ଆପଣ ସମସ୍ତଙ୍କ ମନରୁ ସିମ୍ରନ୍ ସେଲ୍ଫି ବେବୋର ମୃତ୍ୟୁ ଖବର ଲିଭିନଥିବ ଏଯାବତ ୟା ଭିତରେ ଆଉ ଜଣେ ଓଲିଉଡ଼୍ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ନିହାତି ଭାବେ ଆପଣ ମାନଙ୍କ ମନକଙ ମର୍ମାହତ କରିବ ।
ଓଡ଼ିଆ ଅଭିନେତ୍ରୀ ନିକିତା ସନ୍ଦେହଜନକ ମୃତ୍ୟୁ ଏବେ ଚାରିଆଡ଼େ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି । ସୂଚନା ମୁତାବକ ଅଭିନେତ୍ରୀ ନିକିତା ତାଙ୍କ କଟକ ସ୍ଥିତ ବାସଭବନରୁ ଖସି ପଡିଥିଲେ ଯାହା ଫଳରେ ତାଙ୍କ ମୁଣ୍ଡରେ ଅତ୍ୟନ୍ତ ଆଘାତ ଲାଗିଥିଲା । ପରେ ତାଙ୍କୁ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା ହେଲେ କୌଣସି ଶୁଭ ଖବର ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା ।
ନିକିତା ଅନେକ ଓଡ଼ିଆ ଧାରାବାହିକରେ ଅଭିନୟ କରି ସାରିଛନ୍ତି ଆଉ ତାଙ୍କ କଳାର ଯାଦୁରେ ଅନେକଙ୍କ ମନରେ ଘର କରିଛନ୍ତି । ଓଡ଼ିଆ ସିନେମା ଆଉ ଧାରାବାହିକ ଜଗତରେ ବେସ୍ ଜଣାଶୁଣା ଚେହେରା ନିକିତା । ତାଙ୍କ ମୃତ୍ୟୁ ର ଖବରରେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଓ ଧାରାବାହିକ ଜଗତ ଭାଙ୍ଗି ଶୋକର ଛାୟାରେ ଗତି କରୁଛି ।
ଏସପି ନିକିତା ଭଳି ଧାରାବାହିକ ଓ ଚୋରି ଚୋରି ମନ ଚୋରି, ଆଖି ଖୋଲିବାକୁ ଡର ଲାଗୁଛି, ମାଆର ପଣତକାନି ଭଳି ସିନେମାରେ ସେ ସୁନ୍ଦର ଓ ବଳିଷ୍ଠ ଅଭିନୟ କରି ସାରିଛନ୍ତି । ତାଙ୍କ ମୃତ୍ୟୁ ଖବର ସମଗ୍ର ଓଲିଉଡ଼୍ ଜଗତକୁ ମର୍ମାହତ କରିଛି ।

LEAVE A REPLY

Please enter your comment!
Please enter your name here