ଯେତେ ଯେତେ ନିର୍ବାଚନ ପାଖେଇ ଆସୁଛି ସେତେ ସେତେ ଜନସାଧାରଣ ମାନଙ୍କ ମନରେ ଉନ୍ମାଦନା ବଢ଼ିବାରେ ଲାଗିଛି । ଏବେ ରାଜ୍ୟରେ ନବୀନ ଆଉ ମୋଦିଙ୍କ ଭିତରେ କଡା ଟକ୍କର ଚାଲିଛି । ନବୀନ ବାବୁ ପଦବୀ ଛାଡ଼ିବାକୁ ଚାହୁଁ ନାହାନ୍ତି ମୋଦି ବାବୁ ଛଡେଇ ନବାକୁ ଚେଷ୍ଟା  କରୁଛନ୍ତି ।

ସମୟ ପାଖେଇ ଆସିବା ବେଳକୁ ସମସ୍ତଙ୍କ ମନରେ ଏକ ପ୍ରକାର ପ୍ରଶ୍ନ ଉଠୁଛି, ଏଥର ଓଡ଼ିଶା କାହାର ? ଶଙ୍ଖର ନା ପଦ୍ମର !

ଆପଣ ମାନଙ୍କୁ କହିଦେବାକୁ ଚାହୁଁଛୁ କି ଗତ ଦୁଇ ତିନି ବର୍ଷ ଭିତରେ ଓଡ଼ିଶାରେ ବିଜେପିର ସ୍ଥିତି ମଜଭୁତ୍ ହବାରେ ଲାଗିଛି । ସର୍ଭେ ରୁ ଜଣା ପଡ଼ିଛି ଏଥର ନିର୍ବାଚନରେ ବିଜେଡି ସହିତ କଡ଼ା ଟକ୍କର ଦବ ବିଜେପି । ରାଜ୍ୟରେ କଂଗ୍ରେସର ସ୍ଥିତି ସେତେ ମଜଭୁତ୍ ନାହିଁ । ଯଦି ବା ବିଜେପି ହାରିଯାଏ ତାହେଲେ ବିପକ୍ଷରେ ବସିବାର ସିଟ୍ କଂଗ୍ରେସଠୁ ଛଡ଼ାଇ ଆଣିବ ବିଜେପି । ଏଥରର ନିର୍ବାଚନ ସଂଘର୍ଷପୂର୍ଣ୍ଣ ରହିବ ।

ଅଧିକାଂଶ ଲୋକ ବିଜେପିରେ ନୂଆକରି ଯୋଗ ଦେଇଥିବା ଅପରାଜିତା ଷଢ଼ଙ୍ଗୀଙ୍କୁ ମୂଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ବେଳେ ଦଳୀୟ କର୍ମୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁଣଗାନ କରୁଛନ୍ତି । ଏ ସମୟରେ ଓଡ଼ିଶାରେ ବିଜେପି ର ସ୍ଥିତି ଠିକ୍ ଠାକ୍ ରହିବାର କାରଣ ହେଉଛି ମୋଦିଙ୍କୁ ଭଲପାଇବା ସହ ଅପରାଜିତାଙ୍କ ନିସନ୍ଦେହ ଜନସେବା । ଓଡ଼ିଶାର ଅନେକ ଲୋକ ଜଣେ ମହିଳାଙ୍କ ହାତରେ ଓଡ଼ିଶା ଦବାକୁ ଚାହୁଁଛନ୍ତି କାରଣ ଜଣେ ନାରୀ ମା ହୋଇଥାଏ ଆଉ ମା ସବୁବେଳେ ସମସ୍ତଙ୍କ ଦୁଃଖ ବୁଝିପାରେ ବୋଲି ଜନସାଧାରଣଙ୍କ ମତ ।

ଅନେକ ସମୟରେ ସୋସିଆଲ ମିଡିଆରେ ଦଳକୁ ନେଇ ଉତ୍ତେଜନା ସୃଷ୍ଟି ହେଉଛି । କିଏ କହୁଛି ମୋଦିଙ୍କ ସପୋଟର୍ ମାନଙ୍କୁ ଭକ୍ତ ତ ଆଉ କିଏ କହୁଛି ନବୀନଙ୍କ ସପୋଟର୍ ମାନଙ୍କୁ ଚେଲା ।

ଗୋଟିଏ କଥା ସବୁବେଳେ ମନେରଖିବାକୁ ପଡ଼ିବ ରାଜ୍ୟ ସେତେବେଳେ ଉନ୍ନତି କରେ ଯେତେବେଳେ ରାଜ୍ୟବାସୀ କାହାକୁ ସପୋର୍ଟ୍ ନକରି କେବଳ ଭଲ ନେତା ବାଛନ୍ତି । ରାଜ୍ୟ ର ଉନ୍ନତି ପାଇଁ ଯୁବପିଢି ମାନଙ୍କୁ ସଚେତନ ହବାକୁ ପଡ଼ିବ, ଓଡ଼ିଶାରେ ଅନେକ ବେକାରୀ ସମସ୍ୟା ଅଛି, ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ନିହାତି ଆବଶ୍ୟକ ତେଣୁ ଏସବୁ ଯିଏ ଯୋଗେଇବା ପାଇଁ ପ୍ରତିଶ୍ରୁତି ଦେବ ସେ ହିଁ ଓଡ଼ିଶାରେ ସରକାର ଗଠନ କରିବ ।

LEAVE A REPLY

Please enter your comment!
Please enter your name here