ଅନେକ କ୍ଷେତ୍ରରେ ଆମ ଓଡିଶାର ଯୁବକ ଯୁବତୀ ରଜ୍ୟକୁ ଗୌରବଶାଳୀ କରିବା ସହିତ ଦେଶ ପାଂଇ ମଧ୍ୟ ସୁନାମ ଆଣୁଛନ୍ତି । ନିଜ ଉପରେ ବିଶ୍ୱାସ ଆଉ ଜୀବନର ଦୃଢ ଲକ୍ଷ୍ୟ ଥିଲେ ମଣିଷ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ ।  ଏକଥା ପ୍ରମାଣ କରିଛନ୍ତି  ଯାଜପୁରର ଜଣେ ପଥରକଟାଳିଙ୍କ ପୁଅଙ୍କ । ବାପା ପଥର କାଟି ପରିବାର ଚଳାଉଥିଲେ, କିନ୍ତୁ ପୁଅ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ନାସାର ବୈଜ୍ଞାନିକ ହୋଇପାରିଛନ୍ତି । ଏଭଳି ଖବର ପ୍ରସାରିତ ହେବା ପରେ ଏବେ ଜିଲ୍ଲା ଏବଂ ବିଭିନ୍ନ ସ୍ଥାନରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ନାସାର ବୈଜ୍ଞାନିକ ପାଇଁ ଯୋଗ୍ୟତା ଅର୍ଜନ କରିବା ସହ ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ସେଠାରେ କାର୍ଯ୍ୟରେ ଯୋଗଦେବାକୁ ଚିଠି ଆସିବା ଘଟଣା ଜିଲ୍ଲା ପାଂଇ ଖୁସିର ସନ୍ଦେସ ଆଣିଛି ।
ଜିଲ୍ଲା ଯାଜପୁରର ଧର୍ମଶାଳା ବ୍ଲକ ରାଇଛନ୍ଦା ଗ୍ରାମର ଅର୍ଜୁନ ଚରଣ ଓଝା ଓ ସାବିତ୍ରୀ ଓଝାଙ୍କ ପଞ୍ଚମ ପୁତ୍ର ହେମନ୍ତ ଓଝା(୨୫) । ଅଭାବ ଅନାଟନରେ ୨୦୦୯ ମସିହାରେ ପିସି ଘଡାଇ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ ମଧ୍ୟ ଅର୍ଥ ଅଭାବରୁ ସେହିବର୍ଷ ଯୁକ୍ତଦୁଇରେ ନାମ ଲେଖାଇ ପାରି ନଥିଲେ । ଗୋଟିଏ ବର୍ଷ ପରେ ଭିଏନ୍ କଲେଜରେ ପ୍ଲସ୍୨ ପାଠ ପଢ଼ିଥିଲେ । ଏହାପରେ ଯୁକ୍ତ ତିନି ରେ ନାମ ଲେଖାଇବା ପାଇଁ ମଧ୍ୟ ଅର୍ଥ ପ୍ରତିବନ୍ଧକ ସାଜିଥିଲା  । ସେଥିପାଇଁ ମଧ୍ୟ ଗୋଟିଏ ବର୍ଷ ପଢା ବନ୍ଦ ରହିଥିଲା । ଗରିବ ବାପା ମାଙ୍କଡା ପଥର କାଟି ଘର ଚଳାଇବା ସହ ପିଲାଙ୍କୁ ପାଠ ପଢାଇବା କଷ୍ଟକର ବ୍ୟାପାର ଥିଲା । ଅଧିକା ପାଠ ପଢିବାର ଇଚ୍ଛାଶକ୍ତି ଯୋଗୁଁ ହେମନ୍ତ ନିଜେ ଟିଉସନରେ ପିଲାଙ୍କୁ ପଢ଼ାଇବା ସହ ନି‌ଜେ ପାଠ ପଢିବା ପାଇଁ ସ୍ଥିର କରିଥିଲେ ।
ସୁନାମଧନ୍ୟ କଲେଜ ରେଭେନ୍ସାରେ ବିଜ୍ଞାନରେ ସ୍ନାତକୋତ୍ତର ପଢ଼ିବା ସହ ଟିଉସନ ଅର୍ଥରେ ମାଡ୍ରାସରେ ପିଏଚଡି କଲେ । ସେଠାରୁ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରୋଜେକ୍ଟ ନେଇ ଅନ୍ୟ ଚାରି ଜଣଙ୍କ ସହ ସେ ଆମେରିକାର ନାସାକୁ ଯାଇଥିଲେ । ଜଳବାୟୁ ପରିବର୍ତନ, ପୂର୍ବାନୁମାନ ଏବଂ ସ୍ୟାଟେଲାଇଟରେ ମେସେଜ ଉପରେ କରାଯାଇ ଥିବା ହେମନ୍ତଙ୍କ ପ୍ରକଳ୍ପ ସେଠାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏହା ଛଡା ସେଠାରେ କରାଯାଇଥିବା ଆଠଟି ପରୀକ୍ଷା ମଧ୍ୟରୁ ୫ଟିରେ ପ୍ରଥମ, ୨ଟିରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଅସୁସ୍ଥତା ପାଇଁ ଗୋଟିଏ ପରୀକ୍ଷା ଦେଇପାରି ନଥିଲେ । ସେଠାରେ ତାଙ୍କୁ ଗୋଟିଏ ସ୍ୱର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଧକ ମିଳିଥିଲା । ସେଥିପାଇଁ ନାସା କର୍ତୃପକ୍ଷ ତାଙ୍କୁ ଜୁନିୟର ବୈଜ୍ଞାନିକ ଭାବେ ନିଯୁକ୍ତି କରିବା ପାଇଁ ଇସ୍ରୋ ଜରିଆରେ ପତ୍ର ଲେଖିଥିଲେ ।
ଛୋଟବେଳୁ ଜଣେ ବୈଜ୍ଞାନିକ ହେବାର ଇଚ୍ଛା ଶକ୍ତି ଓ ଟିଉସନ ସାର ଅରୁଣ କୁମାର କାଏସ୍ତଙ୍କ ପ୍ରେରଣା ଏବଂ ବାପାମାଙ୍କ ଅଶୀର୍ବାଦରୁ ସେ ବୈଜ୍ଞାନିକ ହୋଇଛନ୍ତି ବୋଲି କୁହନ୍ତି ହେମନ୍ତ । ଆମେରିକା ଯିବା ପାଇଁ ଏବେ ୨ଲକ୍ଷ ଟଙ୍କା ଆବଶ୍ୟକ ରହିଥିବାରୁ ସେ ଚିନ୍ତାରେ ରହିଛନ୍ତି । ଅତ୍ୟନ୍ତ ଗରିବ ପରିବାରର ହେମନ୍ତ ନାସାର ବୈଜ୍ଞାନିକ ହୋଇଥିବାରୁ ସମଗ୍ର ଅଂଚଳରେ ଖୁସିର ସୁଅ ଛୁଟିଛି । ଅନେକ ଆଡୁ ଅନେକ ଶୁଭେଚ୍ଛା ବାର୍ତ୍ତା ତାଙ୍କ ନିକଟକୁ ଆସୁଥିବା ବେଳେ ପିସି ଘଡାଇ ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀ ଆସନ୍ତା ବାର ତାରିଖରେ ତାଙ୍କୁ ସମ୍ବର୍ଧିତ କରିବେ । ଆସନ୍ତା ୨୨ ତାରିଖରେ ଚେନ୍ନାଇ ଏବଂ ସେଠାରୁ ଦିଲ୍ଲୀ ହୋଇ ଆମେରିକା ଯାତ୍ରା କରିବାର ଖୁସି ଖବର ହେମନ୍ତଂକ ଦ୍ୱାରା ପ୍ରକାଶ ହୋଇଛି । ଏମିତି ପୁତ୍ର ଜନ୍ମ କରିଥିବାରୁ ବାପାଂକ ମନ ଖୁସିରେ ଅତ୍ମହରା ହୋଇ ଉଠିଛି । ଖୁସି ହବନି ବା କାହିଂକି ଏମିତି ଯୋଗଜନ୍ମା ପୁତ୍ର ତ ଭାଗ୍ୟରେ ଥିଲେ ମିଳେ । ଏହି ଖବରକୁ ସେୟାର କରି ଓଡିଶାର ସମସ୍ତ ପାଠ ପଢୁଆ ଯୁବକ ଯୁବତୀଂକୁ ପ୍ରେରଣା ପ୍ରଦାନ କରନ୍ତୁ ।

LEAVE A REPLY

Please enter your comment!
Please enter your name here