ନାରୀ ପ୍ରତି ଦୁଷ୍କର୍ମ କରିବାର ଯେତେବି କଠୋର ଆଇନ୍ ଆଣିଲେ କଣ ହେବ ଯେବେ ଯାଏ ସଂସାରରେ କୁତ୍ସିତ ଚିନ୍ତାଧାରାର ପାପି ରହିଥିବେ ସେବେଯାଏ ନାରୀକୁ ଧର୍ଷଣ ଆଉ ଶୋଷଣ ହେଉଥିବ । ବଳତ୍କାର କରିଥିବା ରାକ୍ଷାସକୁ ଯେତେଶୀଘ୍ର ସଜା ଦିଆଯିବ ବୋଧେ ଏହି ପାପିମାନଂକ ମନରେ ଭୟର ଗୋଟିଏ ବାତାବରଣ ସୃଷ୍ଟି ହୋଇପାରେ ।
ନିକଟରେ ଏକ ବଡ ଖବର ଲୋକଲୋଚନକୁ ଆସିଛି | ଜଣେ ଶିକ୍ଷକ ଏକ ୪ ବର୍ଷର ନିରୀହ ଛୁଆକୁ ପ୍ରଥମେ ଅପହରଣ କରିଥିଲେ , ତାପରେ ତା ସହ ଦୁଷ୍କର୍ମ କଲେ , ନିରୀହ ଶିଶୁଟି ମରିଯାଇଥିବା ଭାବି ସେ ସେଠାରୁ ଛାଡି ପଳେଇଆସିଥିଲା । କିଶୋରୀ ଗୁରୁତ୍ୱର ଥିବା ଅବସ୍ଥାରେ ଏୟାର୍ ଲିଫ୍ଟ୍ ଦ୍ୱାରା ସତନାରୁ ଦିଲ୍ଲୀ ଅଣାଯାଇଥିଲା । ଏହି ମାମଲାରେ ଆରୋପୀଙ୍କୁ ଡେଥ୍ ୱାରେଣ୍ଟ ସାଇନ୍ କରାଯାଇଛି, ୨ ମାର୍ଚ୍ଚକୁ ତାଙ୍କୁ ଫାଶିର ଦଣ୍ତ ମିଳିବ ।
ମଧ୍ୟପ୍ରଦେଶ ସତନା ଜିଲ୍ଲାର ପରମମନିଆ ଗାଁରେ ଜଣେ ୪ ବର୍ଷର ନିରୀହ କନ୍ୟା ଶିଶୁକୁ ଦୂଷ୍କର୍ମ କରିଥିବା ମହେନ୍ଦ୍ର ସିଂ ଗୌଡ ୨ ମାର୍ଚ୍ଚ ସକାଳ ୫ ଟା ବେଳେ ଜବଲପୁର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କେନ୍ଦ୍ରୀୟ କାରାଗାରରେ ଫାସି ଦିଆଯିବ ।
ଅଦାଲତଙ୍କ ଦ୍ୱାରା ଫାଶୀ ଦିଆଯିବା ଦଣ୍ତ ଏମ୍ ପି ହାଇକୋର୍ଟ ଦ୍ୱାରା ବରଖାସ୍ତ କରିବା ପରେ ଶନିବାରକୁ ଦିନେଶ ଶର୍ମାଙ୍କ ଅଦାଲତରେ ଦୁଷ୍କର୍ମୀକୁ ଡେଥ୍ ୱାରେଣ୍ଟ ଜାରି କରା ଯାଈଥିଲା ।
ଉଲ୍ଲେଖଯୋଗ୍ୟ, ଉଚେହେରା ଥାନାର ପରସମନିଆରେ ଗତ ବର୍ଷ ଏକ ଜୁଲାଇ ୨୦୧୮ ରାତିରେ ୪ ବର୍ଷର କଂଅଳ କିଶୋରୀକୁ ଅପହରଣ କରି ଦୁଷ୍କର୍ମ କରିଥିବା ମହେନ୍ଦ୍ର ସିଂ ଗୌଡଙ୍କୁ ପୋଲିସ୍ ଗିରଫ କରିଥିଲେ । ପରସମନିଆ ପିଡିତା ଅବସ୍ଥା ଏବେ ସଙ୍କଟାପନ୍ନ ଅଛି, ତାହାର ଦ୍ୱିତୀୟ ଦିନ କଲେକ୍ଟର ମୁକେଶ ଶୁକ୍ଳା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ କଥା ହୋଇ ପିଡିତାକୁ ଏଠାରୁ ଏୟାରଲିଫ୍ଟ୍ କରି ଦିଲ୍ଲୀ ସ୍ଥିତ ଏମସ୍ ରେ ଭର୍ତ୍ତି କରାଇଥିଲେ , ପରସମନିଆ ରେପ୍ କେସରେ ବହୁତ ସମାଲୋଚନା ହୋଇଥିଲା ।
ଜିଲ୍ଲା ନ୍ୟାୟାଳୟର ପିଆରଓ ଫକରୁଦ୍ଧିନ୍ କହିଲେ ସତନାର ପରସମନିଆ କାଣ୍ତରେ ପ୍ରସିଦ୍ଧ ମାମଲା ଯେଉଁଥିରେ ଶିକ୍ଷକଙ୍କ ଦ୍ୱାରା ଚାରି ବର୍ଷର ନୀରିହ ଛୁଆ ସହ ବଳାତ୍କାର କରାଯାଈଥିଲା । ଯେଉଁଥିରେ ସେ ବହୁତ ଆଘାତ ପ୍ରାପ୍ତ୍ ହୋଇଥିଲା , ଏହାପରେ ଶାସନରେ ଥିବା ଏସ୍ ଆଇ ଟି ଗଠିତ ହୋଇଥିଲା । ଏହି ଘଟଣା ୧ ଜୁଲାଇ ୨୦୧୮ ର ଅଟେ , ୩ ଅଗଷ୍ଟକୁ ଜିଲ୍ଲାର ନ୍ୟାୟାଧିଶଙ୍କ ସମକ୍ଷରେ ଚାର୍ଜସିଟ୍ ଦାଖିଲ୍ କରାଯାଈଥିଲା, ଓ ୪ ତାରିଖ ସତ୍ର ନ୍ୟାୟାଳୟ ନାଗୋଦ ରେ ଶୁଣାଣୀ ହୋଇଥିଲା । ୧୬ ଅଗଷ୍ଟକୁ ଶୁଣାଣୀ ସମାପ୍ତ ହେଲା ଓ ୧୯ ଅଗଷ୍ଟକୁ ଫଇସଲା ଆସିଲା , ଯେଉଁଥିରେ ଆରୋପି ଙ୍କୁ ମୃତ୍ୟୁ ଦଣ୍ତ ସଜା ମିଳିଲା , ଯାହାର ଅପିଲ ଆରୋପିଙ୍କ ଦ୍ୱାରା କରାଯାଈଥିଲା ।
ଉକ୍ତ ଘଟଣାର ୮୧ ଦିନ ମଧ୍ୟରେ ପୋଲିସ୍ ବିବେଚନା ହୋଇଥିଲା ଓ କୋର୍ଟ ଫଇସଲା ବି ଆସିଗଲା । ଅଦାଲତ ୪୭ ଦିନର ଶୁଣାଣୀରେ ଫଇସଲା ଶୁଣାଇଥିଲା , ଅପରପକ୍ଷେ ସତ୍ତ୍ର ନ୍ୟାୟାଧିଶ ଦିନେଶ ଶର୍ମାଙ୍କ ଅଦାଲତରେ ଆରୋପୀ ପ୍ରମାଣିତ ହେଲାପରେ ମହେନ୍ଦ୍ରଙ୍କୁ ୧୯ ସେପ୍ଟେମ୍ବର ୨୦୧୮ କୁ ଫାଶୀ ଦଣ୍ତ ଶୁଣାଣୀ ହୋଇଥିଲା ।
ହାଇକୋର୍ଟ ଆରୋପୀର ୟାଚିକାକୁ ଖାରିଜ କରି ଫାଶୀ ଦଣ୍ତକୁ ନିର୍ଦ୍ଧିଷ୍ଟ କରି ୨ ଫେବୃୟାରୀକୁ ନାଗୋଦ ନ୍ୟାୟାଳୟରେ ଡେଥ୍ ୱାରେଣ୍ଟ ଜାରି କରିଥିଲେ , ଯାହା ବିଷୟରେ ୨ ମାର୍ଚ୍ଚ ସକାଳ ୫ ଟା ରେ ଜବଲପୁର ସେଣ୍ଟ୍ରାଲ୍ ଜେଲ୍ରେ ଫାଶୀ ସଜ୍ଜା ଦିଆଯିବ । ଏମିତି ଫାଶୀ ଦଣ୍ଡରେ ଦଣ୍ଡିତ ହେଲେ ହୁଏତ ଅନେକ ନୀରିହ ଶିଶୁ ଓ ନରୀ ମାନଂକ ଜୀବନ ବଂଚିଯାଇ ପାରିବ । ସେମାନେ ସୁରକ୍ଷିତ ଅନୁଭବ କରିବେ ଆମର ଏହି ପବିତ୍ରା ଭୁମୀରେ ।

LEAVE A REPLY

Please enter your comment!
Please enter your name here