ଏତେ ପ୍ରଚାର ପ୍ରସାର କରାଯାଉଛି ନାରୀ ମାନଙ୍କ ଉପରେ ତଥାପି ଆମ ସମାଜ ସୁଧାରିବାର ନା୍ଁ ନେଉନି । ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ଛାତି ଫାଟିଯିବ । କି କରୁଣ ଦୃଶ୍ୟ ଥିଲା ସେ । ଭାବିଲେ ଏତେ ଦୁଃଖ ଲାଗୁଛି ଯାହା ଶବ୍ଦରେ ପରି ପ୍ରକାଶ କରି ହେବନି ।
ଘଟଣାଟି ଘଟିଛି ଜୟପୁର କୋଟପାଡ଼ ବ୍ଲକ କୁସୁମି ଛକ ନିକଟରେ । ଏକ ସଦ୍ୟ ନବଜାତ ଶିଶୁ କନ୍ୟାକୁ ବୁଲା କୁକୁର ମାନେ ଝୁଣି ଖାଇ ଯାଇଛନ୍ତି । ଏହି ଘଟଣାଟି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସୂଚନା ମୁତାବକ କୁସୁମି ଛକ ପାଖରେ ଏକ ନାଳରେ କିଛି ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ ଏକ ନବଜାତ ଶିଶୁ କନ୍ୟା (କିଛି ସମୟ ପୂର୍ବରୁ ସେ ଜନ୍ମ ହୋଇଥିଲା) କୁ କିଛି ବୁଲା କୁକୁର ଝୁଣି ଖାଉଥିବାର ଦୃଶ୍ୟ । ସେମାନେ ଏ ଦୃଶ୍ୟକୁ କହୁଥିବା ସମୟରେ କାନ୍ଦି ପକାଇ ଥିଲେ । ସେ ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ଥିଲା । ହେଲେ ପ୍ରଶ୍ନ ଉଠୁଛି ଶିଶୁ କନ୍ୟାର ଏପରି ଅବସ୍ଥା କିଏ କଲା ? ଶିଶୁର ବାପା ମା କିଏ ? ଜନ୍ମ କରି ଏପରି ଅବସ୍ଥାରେ ଶିଶୁଟିକୁ କିଏ ଛାଡ଼ି ଦେଇଗଲା ? ହତଭାଗିନୀ ଶିଶୁର ଦୋଷ ଥିଲା କଣ ? ଏମିତି ଅନେକ ଗୁଡ଼ିଏ ପ୍ରଶ୍ନ ମନ ଭିତରେ ଗୋଳେଇ ଘାଣ୍ଟି ହେଉଛି ।
ନିର୍ଦୟୀ ମଣିଷ ଏପରି ବି କରିବାକୁ ପଛଉ ନାହିଁ । ଛି ଛି ସେ ମଣିଷର ମଣିଷ ପଣିଆକୁ ।

LEAVE A REPLY

Please enter your comment!
Please enter your name here