ଛୋଟ କାହାଣୀଟିଏ ପଢ଼ନ୍ତୁ ଧ୍ୟାନ ଦେଇ ।
…………. ଚରିତ୍ରହୀନ …………
ଗୋଟିଏ ଗାଁ’ରେ ଗୋଟେ ଚରିତ୍ରହୀନ ସ୍ତ୍ରୀ ଲୋକଟିଏ ରହୁଥିଲା । ସେ ଦିନେ ଅସୁବିଧାରେ ପଡ଼ିଥିଲା ଅନ୍ୟ ଗାଁ’ର ଜଣେ ବୃଦ୍ଧ ଲୋକ ତାକୁ ସାହାଯ୍ୟ କରିଥିଲେ, ସେ ସାହାଯ୍ୟରେ ଖୁସିହୋଇ ସେହି ଚରିତ୍ରହୀନ ମହିଳା ତାଙ୍କୁ ନିମନ୍ତ୍ରଣ କରିଥିଲା ମଧ୍ୟାହ୍ନ ଭୋଜନ ପାଇଁ । ବୃଦ୍ଧ ବ୍ୟଟି ବି କଥାକୁ ସମ୍ମାନ ଦେଇ ମଧ୍ୟାହ୍ନ ଭୋଜନ ପାଇଁ ହଁ ଭରିଥିଲେ ।
ତା ପର ଦିନ ବୃଦ୍ଧ ବ୍ୟକ୍ତି ଆସି ସେ ଗାଁ ରେ ପହଞ୍ଚି ଥିଲେ ସେ ସ୍ତ୍ରୀ ଲୋକ ର ଠିକଣା ପଚାରିବାରୁ କିଛି ଲୋକ ତାଙ୍କୁ ମନାକଲେ ସେ ସ୍ତ୍ରୀ ଲୋକ ପାଖକୁ ଯିବା ପାଇଁ, ଦେଖଙ ଦେଖୁ କଥାଟି ପବନ ଭଳି ବ୍ୟାପୀ ଗଲା ଗାଁ ଟା ସାରା । ସରପଞ୍ଚ ପାଖରେ କଥା ପହଞ୍ଚିଲା ସରପଞ୍ଚ ଆସି ସେ ବୃଦ୍ଧ ବ୍ୟକ୍ତିଙ୍କୁ ଅନଙରୋଧ କଲେ ଆଉ କହିଲେ ସେ ସ୍ତ୍ରୀ ଲୋକ ଜଣେ ଚରିତ୍ରହୀନ ତେଣୁ ଆପଣ ବୟସ୍କ ଲୋକ ହେଇ ସେ ଭୁଲ୍ କରନ୍ତୁନି । ଏ ବୟସରେ ଆପଣ ବଦନାମୀର ଭାର ସହି ପାରିବେନି । ଅନଉ ଅନଉ ଲୋକଙ୍କ ଭିଡ଼ ବଢ଼ି ଚାଲିଥିଲା ।
ବୃଦ୍ଧ ଜଣଙ୍କ ବିନମ୍ରତାର ସହ ସରପଞ୍ଚ କୁ କହିଲେ ଆପଣ ତାଳି ମାରନ୍ତୁ, ସରପଞ୍ଚ ତାଳି ମାରିଲେ ଏବେ ବୃଦ୍ଧ ଜଣଙ୍କ ସରପଞ୍ଚ ର ଗୋଟିଏ ହାତକୁ ଜାବୁଡି ଧରିଲେ ତାପରେ କହିଲେ ଏବେ ତାଳି ମାରନ୍ତୁ ସରପଞ୍ଚ ଟିକିଏ ହସିଲେ ଆଉ କହିଲେ ଗୋଟିଏ ହାତରେ କେବେ ତାଳି ବାଜିଲାଣି ! ବୃଦ୍ଧ ଜଣଙ୍କ ହାତ ଛାଡି ଦେଇ କହିଲେ ଯେମିତି ଗୋଟିଏ ହାତରେ ତାଳି ବାଜେନି, ସେମିତି ଏକା ସ୍ତ୍ରୀ ଲୋକ କେବେ ଚରିତ୍ରହୀନ ହେଇ ପାରେନି ଗୋଟିଏ ସ୍ତ୍ରୀ ସେତେବେଳେ ଚରିତ୍ରହୀନ ହୁଏ ଯେତେବେଳେ ଗୋଟେ ପୁରଷ ଚରିତ୍ରହୀନ ହୁଏ କିନ୍ତୁ ଏ କି ବିଡମ୍ବନା ଏ ସମାଜର ସବୁ ଦୋଷ କେବଳ ନାରୀ ମୁଣ୍ଡରେ ବୋଳାଯାଏ ।
ସେମିତିରେ ମୁଁ କେବଳ ମଧ୍ୟାହ୍ନ ଭୋଜନ ପାଇଁ ଯାଉଛି । ଆପଣ ଚିନ୍ତା କରନ୍ତୁନି ମୁଁ ମୋ ଚରିତ୍ର ର ସୀମା ଜାଣିଛି ଆଉ ଗୋଟେ ନାରୀ ପ୍ରତି ମୋ ପାଖରେ ଯଥେଷ୍ଟ ସମ୍ମାନ ଅଛି ।

LEAVE A REPLY

Please enter your comment!
Please enter your name here