧରେ ନିୟନ୍ତ୍ରଣ ନ ରଖିବାରୁ ଅଯଥା ବିବାଦରେ ଫସିଯିବାର ସମ୍ଭାବନା ରହିଛି; କାର୍ଯ୍ୟକ୍ଷେତ୍ରରେ ନିଜ ଏକାଗ୍ରତା ଅଭାବରୁ ଜରୁରୀ ଦସ୍ତାବିଜରେ ଭୁଲ ହୋଇଯାଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ତର୍କ-ବିତର୍କ ହୋଇପାରେ; ପରିବାରରେ ନିଜ ରୁକ୍ଷ ବ୍ୟବହାର ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ
କୁମ୍ଭ – ଆଜି ସାର୍ବଜନିକ ଜୀବନରେ ପ୍ରତିଷ୍ଠା ବୃଦ୍ଧି ହେବା ସହ ସୁସ୍ୱାଦୁ ଭୋଜନ, ବସ୍ତ୍ର ଓ ଯାନବାହାନ ସୁଖ ମିଳିପାରେ; ପୁରାତନ ବନ୍ଧୁଙ୍କ ସହ ସହସା ସାକ୍ଷାତ ହେବା ସହ ମଉଜ-ମଜଲିସରେ ମାତିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପାଇ ଜରୁରୀ କାର୍ଯ୍ୟକୁ ପୂର୍ଣ୍ଣ କରିପାରନ୍ତି; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ପୁନଶ୍ଚ ପ୍ରାପ୍ତ ହୋଇପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ
ମୀନ – ଆଜି ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟା ଲାଗିରହିଥିବାରୁ ମନ ଅଶାନ୍ତ ହୋଇପାରେ; ପ୍ରତିଦ୍ୱନ୍ଦୀଙ୍କ ଦ୍ୱାରା ମାନ-ସମ୍ମାନରେ ଆଞ୍ଚ ଆସିପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନିଜ ଦୁରଦୃଷ୍ଟି ଅଭାବରୁ ବାଧା ଉପୁଜିପାରେ; ପରିବାରରେ ଅଶାନ୍ତିର ବାତାବରଣ ଦେଖାଦେଇପାରେ

LEAVE A REPLY

Please enter your comment!
Please enter your name here