ମେଷ – ଆଜି ଗୁପ୍ତଶତ୍ରୁ ପରାଭବ ହୋଇପାରନ୍ତି; ଗୁପ୍ତସୂତ୍ରରୁ ଅର୍ଥ ଲାଭ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟାପାରରେ ବହୁଦିନର ଆଶା ଓ ଆକାଂକ୍ଷା ପୂର୍ଣ୍ଣ ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ପ୍ରଗତିକୁ ନେଇ ଖୁସି ଅନୁଭବ କରିପାରନ୍ତି

ବୃଷ – ଆଜି ବନ୍ଧୁମାନଙ୍କ ପାଇଁ ଅସୁବିଧାରେ ପଡିପାରନ୍ତି; ହଠାତ ଶାରୀରିକ ଅସୁସ୍ଥ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ମାନେ ଇର୍ଷାପରାୟଣ ହୋଇପଡିବାରୁ ଅପମାନିତ ହୋଇପାରନ୍ତି; ବ୍ୟାପାରରେ ସହଯୋଗୀ ଶତ୍ରୁତା ଆଚରଣ କରିପାରନ୍ତି; ପରିବାରରେ କଳହର ବାତାବରଣ ସୃଷ୍ଟି ହୋଇପାରେ

ମିଥୁନ – ଆଜି ସମସ୍ତ କାର୍ଯ୍ୟରେ ସଫଳତା ମିଳିପାରେ; ଭୂମି, ବାହାନ, ଗୃହ ଇତ୍ୟାଦି ଲାଭ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଲାଭବାନ ହୋଇପାରନ୍ତି; ପରିବାରରେ ସୁଖ-ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ

କର୍କଟ – ଆଜି ଗୁପ୍ତଶତ୍ରୁଙ୍କ ଦ୍ୱାରା ସାମାଜିକ ସମ୍ମାନ, ଯଶରେ ଆଞ୍ଚ ଆସିପାରେ; ଦୀର୍ଘଦିନର ଲାଗିରହିଥିବା ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ଠାରୁ କଟୁବାକ୍ୟ ଶୁଣିବାକୁ ମିଳିପାରେ; ବ୍ୟାପାରରେ ନୂତନ ନିବେଶ ହେତୁ ଅର୍ଥ ବୁଡ଼ିଯାଇପାରେ; ପରିବାରବର୍ଗ ସହ ସାମାନ୍ୟ କଥାକୁ ନେଇ ବିବାଦରେ ପଡିଯାଇପାରନ୍ତି

ସିଂହ – ଆଜି ନିଜ ଉପସ୍ଥିତ ବୁଦ୍ଧି ପାଇଁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିପାରେ; ଅକସ୍ମାତ ଧନଲାଭ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସମ୍ମାନ ବୃଦ୍ଧି ସହ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ବିସ୍ତାର ତଥା ପ୍ରସାର ହୋଇପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ

କନ୍ୟା – ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ; କୌଣସି ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟକଳାପ ପାଇଁ ସହଯୋଗୀଙ୍କ ସହ ବଚସା ହୋଇପାରେ; ପରିବାରରେ ବୟୋଜେଷ୍ଠଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଅର୍ଥ ଖର୍ଚ୍ଚ କରିପାରନ୍ତି

ତୁଳା – ଆଜି ବନ୍ଧୁଙ୍କ ସହ ବୁଲାବୁଲି, ମନୋରଞ୍ଜନର ସୁଅବସର ମିଳିପାରେ; କୋର୍ଟ-କଚେରୀ କାର୍ଯ୍ୟରେ ସୁଫଳ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ମିଠା କଥା କହି ଗ୍ରାହକକୁ ଆକୃଷ୍ଟ କରିପାରନ୍ତି; ପରିବାରରେ ସୁଖ-ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ

ବିଛା – ଆଜି ଅକସ୍ମାତ ଧନହାନି ହେତୁ ଋଣଗ୍ରସ୍ତ ହୋଇପାରନ୍ତି; ମହିଳାମାନେ ଦୂରସ୍ଥାନରୁ ଦୁଃସମ୍ବାଦ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେବାରୁ ଶାରୀରିକ ଅସୁସ୍ଥ ହୋଇପାରନ୍ତି; ବ୍ୟାପାରରେ ନୂତନ ଵ୍ୟାପାରୀ ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; ପାରିବାରିକ ଜୀବନ ଝଡଝଂଝା ଦେଇ ଗତି କରିପାରେ

ଧନୁ – ଆଜି ଆୟବ୍ୟୟ ସମାନ ହୋଇପାରେ; କୌଣସି ଜମି ବା ଗୃହ କ୍ରୟର ସୁଯୋଗ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି; ବ୍ୟାପାରରେ ଲାଭବାନ ହୋଇପାରନ୍ତି; ପରିବାରରେ ଭାଇ-ଭଉଣୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ

ମକର – ଆଜି ପଡୋଶୀଙ୍କ ଦ୍ୱାରା ଅପବାଦ ମନଙ୍କୁ ଆଘାତ ଦେଇପାରେ; ଦୀର୍ଘଦିନର ବନ୍ଧୁ ସମ୍ପର୍କରେ ପୂର୍ଣ୍ଣଛେଦ ପଡିପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଏକାଗ୍ରତା ଅଭାବରୁ ଜରୁରୀ ଦସ୍ତାବିଜରେ ଭୁଲ ହୋଇଯାଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଅର୍ଥ ବୁଡ଼ିଯାଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ

କୁମ୍ଭ – ଆଜି ବନ୍ଧୁ ସହଯୋଗରେ ଦୀର୍ଘଦିନର ସମସ୍ୟା ସମାଧାନ ହୋଇପାରେ; ମହିଳାମାନେ ଧର୍ମପରାୟଣ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ଲାଭକ୍ଷତି ସମାନ ହୋଇପାରେ; ଗୃହକୁ କୌଣସି ଅତିଥି ଆସିବାର ସୂଚନା ମିଳୁଛି

ମୀନ – ଆଜି ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତ ହେତୁ ସାର୍ବଜନିକ ସ୍ଥାନରେ ଅପମାନିତ ହୋଇପାରନ୍ତି; ଅକସ୍ମାତ ଦୁର୍ଘଟଣାର ଶିକାର ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ଠାରୁ ଗାଳି ଶୁଣିପାରନ୍ତି; ବ୍ୟାପାରରେ ବାଧା-ବିଘ୍ନ ଦେଇ ଗତି କରିପାରନ୍ତି; ପରିବାରରେ ଅଶାନ୍ତର ବାତାବରଣ ଦେଖାଦେଇପାରେ

LEAVE A REPLY

Please enter your comment!
Please enter your name here