ରାଜ୍ୟର ନବୀନ ସରକାର ଏକ ବଡ଼ ଘୋଷଣା କରିଛନ୍ତି ଅଙ୍ଗନୱାଡି କର୍ମଚାରୀମାନଙ୍କ ପାଇଁ ଦରମା ସହିତ ଅବସର ବୟସ ସୀମା ବୃଦ୍ଧି କରିଛନ୍ତି ।   ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି ଏବଂ ସହାୟିକାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ବର୍ଷ ଭେଟି । ଅଙ୍ଗନୱାଡ଼ିଙ୍କ ମାସିକ ଦରମା ୬ ହଜାରରୁ ୭୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହାସହ ମିନି ଅଙ୍ଗନୱାଡ଼ି କର୍ମୀଙ୍କ ଦରମା ୪୧୨୫ରୁ ୫୩୭୫ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ଅଙ୍ଗନୱାଡ଼ି ହେଲପର୍ ମାନଂକ ମାସିକ ଦରମା ୩ ଜହାର ବଦଳରେ ୩୭୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର ।   ନବୀନ ପଟ୍ଟନାୟକ ଏ ନେଇ ଶନିବାର ଘୋଷଣା କରିଛନ୍ତି। ୨୦୧୮ ଅକ୍ଟୋବର ପହିଲାରୁ ପିଛିଲାଭାବେ ଏହି ବର୍ଦ୍ଧିତ ଦରମା ଲାଗୁ ହେବ।
ସେହିପରି ଅଙ୍ଗନୱାଡି କର୍ମଚାରୀଙ୍କ ଅବସର ବୟସ ସୀମା ୬୦ରୁ ୬୨କୁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଅବସର ପରେ ସାମାଜିକ ସହାୟତା ଯୋଜନାରେ ଅଙ୍ଗନୱାଡି କର୍ମୀଙ୍କୁ ୨୦ ହଜାର, ମିନି ଅଙ୍ଗନୱାଡି କର୍ମୀଙ୍କୁ ୧୫ ହଜାର ଏବଂ ସହାୟିକା(ହେଲପର୍)ଙ୍କୁ ୧୦ ହଜାର ଟଙ୍କାର ସହାୟତା ରାଶି ମିଳିବ ବୋଲି ସରକାର ଘେଷଣା କରିଛନ୍ତି।

ସରକାରୀ ତଥ୍ୟ ମୁତାବକ ରାଜ୍ୟର ଦେଢ଼ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଏହା ଦ୍ୱାରା ଉପକୃତ ହୋଇପାରିବେ । ସେହିଭଳି ୫୦ ପ୍ରତିଶତ ପଦବୀରେ ଅଙ୍ଗନୱାଡ଼ି କର୍ମୀଙ୍କ ମଧ୍ୟରୁ ନିଯୁକ୍ତି ପ୍ରଦାନ କରିବେ ସରକାର । ଏହାଦ୍ୱାରା ୭୨ ହଜାର ୫ଶହ ଅଙ୍ଗନୱାଡ଼ି କର୍ମୀ, ସମାନ ସଂଖ୍ୟକ ସହାୟିକାମାନେ ଲାଭବାନ ହୋଇପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାମାନେ ହେଉଛନ୍ତି ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମର ମେରୁଦଣ୍ଡ । ସେମାନଙ୍କ ପାଇଁ ରାଜ୍ୟ ସରକାର ସବୁବେଳେ ସଚେତନ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here