ସରକାରୀ ଟେଲିକମ୍‌ କମ୍ପାନୀ BSNL ର ୨୦ ହଜାର କର୍ମଚାରୀଙ୍କ ଚାକିରି କୌଣସି ମୁହୂର୍ତ୍ତରେ ବି ଚାଲିଯାଇପାରେ; କର୍ମଚାରୀ ସଂଘ ତରଫରୁ କୁହାଯାଇଛି BSNL ସମସ୍ତ ୟୁନିଟ୍‌କୁ ନିର୍ଦ୍ଦେଶ ଦେଇ କହିଛି ଯେ ସେମାନେ କର୍ମଚାରୀଙ୍କ ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ; ଏହା ଦ୍ୱାରା BSNL ରେ କଣ୍ଟ୍ରାକ୍‌ଚୁଆଲରେ ଥିବା ୨୦ ହଜାର କର୍ମଚାରୀଙ୍କ ଚାକିରି ଯାଇପାରେ; ସୂଚନାଯୋଗ୍ୟ ଯେ କମ୍ପାନୀର ପଲିସି ଯୋଗୁ ପୂର୍ବରୁ ୩୦ ହଜାର କର୍ମଚାରୀଙ୍କ ଚାକିରି ଯାଇସାରିଛି; ଏମାନଙ୍କୁ ବର୍ଷାଧିକ ସମୟ ଧରି ଦରମା ମିଳିନାହିଁ

ସେପ୍ଟେମ୍ବର ୧ରେ BSNL ନିଜ ସମସ୍ତ ଚିଫ୍‌ ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖି କଣ୍ଟ୍ରାକ୍ଟ କର୍ମଚାରୀଙ୍କ ଖର୍ଚ୍ଚ କାଟ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି; ଏହାସହ ଏକ ସ୍ପଷ୍ଟ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବାକୁ ଚେୟାରମ୍ୟାନ୍‌ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି; ଏଣୁ ଠିକାରେ ଥିବା କର୍ମଚାରୀଙ୍କ ଚାକିରି ଉପରେ ବିପଦ ଦେଖାଦେଇଛି

ସଂଘ ତରଫରୁ BSNL ର ଚେୟାରମ୍ୟାନ୍‌ ଓ ମ୍ୟାନେଜିଂ ଡାଇରେକ୍ଟର ପି.କେ. ପୁରବାରଙ୍କୁ ଏକ ଚିଠି ଲେଖାଯାଇଛି; ଏହି ଚିଠିରେ କୁହାଯାଇଛି ଯେ ସ୍ୱେଚ୍ଛାକୃତ ଅବସର (VRS) ଲାଗୁ ହେବା ପରେ ବି କର୍ମଚାରୀଙ୍କୁ ବର୍ଷେ ହେଲା ଦରମା ମିଳିନାହିଁ; ଯଦି ପୁଣିଥରେ ୨୦ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଏ, ତେବେ ଗ୍ରାହକଙ୍କୁ ନେଟ୍‌ଓ୍ଵାର୍କ ସମସ୍ୟା ହୋଇପାରେ; ଏଣୁ ଏହି ନିଷ୍ପତ୍ତି ଉପରେ ପୁଣିଥରେ ଚିନ୍ତା କରିବାକୁ ଅନୁରୋଧ କରାଯାଇଛି

LEAVE A REPLY

Please enter your comment!
Please enter your name here