ସବୁଠାରୁ ବଡ଼ କମ୍ପାନି ପେଟିଏମ୍‌ ଡିଜିଟାଲ ନେଣଦେଣ ପାଇଁ ନିଜର ୟୁଜରଙ୍କ ପାଇଁ ଋଣ ଖାତାର ଆରମ୍ଭ କରିଛି। ଋଣ ଖାତା ଜରିଆରେ ପେଟିଏମ୍‌ ନିଜର ୟୁଜରଙ୍କୁ ୬୦ହଜାର ପର୍ଯ୍ୟନ୍ତ ଦେଉଛି ତାହା ପୁଣି ବିନା ସୁଧ ସହ। ଏହି ସେବାକୁ ପେଟିଏମ୍‌ ପୋଷ୍ଟପେଡ୍‌ ସର୍ଭିସ୍‌ ବୋଲି ପେଟିଏମ ନାମ ଦେଇଛି। ଯାହା ଭିଟା ଭର୍ସନ୍‌ ଫିଚରରେ ଉପଲବ୍ଧ। ଏହି ସେବା ଜରିଆରେ ୟୁଜର ୬୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ପରେ ଏହାକୁ ପୈଠ କରିବେ। ଅର୍ଥାତ୍‌ ପେଟିଏମ୍‌ର ଏହି ସେବା ଦ୍ୱାରା ୟୁଜର ନିଜ ମୋବାଇଲ୍‌ ରିଚାର୍ଜ, ଡିଟିଏଚ କନେକ୍‌ସନ୍‌ ରିଚାର୍ଜ, ଫିଲ୍ମ ଟିକେଟର ବୁକିଂ ଓ ଅନ୍‌ଲାଇନ୍‌ରେ ସପିଂର ମଜ଼ା ନେଇପାରିବେ। ୟୁଜରଙ୍କ ପାଖକୁ ମାସର ପ୍ରଥମ ତାରିଖରେ ବିଲ ପଠାଯିବ। ୭ ତାରିଖ ମଧ୍ୟରେ ଟଙ୍କା ପୈଠ କଲେ କୌଣସି ଚାର୍ଜ ଲାଗିବ ନାହିଁ। ବିଲ୍‌ ପୈଠ ଏକ ଓଟିପି ଓ ପିନ୍‌ ଜରିଆରେ କରାଯିବ। ନିର୍ଦ୍ଧାରିତ ସମୟରେ ବିଲ ପୈଠ ନକଲେ ୟୁଜରଙ୍କ ଆକାଉଣ୍ଟକୁ ଡିଆକ୍ଟିଭ୍‌ କରାଯିବ।

LEAVE A REPLY

Please enter your comment!
Please enter your name here