ମେଷ – ଆଜି ପ୍ରତିକ୍ଷେତ୍ରରେ ସଫଳତା ମିଳିପାରେ; ସୁସ୍ୱାଦୁ ଭୋଜନ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନା ଆପଣେଇ ଲାଭବାନ ହୋଇପାରନ୍ତି; ପରିବାରରେ ସୁଖ-ଶାନ୍ତିରେ ସମୟ ବିତିପାରେ

ବୃଷ – ଆଜି ଘରୁ ବାହାରକୁ ଗଲେ ଅକସ୍ମାତ ଦୁର୍ଘଟଣା ହୋଇପାରେ; ଖାଇବା-ପିଇବାରେ ଧ୍ୟାନ ଦିଅନ୍ତୁ; ନଚେତ ସ୍ୱାସ୍ଥ୍ୟ ବିଗିଡିଯାଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ନିନ୍ଦା ଶୁଣିବାକୁ ମିଳିପାରେ; ବ୍ୟାପାରରେ ନିଜ ଦୁରଦୃଷ୍ଟି ଅଭାବରୁ ହାନି ହୋଇପାରେ; ପରିବାରରେ ଭାଇ-ଭଉଣୀଙ୍କ ସହ ବିବାଦ ହୋଇପାରେ

ମିଥୁନ – ଆଜି ଆୟବୃଦ୍ଧି ହୋଇପାରେ; ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ସୁନାମ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ; ବ୍ୟାପାରରେ ନୂତନ ନିବେଶ ହେତୁ ଅର୍ଥ ଯୋଗାଡ଼ ହୋଇପାରେ; ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ

କର୍କଟ – ଆଜି ଅଳସୁଆମୀ, ଥକ୍କାପଣ ଅନୁଭବ କରିପାରନ୍ତି; ନିର୍ଦ୍ଧାରିତ କାର୍ଯ୍ୟ ବିଳମ୍ବ ହେବାରୁ ମାନସିକ ଅବସାଦ ଦେଇ ଗତି କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଅନ୍ୟମନସ୍କତା ହେତୁ ଉଚ୍ଚାଧିକାରୀଙ୍କ ନିନ୍ଦା ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ବଚସା ହୋଇପାରେ; ପରିବାରରେ ସାମାନ୍ୟ କଥାରେ କଟୁକଥା କହି ଅଶାନ୍ତ ପରିବେଶ ଦେଇ ଗତି କରିପାରନ୍ତି

ସିଂହ – ଆଜି ଘରେ ରହିଲେ ଶାରୀରିକ ସୁସ୍ଥତା ରହିବେ; ଆଧ୍ୟାତ୍ମ୍ୟ ଦିଗରେ ରୁଚି ବଢିପାରେ; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ଆଲୋଚନାରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ବୁଡିଯାଇଥିବା ଅର୍ଥ ମିଳିପାରେ; ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ

କନ୍ୟା – ଆଜି ଘରୁ ବାହାରକୁ ଗଲେ ଅସୁସ୍ଥ ହୋଇପାରନ୍ତି; ଶତ୍ରୁ ବୃଦ୍ଧି ହୋଇପାରେ; କର୍ମକ୍ଷେତ୍ରରେ ସ୍ଥାନାନ୍ତରଣ ହେଇପାରେ; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟକଳାପ ହେତୁ ବାଧା ସୃଷ୍ଟି ହୋଇପାରେ; ପରିବାରରେ ସାମାନ୍ୟ କଥା ପାଇଁ ସମ୍ପର୍କରେ ତିକ୍ତତା ଆସିପାରେ

ତୁଳା – ଆଜି ପରୋପକାର କାର୍ଯ୍ୟ କରିବାରୁ ମାନ-ସମ୍ମାନ, ପ୍ରତିଷ୍ଠା ମିଳିପାରେ; କୌଣସି ବନ୍ଧୁଙ୍କ ସହ ବାର୍ତାଳାପ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗ ମିଳିବାରୁ ଉତ୍ତମ ସମ୍ପର୍କ ରହିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିପାରେ

ବିଛା – ଆଜି ଖର୍ଚ୍ଚଭାର ବୃଦ୍ଧି ହେବାରୁ ମାନସିକ ଅଶାନ୍ତି ରହିପାରନ୍ତି; ପଡୋଶୀଙ୍କ ସହ ବଚସା ହୋଇପାରେ; କର୍ମସ୍ଥଳୀରେ ଅଧସ୍ତନ କର୍ମଚାରୀଙ୍କ ଅବହେଳା ହେତୁ ଗାଳି ଶୁଣିବାକୁ ମିଳିପାରେ; ବ୍ୟାପାରରେ ନୂତନ ଚୁକ୍ତି ହେତୁ ଠକାମିର ଶିକାର ହୋଇପାରନ୍ତି; ପରିବାରରେ ମା’ଙ୍କ ସ୍ୱାସ୍ଥ୍ୟ ଚିନ୍ତିତ ରହିପାରନ୍ତି

ଧନୁ – ଆଜି କୌଣସି ବକେୟା ଅର୍ଥପ୍ରାପ୍ତି ହୋଇପାରେ; ମିତ୍ରଙ୍କ ସହ କଥା ହେଇ ଆନନ୍ଦ ଅନୁଭବ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଉଚ୍ଚକୋଟୀର କାର୍ଯ୍ୟଶୈଳୀ ପାଇଁ ଉଚ୍ଚାଧିକାରୀଙ୍କ ପ୍ରଶଂସା ମିଳିପାରେ; ବ୍ୟାପାରରେ ଦିର୍ଘଦିନର ଆଶା ଓ ଆକାଙାକ୍ଷା ପୂର୍ଣ୍ଣ ହେବାରୁ ଲାଭବାନ ହୋଇପାରନ୍ତି; ପରିବାରରେ ପିତାଙ୍କ ସ୍ୱାସ୍ଥ୍ୟ ଉନ୍ନତି ନେଇ ଖୁସି ଅନୁଭବ କରିପାରନ୍ତି

ମକର – ଆଜି ମାନସିକ ଅବସାଦ ଦେଇ ଗତି କରିପାରନ୍ତି; ଘରୁ ବାହାରକୁ ଯାଆନ୍ତୁ ନାହିଁ; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହୋଇପାରେ; ବ୍ୟାପାରରେ ଅର୍ଥ ବୁଡ଼ିଯାଇପାରେ; ପରିବାରରେ ନିଜ କଟୁବାଣୀ ହେତୁ ପ୍ରିୟଜନଙ୍କ ସହ ମନୋମାଳିନ୍ୟ ହୋଇପାରେ

କୁମ୍ଭ – ଆଜି ନିର୍ଦ୍ଧାରିତ କାର୍ଯ୍ୟଟି ପୂର୍ଣ୍ଣ ହେବାରୁ ମାନସିକ ଶାନ୍ତି ଅନୁଭବ କରିପାରନ୍ତି; ଆକସ୍ମିକ ଧନପ୍ରାପ୍ତି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ନୂତନ ଵ୍ୟାପାରୀଙ୍କ ସହ ଚୁକ୍ତି ହେବାରୁ ଅର୍ଥ ଆଦାନ-ପ୍ରଦାନର ମାର୍ଗ ସୁଗମ ହୋଇପାରେ; ପରିବାରରେ ପରିଜନଙ୍କ ସହ ଆମୋଦ-ପ୍ରମୋଦରେ ମଜ୍ଜି ଯାଇପାରନ୍ତି

ମୀନ – ଆଜି ଖର୍ଚ୍ଚବୃଦ୍ଧି ହେବାରୁ ନକରାତ୍ମକ ଚିନ୍ତା ଯୋଗୁଁ ମ୍ରିୟମାଣ ରହିପାରନ୍ତି; ବାଣୀରେ ନିୟନ୍ତ୍ରଣ ନ ରଖିବାରୁ ବିବାଦ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ କଟୁବାଣୀ ହେତୁ ସହକର୍ମୀଙ୍କ ସହ ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ପ୍ରତିବନ୍ଧକ ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି

LEAVE A REPLY

Please enter your comment!
Please enter your name here