ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଓ୍ବାନା କେବଳ ଭାରତରେ ନୁହେଁ ସାରା ବିଶ୍ବରେ ଅଛନ୍ତି । ନରେନ୍ଦ୍ର ମୋଦି ତାଙ୍କର ଯାଦୁରେ ବିଶ୍ବରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ସେ ଦେଶକୁ ବିଶ୍ବ ଦରବାରରେ ଏକ ଭିନ୍ନ ପରିଚୟ ଦେଇଛନ୍ତି । ଯୁବ ପିଢି  ଙ୍କ ପ୍ରେରଣା ପାଲଟିଛନ୍ତି । ତାଙ୍କ ଲୋକପ୍ରିୟତା ବେସ୍ ଅଧିକ ସେ ବିଶ୍ବର ନାମିଦାମୀ ନେତାଙ୍କ ଭିତରେ ଗଣା ହୁଅନ୍ତି । ତାଙ୍କୁ ନେଇ ଏକ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି ଯାହା ଆପଣ ଅତି ନିକଟରେ ଦେଖିବାକୁ ପାଇବେ ଆସନ୍ତୁ ଜାଣିବା ସେ ଫିଲ୍ମ ବିଷୟରେ;-

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋ ପିକ୍ ”ପିଏମ୍ ନରେନ୍ଦ୍ର ମୋଦୀ”ର ପ୍ରଥମ ପୋଷ୍ଟର ଏହି ସୋମବାର ରିଲିଜ ହୋଇଯାଇଛି । ଚଳଚିତ୍ରରେ ବିବେକ ଓବରାୟ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ନଜର ଆସିବେ । ବିବେକ କହିଛନ୍ତି ପିଏମ୍ ମୋଦିଙ୍କ ଭୂମିକା ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଟେ । ବିବେକ କହିଛନ୍ତ ସେ ବାସ୍ତବିକ ଜୀବନରେ ମଧ୍ୟ ପିଏମ୍ ମୋଦୀଙ୍କ ବଡ ଫ୍ୟାନ ଅଟନ୍ତି ।

ଚଳଚିତ୍ରର ପୋଷ୍ଟର ଲଂଚ ଅବସରରେ ବିବେକ କହିଛନ୍ତି ଯେ ଫିଲ୍ମ ସୁଟିଂ ସରିବା ଭିତରେ ସେ ଆହୁରି ଭଲ ମଣିଷ ହେବେ ବୋଲି ଆଶା କରୁଛନ୍ତି । ବିବେକ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ଓ ଆଜି ଏହା ଅନୁଭବ କରୁଛନ୍ତି ଯେପରି ମୁଁ ଷୋହଳ ବର୍ଷ ପୂର୍ବରୁ ”କମ୍ପାନୀ”ର ପ୍ରଥମ ଦିନରେ ଅନୁଭବ କରିଥିଲି । ମୁଁ ଏହି ଫିଲ୍ମ ପାଇଁ ସେହିପରି ଜିଜ୍ଞାସା ଅନୁଭବ କରୁଛି କାହିଁକି ନା ଏହା ସବୁ ଅଭିନେତା ପାଇଁ ଗରୁତ୍ୱ ପୂର୍ଣ୍ଣ ଭୂମିକା ଅଟେ । ବିବେକ କହିଛନ୍ତି ନରେନ୍ଦ୍ର ମୋଦୀ ଦେଶର ବଡ ରାଜନେତାମାନଙ୍କ ମଧ୍ୟରୁ ଜଣେ ଓ ତାଙ୍କ ବ୍ୟକ୍ତିଗତ ଗୁଣକୁ ପରଦାରେ ଆଣିବାକୁ ଅବିଶ୍ୱସନୀୟ ଚ୍ୟାଲେଞ୍ଜକୁ ପୂରା କରିବା ଭଳି ଅଟେ ।

ଏହି ପୋଷ୍ଟରରେ ବିବେକ ଗେରୁଆ ରଙ୍ଗର ବସ୍ତ୍ରରେ ନଜର ଆସିଛନ୍ତି । ଏହି ପୋଷ୍ଟର ପଛରେ ଲେଖା ଯାଇଛି  “ଦେଶ ଭକ୍ତି ହିଁ ମୋ ଶକ୍ତି” । ପୋଷ୍ଟରର ରିଲିଜ ୨୩ଟି ଭାଷାରେ କରାଯାଇଛି । ଫିଲ୍ମର ଟିମ ୨ବର୍ଷ ହେବ ଏହି ଚଳଚିତ୍ର ଉପରେ କାମ କରୁଛି । ଫିଲ୍ମର ପ୍ରଡକ୍ସନ ସଂନ୍ଦିପ ସିଂହ କରୁଛନ୍ତି । ଏହି ଚଳଚିତ୍ର ନିର୍ବାଚନ ପୂର୍ବରୁ ରିଲିଜ୍ ହେବେ ବୋଲି ତିମ୍ ମନ୍ତବ୍ୟ ଦେଇଛି ।

LEAVE A REPLY

Please enter your comment!
Please enter your name here