ଖାଲି କମେଡି ନୁହେଁ ସେ ସବୁ ପ୍ରକାରର ଚରିତ୍ର ପାଇଁ ଫିଟ୍ ଥିଲେ । ସେ କେବଳ ଅଭିନୟ କରନ୍ତିନି ସେ ସ୍କ୍ରିପ୍ଟ ବି ଲେଖନ୍ତି ଡାରେକ୍ସନ୍ ବି ଦିଅନ୍ତି ଆଉ ଡାଏଲଗ ବି ଲେଖନ୍ତି । ତାଙ୍କର ୧୦୦୦ ରୁ ଅଧିକ ଚଳଚ୍ଚିତ୍ର ସହ ସମ୍ପର୍କ ଅଛି । ସେ ୩୦୦ ଠୁ ଅଧିକ ଫିଲ୍ମ ରେ ଅଭିନୟ କରି ସାରିଛନ୍ତି ।
କାଦର ଖାନ୍ କେବଳ ଜଣେ ଭଲ କଳାକାର ନୁହନ୍ତି ସେ ଜଣେ ମହାନ ବ୍ୟକ୍ତିତ୍ବ ମଧ୍ୟ । ସେ ପ୍ରଥମେ ଗୋଟିଏ ଇଂଜିନିୟରିଂ କଲେଜରେ ଅଧ୍ୟାପକ ଥିଲେ । ତାଙ୍କର ଅଭିନୟ ପ୍ରତି ଛୋଟବେଳୁ ହିଁ ରୁଚି ଥିଲା ।
ସେ ମୁମ୍ବାଇର ଏମ ଏଚ ସାବ୍ବୁ ସିଦ୍ଦକ୍ କଲେଜରେ ସିଭିଲ୍ ଇଂଜିନିୟରିଂ ପଢଉଥିଲେ । ପଢେଇବା ସମୟରେ ସେ ଗୋଟେ ନାଟକରେ ଅଂଶ ଗ୍ରହଣ କରିଥିଲେ ସେହି ନାଟକ ଦେଖିବା ପାଇଁ ହିନ୍ଦୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ କଳାକାର ମାନେ ଆସିଥିଲେ । ସେହି କଳାକାର ମାନଙ୍କ ମଧ୍ୟରୁ ଦିଲ୍ଲୀପ କୁମାରଙ୍କୁ କାଦର୍ ଖାନ୍ ଙ୍କ ଅଭିନୟ ପ୍ରଭାବିତ କରିଥିଲା ତାପରେ ଦିଲ୍ଲୀପ କୁମାର କାଦର ଖାନ୍ ଙ୍କୁ ନିଜର ଆସନ୍ତା ଫିଲ୍ମ ପାଇଁ ସାଇନ୍ କରେଇଥିଲେ ।
କାଦର ଖାନ୍ ଆଉ ଗୋବିନ୍ଦା ଙ୍କ ଯୋଡ଼ିଙ୍କୁ ବହୁତ ପ୍ରଶଂସା କରନ୍ତି ଦର୍ଶକ । ସେଥିପାଇଁ ସେମାନଙ୍କ ଯୋଡ଼ି ଯେଉଁ ଫିଲ୍ମରେ ଥାଏ ସେ ଫିଲ୍ମ ସୁପହିଟ୍ ହବା ଥୟ ।

LEAVE A REPLY

Please enter your comment!
Please enter your name here