କର୍ପୁର ଆମେ ତିନି ପ୍ରକାର ପାଇଥାଉ | ତାହା ହେଉଛି ପୂଜା କର୍ପୁର, ଗନ୍ଧ କର୍ପୁର, ଶ୍ରୀ କର୍ପୁର | କର୍ପୁରର ଅନେକ ଔଷଧୀୟ ଗୁଣ ରହିଛି | କର୍ପୁର ଉପଯୁକ୍ତ ଉପଯୋଗ ସଙ୍କଟରୁ ମୁକ୍ତି, ବାଧାବିଘ୍ନ ଦୂର କରିବା ସହ ଅର୍ଥପ୍ରାପ୍ତି କରାଇଥାଏ |  ଆସନ୍ତୁ ଜାଣିବା କି ପ୍ରକାର ଉପାୟ ରହିଛି………..
୧. ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ଗୃହରେ ପୂଜା କର୍ପୁର ଜଳାନ୍ତୁ | ଭଗବାନଙ୍କ ସମ୍ମୁଖରେ ପୂଜା କର୍ପୁର ଜଳେଇବା ଦ୍ୱାରା ଅକ୍ଷୟ ପୁଣ୍ୟପ୍ରାପ୍ତି ସହ ସେହି ସୁଗନ୍ଧ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ |
୨. ପ୍ରତିଦିନ ସକାଳେ, ସନ୍ଧ୍ୟା ଓ ରାତ୍ର ସମୟରେ ଘିଅରେ ବୁଡ଼ାଯାଇଥିବା କର୍ପୁର ଜଳାନ୍ତୁ | ଗୃହରେ ନକରାତ୍ମକତା ଦୂର ହେବା ସହ ପିତୃଦୋଷ, କାଳସର୍ପ ଦୋଷ, ରାହୁ,କେତୁ ଗ୍ରହ ଶାନ୍ତି ହୋଇଥାନ୍ତି |
୩. ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ବାରମ୍ବାର ହେଉଥିଲେ ରାତ୍ର କାଳରେ ହନୁମାନ ଚାଳିଶା ପାଠପରେ କର୍ପୁର ଜଳାନ୍ତୁ |
୪. ଗୋଟିଏ ଗୋଲାପ ଫୁଲ ନେଇ ସନ୍ଧ୍ୟା କାଳରେ ସେଇ ଫୁଲରେ କର୍ପୁର ଜଳାନ୍ତୁ | ସେଇ ଫୁଲକୁ ଦୁର୍ଗାଦେବୀଙ୍କୁ ଅର୍ପଣ କରନ୍ତୁ | କୌଣସି ଶୁକ୍ଳ ପକ୍ଷ ଅଷ୍ଟମୀରେ ଏହି କାର୍ଯ୍ୟ ଆରମ୍ଭ କରି ୪୩ ଦିନ ଲଗାତାର କରନ୍ତୁ | ଏହି ଉପାୟ ଆକସ୍ମିକ ଧନପ୍ରାପ୍ତି କରାଏ | ନବରାତ୍ର ସମୟରେ ଆରମ୍ଭ କଲେ ଏହି ଉପାୟ ଅଧିକ ପ୍ରଭାବଶାଳୀ ହୋଇଥାଏ |
୫. ଘରେ ବାସ୍ତୁଦୋଷ ରହିଥିଲେ ବୈଠକଖାନାରେ ଗନ୍ଧକର୍ପୁର ରଖନ୍ତୁ | ସ୍ନାନାଗାରରେ ମଧ୍ୟ କର୍ପୁର ରଖନ୍ତୁ | ଏହାଦ୍ୱାରା ସକାରାତ୍ମକ ଉର୍ଜା ମିଳିଥାଏ |
୬. ପ୍ରତି ଶନିବାର ଦିନ ସ୍ନାନ ଜଳରେ କର୍ପୁର ତେଲ ଓ ଚମେଲୀ ତେଲ ମିଶେଇ ସ୍ନାନ କରନ୍ତୁ | ଏହାଦ୍ୱାରା ରାହୁ, କେତୁ, ଶନି ଦୋଷ ଖଣ୍ଡନ ହୁଏ |
୭. ପତି-ପତ୍ନୀ ମଧ୍ୟରେ ମନୋମାଳିନ୍ୟ ରହୁଥିଲେ ପ୍ରତିଦିନ ଶୟନକକ୍ଷରେ କର୍ପୁର ଜଳାନ୍ତୁ | ଗନ୍ଧକର୍ପୁର ଶୟନ କକ୍ଷରେ ଐଶାନ୍ୟ କୋଣରେ ରଖନ୍ତୁ | ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ
୮. ପ୍ରତିଦିନ ରାତ୍ର କାଳରେ ରୋଷେଇ ସାରିବା ପରେ ରୁପା ପାତ୍ରରେ କର୍ପୁର ଓ ଲବଙ୍ଗ ମିଶେଇ ଜଳାନ୍ତୁ | ଏହି କାର୍ଯ୍ୟ ପ୍ରତିଦିନ କରିବା ଦ୍ୱାରା ଗୃହ ଧନ-ଧାନ୍ୟ ପୂର୍ଣ୍ଣ ହେବା ସହ ଧନଭାଵ ହୋଇନଥାଏ |
୯. କୌଣସି ପୂଜା ପର୍ବପର୍ବାଣିରେ ଭଗବାନଙ୍କ ସମ୍ମୁଖରେ ପ୍ରସାଦ ଅର୍ପଣ କରିବା ପାଇଁ ଶ୍ରୀ କର୍ପୁର ମିଶେଇ ମିଠାପ୍ରସାଦ (ଲଡୁ, ଉଖୁଡା, ଶିରିଣି) ପ୍ରସ୍ତୁତ କରନ୍ତୁ | ସୁଗନ୍ଧ ଯୁକ୍ତ ପ୍ରସାଦ ଅର୍ପଣ କରିବା ଦ୍ୱାରା ଭଗବାନଙ୍କ ଆଶିଷ ପ୍ରାପ୍ତି ହୁଏ |

LEAVE A REPLY

Please enter your comment!
Please enter your name here