ବୁଧ ଗ୍ରହ ସବୁଠୁ ଛୋଟ ଗ୍ରହ ଏବଂ ସୂର୍ଯ୍ୟଙ୍କ ନିକଟତର ଗ୍ରହ | ବୁଧ ଗ୍ରହ ଧନ, ବିଦ୍ୟା, ବାଣୀ, ବ୍ୟବସାୟର ପ୍ରତୀକ ବୋଲି କୁହାଯାଏ | ବୁଧ ଗ୍ରହ ଶୁଭ ଥିଲେ ବ୍ୟକ୍ତି ଜଣକ ଧନଵାନ, ବୁଦ୍ଧିମାନ, ବାଣୀଚତୁର ଓ ପ୍ରଭାବଶାଳୀ ହୋଇଥାନ୍ତି | କିନ୍ତୁ ବୁଧ ଗ୍ରହ ଅଶୁଭ ଥିଲେ ବ୍ୟାପାରରେ ହାନି, ବୁଦ୍ଧି ଭ୍ରମ, ଧନହାନି, ଦୁରାରୋଗ୍ୟ ଦେଖାଦିଏ | ବୁଧ ଗ୍ରହ ଅଶୁଭ ଥିଲେ ଆସନ୍ତୁ ଜାଣିବା କି ଉପାୟ କଲେ ବୁଧ ଗ୍ରହ ଶାନ୍ତି ହୋଇଥାନ୍ତି….
୧. ସବୁଜ ବସ୍ତ୍ର, ସବୁଜ ପନିପରିବା, ଶାଗ, ଚୋପାଲଗା ମୁଗ ଦାନ କରନ୍ତୁ |
୨. କିନ୍ନରଙ୍କୁ ସବୁଜ ଚୁଡ଼ି, ସବୁଜ ବସ୍ତ୍ର ଦାନ କରନ୍ତୁ |
୩. ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ |
୪. ଗଣେଶଙ୍କୁ ୨୧ଟି ଦୁବ ଚଢାନ୍ତୁ | ଦୁର୍ଗା ସପ୍ତସତୀ ଓ ବିଷ୍ଣୁ ସହସ୍ର ନାମ “ଓଁ ନମଃ ଭଗବତେ ବାସୁଦେବାୟ” ପାଠ କରନ୍ତୁ |
୫. ପ୍ରତିଦିନ ଅଳେଇଚ ସେବନ କରନ୍ତୁ | ସବୁଜ ପନିପରିବା ଓ ଶାଗ ଅଧିକ ପରିମାଣରେ ଖାଆନ୍ତୁ |
୬. ପ୍ରତିଦିନ ତୁଳସୀ ବୃକ୍ଷରେ ଜଳ ଢ଼ାଲନ୍ତୁ |
୭. ବୁଧଧାରକ ବୃକ୍ଷ ଧଳା ଫୁଲ ଦେଇ ପୂଜା କରନ୍ତୁ |
୮. ବୁଧଙ୍କ ଗାୟତ୍ରୀ ମନ୍ତ୍ର “ଓଁ ସୌମ୍ୟରୁପାୟ ବିଦ୍ମୟେ ବାଣେସାୟ ଧୀମହୀ ତନ୍ନ ବୁଧ ପ୍ରଚୋଦୟାତ” | ଏହି ମନ୍ତ୍ରକୁ ସବୁଜ ବସ୍ତ୍ର ଧାରଣ କରି ୧୦୮ଥର ଜପ କରନ୍ତୁ |
୯. ବୁଧଙ୍କ ତାନ୍ତ୍ରିକ ମନ୍ତ୍ର “ଓଁ ବ୍ରାଂ ବ୍ରି ୀଂ ବ୍ରୌଂ ସ ଃ ବୁଧାୟ ନମଃ” କିମ୍ବା ବୁଧଙ୍କ ବୀଜ ମନ୍ତ୍ର “ଓଁ ଐଂ ସ୍ତ୍ରୀଂ ଶ୍ରୀଂ ବୁଧାୟ ନମଃ” ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ |
୧୦. ବୁଧ କବଚ ପାଠ କରନ୍ତୁ |
୧୧. ଜ୍ୟୋତିଷଙ୍କ ପରାମର୍ଶ ନେଇ ପାନ୍ନା କାନି ଆଙ୍ଗୁଳିରେ ସୁନା ମୁଦିରେ ଧାରଣ କରନ୍ତୁ |

 

LEAVE A REPLY

Please enter your comment!
Please enter your name here