ଆଜି ବଜେଟରେ ଅର୍ଥମନ୍ତ୍ରୀ ପୀଯୂଷ ଗୋୟଲ୍ ଏକ ଐତିହାସିକ ପଦକ୍ଷେପ ନେଇ ଦେଶବାସୀ ଓ ବିପକ୍ଷ ଲୋକଂକୁ ସ୍ତବ୍ଧ କରେଇଦେଇଛନ୍ତି ।

ଆମ ଦେଶ ପାକିସ୍ତାନ ଓ ଚୀନ ମଧ୍ୟରେ ତଗଡା ସତ୍ରୁତା ଚାଲିଥିବା ବେଳେ ଅନ୍ତରୀଣ ବଜେଟରେ ମୋଦି ସରକାର ପ୍ରତିରକ୍ଷା ବିଭାଗକୁ ଏକ ସୁନ୍ଦର ବଜେଟ ଭେଟ କରିଛନ୍ତି । ଏହି ବଜେଟରେ ପ୍ରତିରକ୍ଷା କ୍ଷେତ୍ରରେ ମୋଦି ସରକାର ୩ ଲକ୍ଷ କୋଟିର ବଜେଟ ଘୋଷଣା କରିଛନ୍ତି । ଏହା ବିପକ୍ଷମାନଂକୁ ଚୁପ୍ କଲାଭଳି ପଦକ୍ଷପ ବୋଲି ଅନୁମାନ କରାଯାଉଛି ।

ବିପକ୍ଷ ଅନ୍ତରୀଣ ବଜେଟକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ମୋଦି ସରକାରଙ୍କ ଏହି ବଜେଟ ଘୋଷଣା ପ୍ରତିରକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷପ ବୋଲି ମତପ୍ରକାଶ କରାଯାଇଛି । ଏହି ବଜେଟକୁ ଆଜି ଘୋଷଣା କରିବା ପରେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ଆମର ସୈନୀକ କଠିନରୁ ଅତି କଠିନ ପରିସ୍ଥିତିରେ ବି ଛିଡା ହୋଇ ଦେଶକୁ ସୁରକ୍ଷା ପ୍ରଦାନ କରୁଛନ୍ତି । ତେଣୁ ସରକାର ସୈନ୍ୟଙ୍କ ହିତକୁ ଦୃଷ୍ଟିରେ ରଖି ପ୍ରାୟ ୪୦ ବର୍ଷ ହେବ ସେନାଙ୍କ ଦାବିକୁ ପୁରା କରାଯାଇଛି । ଫରେଷ୍ଟ ର‌୍ୟାଙ୍କ ଏବଂ ଫରେଷ୍ଟ ପେନସନ ଅନୁଯାୟୀ ସରକାର ଅବସର ପ୍ରପ୍ତ ସୈନୀକଙ୍କୁ ୩୫ ହଜାର କୋଟି ପ୍ରଦାନ କରି ଇତିହାସର ଏକ ନୂଆ ଅଧ୍ୟାୟ ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here