ଦେଶର ଏମିତି ହାଲତ୍ ହେଲାଣି ଯେ ରାସ୍ତା ଚାଲିବାକୁ ଡର ଲାଗୁଛି । ଗୋଟିଏ ମର୍ଡର କେସ୍ ର ଖୁଲାସା ହେଲା ପରେ ମଧ୍ୟପ୍ରଦେଶର ରାଜନୀତି ଉପରେ ବହୁତ ପ୍ରଭାବ ପକେଇଛି । ୬୫ ବର୍ଷର ଭାଜପା ନେତା ଜଗଦୀଶ୍ କରୋତିଆ ଉର୍ଫ୍ କଲ୍ଲୁ ପହଲବାନ୍ ୨୨ ବର୍ଷୀୟ କଂଗ୍ରେସୀ ନେତା ଟ୍ୟୁଙ୍କିଲ୍ ଡାଗରେ ସହିତ ଅବୋଧ୍ୟ ସମ୍ପର୍କ ସ୍ଥାପିତ ହୋଇ ଯାଇଥିଲା । ପରେ ଟ୍ୟୁଙ୍କିଲ୍ ବିଜେପି ନେତା ପାଖରେ ରହିବାକୁ ଚାପ ପକାଇଥିଲେ । ଜଗଦୀଶ୍ ଙ୍କୁ ବଦନାମୀର ଡର ଖାଇ ଯାଉଥିଲା । ତାଙ୍କର ନିତ୍ୟ ଜୀବନ ଆରାମରେ କଟି ପାରୁ ନଥିଲା । ଯେତେବେଳେ ଜଗଦୀଶ୍ ଙ୍କ ପୁଅ ଜାଣିଲା ବାପାଙ୍କ ଅବୋଧ୍ୟ ସମ୍ପର୍କ ବିଷୟରେ ସେ ପୁରା ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ପତ୍ନୀ ଜାଣିଲା ପରେ ତାଙ୍କ ଦିନ ବି ସୁରୁଖୁରୁରେ କଟି ପାରୁ ନଥିଲା । ତାପରେ ସମସ୍ତେ ମିଶି ଦେଖିଲେ ଅଜୟ ଦେବ୍ଗନ୍ ଙ୍କ ସୁପରହିଟ୍ ଫିଲ୍ମ ‘ଦୃଶ୍ୟମ୍’ । ଏହା ପରେ ପ୍ଲାନ୍ କରାଗଲା ଟ୍ୟୁଙ୍କିଲ୍ କୁ ରାସ୍ତାରୁ ସବୁଦିନ ପାଇଁ ହଟେଇ ଦିଆଯିବ । ଘଟଣାକୁ ୧୬ ଅକ୍ଟୋବର ୨୦୧୬ ରେ ସତ୍ୟ ରେ ପରିଣତ କରି ଦିଆଗଲା ।

ପୋଲିସ ର ପଚରା ଉଚରା ରେ ପୁଅ ମାନିଥିଲା ବାପାଙ୍କ ଚୋରା ପ୍ରେମ ବିଷୟରେ ଜାଣିଲା ପରେ ମା କରୁଥିଲେ ନିତି ଝଗଡା ।

DIG ହରିନାରାୟଣ ମିଶ୍ର କହିଛନ୍ତି ଜଗଦୀଶ୍ କରୋତିଆ, ତାଙ୍କର ୩୮ ବର୍ଷୀୟ ପୁଅ ବିଜୟ କରୋତିଆ, ୩୬ ବର୍ଷୀୟ ପୁଅ ଅଜୟ କରୋତିଆ ଆଉ ୩୧ ବର୍ଷୀୟ ପୁଅ ବିନୟ କରୋତିଆ ସହିତ ଆଉଜଣେ ସାଥି ନିଲୁ ଉର୍ଫ୍ ନିଲେସ୍ କଶ୍ଛ୍ୟପ୍ ଗିରଫ କରାଯାଇଛି ।

ପଚରା ଉଚରା ବେଳେ ଏମାନେ ଯେଉଁ କାହାଣୀ କହିଲେ କାହାଣୀ ଶୁଣିବା ପରେ ପୁଲିସ ମାନେ ବି ଟେରା ମାରି ଗଲେ । ପଚରା ଉଚରାରେ ଅଜୟ କରୋତିଆ କହିଲେ ବାପାଙ୍କର ଅବୌଧ ସମ୍ପର୍କ ବିଷୟରେ ମା ଜାଣିଲା ପରେ ସବୁଦିନ ଘରେ ଝଗଡା ହେଉଥିଲା । ଟ୍ୟୁଙ୍କିଲ୍ ବାପାଙ୍କ ସହିତ ରହିବାକୁ ଚାହୁଁଥିଲା । ବାପାଙ୍କୁ ପରିବାର ସହିତ ରାଜନୀତି ର ଚିନ୍ତା ବି ଖାଇ ଯାଉଥିଲା । ଏଥି ପରେ ସମସ୍ତେ ଚିନ୍ତା କଲେ ଟ୍ୟୁଙ୍କିଲ୍ କୁ ରାସ୍ତାରୁ ହଟେଇ ଦିଆଯିବା ଦରକାର ।

ହତ୍ୟାକୁ ଦୃଶ୍ୟମ୍ ଫିଲ୍ମ ଦେଖି ପ୍ଲାନ୍ ତିଆରି କରାଗଲା ।

ଟ୍ୟୁଙ୍କିଲ୍ ର ହତ୍ୟା ପୁର୍ବରୁ ପରିବାରର  ଲୋକେ ଅଜୟ ଦେବଗନ୍ ର ସୁପରହିଟ୍ ଫିଲ୍ମ ଦୃଶ୍ୟମ୍ ଦେଖି ହତ୍ୟା ର ଫୁଲ୍ ପ୍ରୁଫ୍ ପ୍ଲାନ୍ ତିଆରି କରଗଲା । ୧୬ ଅକ୍ଟୋବର ୨୦୧୬ ରେ ଟ୍ୟୁଙ୍କିଲ୍ କୁ ଘରକୁ ଡକାଗଲା । ଏଠାରୁ ଜଗଦୀଶ୍ କରୋତିଆ ପୁତ୍ର ଅଜୟ କରୋତିଆ ଟ୍ୟୁଙ୍କିଲ୍ କୁ ସାଙ୍ଗରେ ଧରି ଏମଆର-୧୦ ନିଲୁର କ୍ଷେତକୁ ନେଇ ଚାଲିଗଲେ । ଜଗଦୀଶ୍ ପ୍ରଥମ ଟ୍ୟୁଙ୍କିଲ୍ କୁ ବୁଝେଇବାକୁ ଚେଷ୍ଟା କଲା ସେଥିରେ ଟ୍ୟୁଙ୍କିଲ୍ ମାନିଲାନି ସେଥିପାଇଁ ଜଗଦୀଶ୍ ଗୋଟିଏ ଚାପୁଡା ବି ମାରିଲେ ଟ୍ୟୁଙ୍କିଲ୍ କୁ । ଠିକ୍ ସେଇ ସମୟରେ ପୂର୍ବରୁ ତିଆରି ପ୍ଲାନ୍ ମୁତାବକ ଅଜୟ ରସି ଦ୍ବାରା ଟ୍ୟୁଙ୍କିଲ୍ ର ଗଳା ଦବଇ ମାରିଦେଲା । ଜଗଦୀଶ୍ ଚାହୁଁଥିଲା ମୃତ ଦେହ ନିଲୁ ର ବିଲରେ ପୋତି ଦିଆଯାଉ କିନ୍ତୁ ଏକଥାରେ ନିଲୁ ରାଜି ହେଲାନି । ସେଥିପାଇଁ ମୃତ ଦେହକୁ କପଡ଼ା ରେ ଦୃଶ୍ୟମ୍ ଫିଲ୍ମ ଭଳି ବାନ୍ଧି କାର୍ ଡିକିରେ ରଖି ଘରକୁ ନେଇ ଆସିଲେ । ମୋବାଇଲ୍ ସେଇ ଜାଗାରେ ଫୋପାଡ଼ି ଦିଆଗଲା ଯେଉଁ ଯାଗା ପୂର୍ବରୁ ନିର୍ଧାରିତ ହୋଇଥିଲା ।

ଟ୍ୟୁଙ୍କିଲ୍ ଶବକୁ ଘରକୁ ନେଲାପରେ ସମସ୍ତେ ପରଦିନ ସକାଳ ପାଞ୍ଚଟା ଯାଏ ଅପେକ୍ଷା କରିଥିଲେ । ତାପରେ ସାମ୍ବେର୍ ରୋଡ଼୍ ସ୍ଥିତ ଅବନ୍ତିକା ନଗର ରେ ଗୋଟିଏ ପ୍ଲଟ୍ ପାଖରେ ଯାଇ ସମସ୍ତେ ପହଞ୍ଚି ଥିଲେ । ଜଗଦୀଶ୍ ନଗରନିଗମ କର୍ମୀ କୁ କହିଲେ ଜଣେ ପାର୍ଷଦଙ୍କ କୁକୁର ମରିଯାଇଛି ତେଣୁ ଗୋଟିଏ ଗାତ ଖୋଳିଦିଅ । ଗାତରେ କୁକୁର ହିଁ ପୋତା ଗଲା କିନ୍ତୁ ଝିଅକୁ ପାଖ ଜାଗାରେ ପୋଡ଼ି ତାର ହାଡ଼ ଏବଂ ଶବର ପାଉଁଶ ସବୁତକ ଅଖାରେ ଭରି ଦୃଶ୍ୟମ୍ ଫିଲ୍ମ ଭଳି ନଦୀରେ ଭସେଇ ଦିଆଗଲା ।

ମୋବାଇଲ୍ କୁ ସେଇ ଜାଗାକୁ ପଠା ଯାଇଥିଲା ଯେଉଁ ଜାଗାରେ ଟ୍ୟୁଙ୍କିଲ୍ ର ବାହାଘର ଠିକ୍ ହୋଇଥିଲା ସେଥିପାଇଁ ପୋଲିସ ର ପ୍ରଥମ ସନ୍ଦେହ ଭାବିପତି ଅମିତ୍ ଉପରେ ଥିଲା ।

ଦୃଶ୍ୟମ୍ ଫିଲ୍ମରେ ଅଜୟ ଦେବଗନ୍ କୁ ତ ପୋଲିସ ଧରି ପାରି ନଥିଲେ କିନ୍ତୁ ରିୟଲ ଲାଇଫର ଏ ରିୟଲ୍ ମର୍ଡର ରେ ପୋଲିସ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ସାରିଛି ।

LEAVE A REPLY

Please enter your comment!
Please enter your name here